Advertisment

ଭୟଙ୍କର ଗରମ, ଗଲାଣି ୧୩୦୦ ହଜ୍‌ ଯାତ୍ରୀଙ୍କ ଜୀବନ

ମୃତକଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ହଜ୍‌ ଯାତ୍ରୀ ମଧ୍ୟ ଅଛନ୍ତି।

Hajj Pilgrims

Hajj Pilgrims

Advertisment

ଜାରି ରହିଛି ଭୟଙ୍କର ଗରମ। ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳିରେ ଛଟପଟ ଲୋକେ। ପାରଦ ତଳକୁ ଖସିବା ନାଁ ନେଉ ନାହିଁ। ସାଉଦ ଆରବସ୍ଥିତ ମକ୍କାରେ ଅସହ୍ୟ ଗରମ ଯୋଗୁ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ବର୍ତ୍ତମାନ ସୁଦ୍ଧା ଏଠାରେ ଅତିକମ୍‌ରେ ୧୩୦୦ ହଜ୍ ଯାତ୍ରୀଙ୍କ ଜୀବନ ଗଲାଣି। ମୃତକଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ହଜ୍‌ ଯାତ୍ରୀ ମଧ୍ୟ ଅଛନ୍ତି।

Advertisment

ସାଉଦି ଆରବ ସରକାରଙ୍କ କହିବା ଅନୁଯାୟୀ ଅସହ୍ୟ ଗରମ ଯୋଗୁ ଅନେକ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଛି। ସେମାନଙ୍କ ଚିକିତ୍ସା ଚାଲିଛି। ମରୁଭୂମି ରାଜ୍ୟରେ ଇସଲାମୀୟ ପବିତ୍ର ସ୍ଥାନରେ ଅଧିକାଂଶ ଶ୍ରଦ୍ଧାଳୁମାନେ ଅତ୍ୟଧିକ ତାପମାତ୍ରାର ସମ୍ମୁଖୀନ ହୋଇଥିଲେ ବୋଲି ସାଉଦି କର୍ତ୍ତୃପକ୍ଷ ରବିବାର ଘୋଷଣା କରିଛନ୍ତି।

ଦୁର୍ଭାଗ୍ୟର ବିଷୟ, ଚଳିତ ବର୍ଷ ହଜ୍ ତୀର୍ଥଯାତ୍ରା ସମୟରେ ମୃତ୍ୟୁ ସଂଖ୍ୟା ୧୩୦୧ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୮୩ ପ୍ରତିଶତ ଅନଧିକୃତ ତୀର୍ଥଯାତ୍ରୀ ରହିଛନ୍ତି। ଏମାନେ ବିଶ୍ରାମ ନକରି ଗରମ ଓ ପ୍ରବଳ ଖରାରେ ଦୀର୍ଘ ଦୂରତା ଯାଏ ଚାଲିଚାଲି ଅତିକ୍ରମ କରିଥିଲେ। ଫଳରେ ପବିତ୍ର ମକ୍କା ସହରରେ ଏବଂ ଆଖପାଖରେ ହଜ୍ ରୀତିନୀତି ପାଳନ କରିବା ବେଳେ ଉତ୍ତାପରେ ପ୍ରାଣ ହରାଇଛନ୍ତି।

Advertisment

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ମୃତକଙ୍କ ମଧ୍ୟରେ ବହୁ ବୃଦ୍ଧ ଓ ଗୁରୁତର ଅସୁସ୍ଥ ଲୋକ ଅଛନ୍ତି। କେତେକଙ୍କର ପ୍ରାକୃତିକ କାରଣରୁ ମୃତ୍ୟୁ ଘଟିଛି। କାରଣ ସେମାନଙ୍କ ମଧ୍ୟରେ କିଛି ବୃଦ୍ଧ ମଧ୍ୟ ଥିଲେ। ଆଉ କେତେକ ପାଣିପାଗ ପରିସ୍ଥିତି କାରଣରୁ ମୃତ୍ୟୁ ବରଣ କରିଛନ୍ତି ବୋଲି ଅନୁମାନ କରାଯାଉଛି। ଅନେକ ଭାରତୀୟ ମଧ୍ୟ ନିଖୋଜ ଥିବା ଜଣାଯାଇଛି। ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ ସମସ୍ତ ମୃତକଙ୍କ ପରିବାରକୁ ଚିହ୍ନଟ କରାଯାଇଛି।

ଶୁକ୍ରବାର ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଚଳିତ ବର୍ଷ ହଜ୍ ତୀର୍ଥଯାତ୍ରା ସମୟରେ ୯୮ଜଣ ଭାରତୀୟ ପ୍ରାଣ ହରାଇଛନ୍ତି। ଏହି ସମସ୍ତ ଲୋକଙ୍କ ମୃତ୍ୟୁର କାରଣ ଅସୁସ୍ଥତା ଏବଂ ବୃଦ୍ଧାବସ୍ଥା ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦର୍ଶାଇଛି।

ଚଳିତବର୍ଷ ମକ୍କାରେ ତାପପାତ୍ରା ପାଖାପାଖି ୫୨ ଡିଗ୍ରୀରେ ପହଞ୍ଚିଥିଲା। ହଜ୍ ଇସଲାମର ପାଞ୍ଚଟି ସ୍ତମ୍ଭ ମଧ୍ୟରୁ ଗୋଟିଏ ଏବଂ ସମସ୍ତ ମୁସଲମାନ ଏହାକୁ ଅନ୍ତତଃ ଥରେ ସମ୍ପୂର୍ଣ୍ଣ କରିଥାନ୍ତି।

Mecca Hajj Pilgrims Dead
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe