Advertisment

ସ୍କୁଲରେ ଆଖିବୁଜା ଗୁଳିମାଡ଼, ଜଣେ ଛାତ୍ର ମୃତ

ଆଉ ଜଣେ ଛାତ୍ରଙ୍କ ଅବସ୍ଥା ଗୁରୁତର ଅଛି।

ଅଦ୍ୟତନ ହୋଇଛି
Shooting in School

Shooting in School

Advertisment

ସ୍କୁଲ ଭିତରେ ଫୁଟିଲା ଗୁଳି। ଏକ ହାଇସ୍କୁଲ ଭିତରେ ଜଣେ ଛାତ୍ର ଆଖିବୁଜା ଗୁଳିମାଡ଼ କରିଛି। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଆମେରିକାର ଟେକ୍ସାସରେ ଏହି ଗୁଳିକାଣ୍ଡ ଘଟିଛି।

Advertisment

ପୁଲିସ ସୂଚନା ମୁତାବକ, ଟେକ୍ସାସର ଆର୍ଲିଂଗଟନରେ ଥିବା ଲାମରା ହାଇ ସ୍କୁଲ ପରିସରରେ ସୋମବାର ଗୁଳିମାଡ ହୋଇଥିଲା। ଏଥିରେ ଦୁଇ ଜଣ ଛାତ୍ର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେମାନଙ୍କୁ ମଧ୍ୟରୁ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଆଉ ଜଣଙ୍କ ଅବସ୍ଥା ଗୁରୁତର ଅଛି।  

ଗୁଳିମାଡ଼ କରିଥିବା ସନ୍ଦିଗ୍ଧକୁ ପୁଲିସ ଗିରଫ କରିଛି। ଗିରଫ ସନ୍ଦିଗ୍ଧ ଜଣକ ଉକ୍ତ ସ୍କୁଲର ଛାତ୍ର ବୋଲି ଜଣାପଡିଛି। ସେ ନାବାଳକ ହୋଇଥିବାରୁ ପୁଲିସ ଅଭିଯୁକ୍ତ ଛାତ୍ର ବିଷୟରେ ଅଧିକ ସୂଚନା ଦେଇନାହିଁ। ତା’ବିରୋଧରେ ହତ୍ୟା ଅଭିଯୋଗ ରହିଛି। ବର୍ତ୍ତମାନ ତାକୁ ଟେରଣ୍ଡ କାଉଣ୍ଟିର ଜୁଭେନାଇଲ ସେଣ୍ଟରରେ ରଖାଯାଇଛି।  ସେ କାହିଁକି ଏଭଳି ଗୁଳିମାଡ଼ କଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ପୁଲିସ ତଦନ୍ତ ଜାରି ରଖିଛି। 

Advertisment
School Shooting
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe