Advertisment

ଜାତିସଂଘରେ ପୁଣି ଅପଦସ୍ତ ହେଲା ପାକିସ୍ତାନ, କଶ୍ମୀର ପ୍ରସଙ୍ଗ ଉଠାଇବାରୁ ଜବାବ ଦେଲା ଭାରତ

ମିଳିତ ଜାତିସଂଘ ସାଧାରଣ ସଭାର ୭୮ତମ ଅଧିବେଶନକୁ ସମ୍ବୋଧିତ କରିବାବେଳେ ଗତକାଲି ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନୱାର ଉଲ ହକ୍ କାକର ପୁଣି ଥରେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ।

ଅଦ୍ୟତନ ହୋଇଛି
Petal Gahlot

Petal Gahlot

Advertisment

ମିଳିତ ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ। ପାକିସ୍ତାନ ପ୍ରଥମେ କଶ୍ମୀର ପ୍ରସଙ୍ଗ ଉଠାଇବା ପରେ ବର୍ଷିଲା ଭାରତ। ଆତଙ୍କବାଦ ପ୍ରସଙ୍ଗ ଉଠାଇ ପାକିସ୍ତାନକୁ ଟାର୍ଗେଟ କଲା ଭାରତ। ଦକ୍ଷିଣ ଏସିଆରେ ଶାନ୍ତି ପ୍ରତିଷ୍ଠା ପାଇଁ ପାକିସ୍ତାନର ପଦକ୍ଷେପ ଜରୁରୀ, ପ୍ରଥମେ ଆଭ୍ୟନ୍ତରୀଣ ସମସ୍ୟାର ସମାଧାନ କରୁ କହି ଭାରତର କଟାକ୍ଷ। 

Advertisment

ମିଳିତ ଜାତିସଂଘ ସାଧାରଣ ସଭାର ୭୮ତମ ଅଧିବେଶନକୁ ସମ୍ବୋଧିତ କରିବାବେଳେ ଗତକାଲି ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନୱାର ଉଲ ହକ୍ କାକର ପୁଣି ଥରେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ। କାଶ୍ମୀର ଉପରେ ଏକ ସଂକଳ୍ପ ପାରିତ କରିବାକୁ ଏବଂ ସେଠାରେ ସାମରିକ ହସ୍ତକ୍ଷେପ ପାଇଁ ଜାତିସଙ୍ଘରେ ଦାବି କରିଥିଲେ। ଯାହାର ଆଜି କଡା ଜବାବ ଦେଇଛି ଭାରତ।

ମିଳିତ ଜାତିସଂଘରେ ଭାରତର ପ୍ରଥମ ସଚିବ ପେଟାଲ ଗେହଲଟ୍ ପାକିସ୍ତାନକୁ ଭର୍ତ୍ସନା କରି କହିଛନ୍ତି, କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ, ପାକିସ୍ତାନକୁ ଆମର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପ କରିବାର କୌଣସି ଅଧିକାର ନାହିଁ। ଅନ୍ୟମାନଙ୍କ ଆଭ୍ୟନ୍ତରୀଣ ବ୍ୟାପାରକୁ ଅନୁଧ୍ୟାନ କରିବା ପୂର୍ବରୁ ପ୍ରଥମେ ନିଜ ଦେଶରେ ମାନବିକ ଅଧିକାରର ଉଲ୍ଲଂଘନକୁ ଦେଖିବା ଉଚିତ୍ ଏବଂ ଏହାକୁ ତୁରନ୍ତ ବନ୍ଦ କରୁ ବୋଲି ପେଟାଲ କହିଛନ୍ତି।

Advertisment

ପାକିସ୍ତାନକୁ ଦର୍ପଣ ଦେଖାଇ ପେଟାଲ ଗେହଲଟ୍ ଆହୁରି କହିଛନ୍ତି, ମୁମ୍ବାଇ ଆକ୍ରମଣର ଆତଙ୍କବାଦୀଙ୍କ ବିରୋଧରେ ପାକିସ୍ତାନକୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। କାରଣ ଘଟଣାର ୧୫ ବର୍ଷ ପରେ ବି ପୀଡ଼ିତମାନେ ନ୍ୟାୟ ଅପେକ୍ଷାରେ ଅଛନ୍ତି। ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନର ପାକିସ୍ତାନ ହେଉଛି ଏକ ଗଡ଼। ଆତଙ୍କବାଦୀଙ୍କ ପାଇଁ ପାକିସ୍ତାନ ଏକ ସୁରକ୍ଷିତ ସ୍ଥାନ କହି ପାକିସ୍ତାନକୁ କଟାକ୍ଷ କରିଛନ୍ତି ପେଟାଲ।

ସେ ଆହୁରି କହିଛନ୍ତି, ବିଶ୍ୱର ବୃହତ୍ତମ ଗଣତନ୍ତ୍ର(ଭାରତ) ଉପରେ କାହାରି ଆଙ୍ଗୁଠି ଉଠାଇବାର ଅଧିକାର ନାହିଁ। ଫୋରମର ଅପବ୍ୟବହାର କରି ପାକିସ୍ତାନ ଭାରତ ବିରୁଦ୍ଧରେ ଭିତ୍ତିହୀନ ଏବଂ ମିଥ୍ୟା ଅଭିଯୋଗ ଆଣି ଅପଦସ୍ତ ହେବାରେ ଅଭ୍ୟସ୍ତ ହୋଇଗଲାଣି। ସେ କହିଛନ୍ତି ଯେ, ପାକିସ୍ତାନର ମାନବିକ ଅଧିକାର ରେକର୍ଡ ଦୁନିଆରେ ସବୁଠାରୁ ଖରାପ, ବିଶେଷକରି ସଂଖ୍ୟାଲଘୁ ଏବଂ ମହିଳାଙ୍କ ପ୍ରତି ଅତ୍ୟାଚାର ମାମଲାରେ। ପାକିସ୍ତାନ ପ୍ରଥମେ ଆଭ୍ୟନ୍ତରୀଣ ସ୍ଥିତିରେ ଉନ୍ନତି ଆଣୁ।

Stop Terrorism United Nation Pakistan At UN : India At UN
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe