Advertisment

ଗହଳି ଉପରେ ଗାଡ଼ି ଚଢ଼ାଇବା ପରେ ଗୁଳି ମାରିଲେ ଡ୍ରାଇଭର: ୧୦ ମୃତ, ୩୦ ଆହତ

ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

author-image
Jitendra Garnayak
Town

Town

ଜମି ଥିଲା ପ୍ରବଳ ଗହଳି। ନୂଆବର୍ଷ ପାଳନ କରୁଥିଲେ ଲୋକେ। ଏହି ସମୟରେ ଦ୍ରୁତଗତିରେ ମାଡ଼ି ଆସିଲା ଏକ ପିକ୍‌ଅପ୍‌ ଟ୍ରକ୍‌। କେହି କିଛି ଭାବିବା ପୂର୍ବରୁ ତାହା ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ତା’ପରେ ଗାଡ଼ିରେ ବ୍ରେକ୍ ଦେଇଥିଲେ ଡ୍ରାଇଭର। ଆଉ ତଳକୁ ଓହ୍ଲାଇ କରିଥିଲେ ଗୁଳିମାଡ଼। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘଟଣାଟି ଘଟିଛି ଆମେରିକାର ନ୍ୟୁ ଓଲିନ୍‌ସ ସହରରେ ବୁଧବାର ଭୋର ପ୍ରାୟ ୩ଟା ୧୫ ବେଳେ।

Advertisment

ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଛି। ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗାଡ଼ି ଡ୍ରାଇଭର ଗୁଳି ଚଳାଇବା ପରେ ସେଠାରେ ଉପସ୍ଥିତ ପୁଲିସ କର୍ମଚାରୀ ତାଙ୍କ ଉପରକୁ ଗୁଳି କରିଥିଲେ। ତେବେ କାହିଁକି ସେ ବ୍ୟକ୍ତି ଜଣଙ୍କ ଏମିତି ଏକ କାଣ୍ଡ ଘଟାଇଲେ ତାହା ସ୍ପଷ୍ଟ ହୋଇପାରିନାହିଁ। ସ୍ଥାନୀୟ ପୁଲିସ ଘଟଣାର ତଦନ୍ତ କରୁଛି।

ଗତ ଡିସେମ୍ବର ୨୦ ତାରିଖରେ ଜର୍ମାନୀର ମ୍ୟାଗ୍‌ଡିବର୍ଗରେ ଏକ କାର ପ୍ରାୟ ୨୦୦ ଲୋକଙ୍କୁ ଧକ୍କା ଦେବା ପରେ ୫ ଜଣଙ୍କର ମୃତ୍ୟୁ ଘଟିଥିଲା। ଜଣେ ସାଉଦି ବଂଶୋଦ୍ଭବ ଏହି ଘଟଣା ଘଟାଇଥିଲେ। ତାଙ୍କୁ ପୁଲିସ ଗିରଫ କରିଥିଲା।

Advertisment
Accident