Advertisment

Shooting: ରକ୍ତରଞ୍ଜିତ ହେଲା ସ୍କୁଲ, ମହିଳା ଶୁଟରଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ

ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ବାକି ୨୫ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବଢ଼ାଇ ଦିଆଯାଇଛି। ଏବେ ଘଟଣାର ଅଧିକ ତଦନ୍ତ ଚାଲିଥିବା ପୁଲିସ୍‌ କହିଛି।

author-image
Hemant Lenka
Firing

ଘଟଣା ସ୍ଥଳର ଦୃଶ୍ୟ

ରକ୍ତରଞ୍ଜିତ ହୋଇଛି ସ୍କୁଲ। ସ୍କୁଲ ଭିତରେ ପଶି ଗୁଳି ମାଡ଼ କରିଛନ୍ତି ଜଣେ ମହିଳା। ଏଥିରେ ଗୁଳି ମାଡ଼(Shooting) କରିଥିବା ମହିଳାଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ହୋଇଛି। କାନାଡାର ବ୍ରିଟିଶ କଲୋମ୍ବିଆ ଅନ୍ତର୍ଗତ ଟୁମ୍ବଲେର ରିଡଜ ସ୍ଥିତ ଗୋଟିଏ ସେକେଣ୍ଡାରୀ ସ୍କୁଲରେ ଏତେ ବଡ଼ ଘଟଣା ଘଟିଛି। ଏହା କାନାଡା ଇତିହାସରେ ଅନ୍ୟତମ ବଡ଼ ନରସଂହାର। 

Advertisment

ଫେବୃଆରୀ ୧୦ ତାରିଖ ଦିନ ୧.୨୦ରେ ସେକେଣ୍ଡାରୀ ସ୍କୁଲରେ ଜଣେ ସକ୍ରିୟ ଶୁଟରଙ୍କ ସମ୍ପର୍କରେ ଖବର ପାଇଥିଲା ରୟାଲ କାନାଡିଆନ ମାଉଣ୍ଟେଡ ପୁଲିସ୍‌। ଖବର ପାଇ ଗୋଟିଏ ସ୍ୱତନ୍ତ୍ର ଟିମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲା। ଏହି ସମୟରେ ସ୍କୁଲ ପରିସରରୁ ପ୍ରଥମେ ୬ ଜଣଙ୍କ ମୃତଦେହ ଜବତ ହୋଇଥିଲା। କିନ୍ତୁ ଏହା ମଧ୍ୟରେ ମହିଳା ଶୁଟର ନଥିଲେ।

ଏହାପରେ ଆହତମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ହସ୍ପିଟାଲ ନିଆଯିବା ବାଟରେ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଆଉ ୨ ଜଣଙ୍କ ମୃତଦେହ ଘଟଣା ସହ ଜଡ଼ିତ ଗୋଟିଏ ଘରକୁ ଜବତ ହୋଇଛି। ପରବର୍ତ୍ତୀ ଅବସ୍ଥାରେ ଗୁଳି ମାଡ଼ କରିଥିବା ମହିଳା ଶୁଟରଙ୍କ ମୃତଦେହକୁ ମଧ୍ୟ ପୁଲିସ୍‌ ଜବତ କରିଛି। ଅର୍ଥାତ ସ୍କୁଲ ଗୁଳିକାଣ୍ତ ଘଟଣାରେ ମୋଟର ୧୦ ଜଣଙ୍କ ମୃତ୍ୟୁ ହୋଇଛି। 

Advertisment

ପୁଲିସ୍‌ କହିଛି ଯେ ସନ୍ଦିଗ୍ଧ ଶୁଟରଙ୍କୁ ନିଜ ଦ୍ୱାରା କରାଯାଇଥିବା କ୍ଷତଚିହ୍ନ ଅବସ୍ଥାରେ ମୃତ ଭାବେ ଠାବ କରାଯାଇଛି। ଘଟଣାରେ ଆଉ କୌଣସି ସନ୍ଦିଗ୍ଧ ନାହାନ୍ତି କିମ୍ବା ସାଧାରଣ ଲୋକଙ୍କ ପାଇଁ କୌଣସି ବିପଦ ନାହିଁ।

ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ବାକି ୨୫ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବଢ଼ାଇ ଦିଆଯାଇଛି। ଏବେ ଘଟଣାର ଅଧିକ ତଦନ୍ତ ଚାଲିଥିବା ପୁଲିସ୍‌ କହିଛି। କେଉଁ ପରିସ୍ଥିତିରେ ମହିଳା ଶୁଟର ଜଣଙ୍କ ଏତେ ବଡ଼ କାଣ୍ଡ ଘଟାଇଲେ, ସେକଥା ଜଣାପଡ଼ିନି। ସେହି ପରି ଏହା କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ କି ନାହିଁ, ତା’ର ମଧ୍ୟ ଯାଞ୍ଚ କାନାଡା ପୁଲିସ ପକ୍ଷରୁ କରାଯାଉଛି। 

Shooting