Advertisment

ଇସ୍ରାଏଲରେ ହେଜବୁଲ୍ଲାର ରକେଟ ମାଡ଼, ଜଣେ ମୃତ

ଇରାନ ସମର୍ଥିତ ସଂଗଠନ ହେଜବୁଲ୍ଲା ଆଜି ଇସ୍ରାଏଲ ଉପରେ ଘନ ଘନ ରକେଟ୍ ମାଡ଼ କରିଛି।

Building

Building

Advertisment

ହମାସ ମୁଖ୍ୟ ୟାହୟା ସିନୱାରର ମୃତ୍ୟୁ ପରେ ଇସ୍ରାଏଲ ଉପରେ ଆକ୍ରମଣ କରିଛି ହେଜବୁଲ୍ଲା। ଇରାନ ସମର୍ଥିତ ସଂଗଠନ ହେଜବୁଲ୍ଲା ଆଜି ଇସ୍ରାଏଲ ଉପରେ ଘନ ଘନ ରକେଟ୍ ମାଡ଼ କରିଛି। ଏଥିରେ ଜଣେ ବ୍ୟକ୍ତଙ୍କର ମୃତ୍ୟୁ ହୋଇ ଥିବାବେଳେ ୯ ଜଣ ଆହତ ହୋଇଛନ୍ତି।

Advertisment

ଏନେଇ ଇସ୍ରାଏଲ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଇସ୍ରାଏଲର ଜରୁରୀକାଳୀନ ସେବା ରିପୋର୍ଟ କରିଛି ଯେ, ଲେବାନନ ଉତ୍ତର ଇସ୍ରାଏଲରେ ରକେଟ୍ ମାଡ଼ କରିଛି। ଏଥିରେ ଏକ ବନ୍ଦର ନିକଟରେ ଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। 

ମୃତକ ଜଣକ ହେଉଛନ୍ତି ଜଣେ ୫୦ ବର୍ଷୀୟ ବ୍ୟକ୍ତି। ସେ ଏକ ଗାଡ଼ିରେ ବସିଥିବା ସମୟରେ ତାଙ୍କ ଉପରେ ତୀକ୍ଷ୍ଣ ଅସ୍ତ୍ରର ଆଘାତ ଲାଗିଥିଲା ଫଳରେ ତାଙ୍କର ମୃତ୍ୟୁ ହୋଇଛି। 

Advertisment

ଇସ୍ରାଏଲ ସେନା କହିଛି ଯେ, ଆଜି ହେଜବୁଲ୍ଲା ଉତ୍ତର ଇସ୍ରାଏଲରେ ଘନ ଘନ ରକେଟ ମାଡ଼ କରିଥିଲା। ଏଥିସହ ୧୧୫ରୁ ଅଧିକ ଗୁଳିମାଡ଼ ମଧ୍ୟ କରିଛି। କିଛି ସମୟ ପାଇଁ ସମଗ୍ର ଅଞ୍ଚଳରେ ଗୋଳାବାରୁଦ ଶବ୍ଦ ଶୁଭିଥିଲା। ଏଥିରେ କେବଳ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। 

ସେପଟେ, ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଘରକୁ ଟାର୍ଗେଟ କରି ଡ୍ରୋନ୍ ଆକ୍ରମଣ କରିଥିଲା ହେଜବୁଲ୍ଲା। ଏଥିରେ କାହାର କିଛି କ୍ଷତି ହୋଇନାହିଁ। ଆକ୍ରମଣ ସମୟରେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାର ସଦସ୍ୟ ଘରେ ନଥିଲେ। 

Hezbollah Israel-Hezbollah War Israel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe