Advertisment

ମଝି ଆକାଶରେ ବିମାନକୁ ଲାଗିଲା ଝଟକା; ଜଣେ ଯାତ୍ରୀ ମୃତ, ୩୦ ଆହତ

ବିମାନରେ ୨୧୧ ଯାତ୍ରୀ ଏବଂ ୧୮ ଜଣ କ୍ରୁ ମେମ୍ବର ଥିଲେ।

Singapore Airlines

Singapore Airlines

Advertisment

ହଠାତ୍ ମଝି ଆକାଶରେ ବିମାନକୁ ଝଟକା ଲାଗିବାରୁ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ଲଣ୍ଡନରୁ ସିଙ୍ଗାପୁର ଯିବା ସମୟରେ ଝଟକା ଲାଗିବାରୁ ବ୍ୟାଙ୍କକରେ ଜରୁରୀ ଅବତରଣ ହୋଇଛି। ଏନେଇ ସିଙ୍ଗାପୁର ଏୟାରଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଛି। 

Advertisment

ସିଙ୍ଗାପୁର ଏୟାରଲାଇନ୍ସ ଏକ ବିବୃତ୍ତିରେ କହିଛି ଯେ, ସୋମବାର ଲଣ୍ଡନର ହେଥ୍ରୋ ବିମାନ ବନ୍ଦରରୁ ସିଙ୍ଗାପୁର ଅଭିମୁଖେ ଯାତ୍ରା କରୁଥିବା ବିମାନ ନଂ SQ321 ମଝି ଆକାଶରେ ଏକ ଭୟଙ୍କର ଝଟକାର ସମ୍ମୁଖୀନ ହୋଇଛି। ଫଳରେ ବିମାନକୁ ବ୍ୟାଙ୍କକରେ ଜରୁରୀ ଅବତରଣ କରାଯାଇଛି।

ବୋଇଂ ବିମାନ ୭୭୭-୩୦୦ER ମଙ୍ଗଳବାର ଅପରାହ୍ନ ୩.୪୫ (ସ୍ଥାନୀୟ ସମୟ)ରେ ଅବତରଣ କରିଥିଲା। ଏହି ବିମାନରେ ୨୧୧ ଯାତ୍ରୀ ଏବଂ ୧୮ ଜଣ କ୍ରୁ ମେମ୍ବର ଥିଲେ। 

Advertisment

ତେବେ ସିଙ୍ଗାପୁର ଏୟାରଲାଇନ୍ସ ପକ୍ଷରୁ କେତେ ଜଣ ଆହତ ହୋଇଛନ୍ତି ସେନେଇ ସୂଚନା ଦିଆଯାଇ ନଥିବାବେଳେ ଥାଇଲାଣ୍ଡ ମିଡିଆ ରିପୋର୍ଟ ଅନୁସାରେ ଏଥିରେ ୩୦ ଜଣ ଆହତ ହୋଇଛନ୍ତି। 

ବ୍ୟାଙ୍କକ ବିମାନବନ୍ଦର ମୁଖପାତ୍ର କହିଛନ୍ତି ଯେ, ଘଟଣାସ୍ଥଳରେ ଡାକ୍ତରୀ ଟିମ୍ ନିୟୋଜିତ ଅଛନ୍ତି। ସମସ୍ତ ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇଦେବାକୁ ବ୍ୟବସ୍ତା କରାଯାଇଛି। 

Turbulence Singapore Airlines Flight Turbulence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe