/odisha-reporter/media/post_attachments/uploadimage/library/16_9/16_9_0/Water_Park_1718506590.jpg)
Water Park
ଖରା ତାତି ଓ ଗୁଳୁଗୁଳିରୁ ମୁକ୍ତି ପାଇବା ପାଇଁ ଓ୍ୱାଟର୍ ପାର୍କରେ ଜମିଥିଲା ଭିଡ଼। ବହୁ ସଂଖ୍ୟାରେ ଲୋକେ ଓ୍ୱାଟର୍ ପାର୍କରେ ଗାଧୋଇବାର ମଜା ନେଉଥିଲେ। ଏତିକି ବେଳେ ହେଲା ଆଖିବୁଜା ଗୁଳିମାଡ଼। ଜଣେ ବନ୍ଧୁକଧାରୀ ଓ୍ୱାଟର୍ ପାର୍କ ଭିତରକୁ ପଶି ଆସି ଗୁଳିମାଡ଼ କରିଛନ୍ତି। ଏଥିରେ ୧୦ ଜଣ ଆହତ ହୋଇଛନ୍ତି। ଆମେରିକାର ମିଶିଗନରେ ଘଟିଛି ଏଭଳି କିଛି ଗୁଳିକାଣ୍ଡ।
ଶନିବାର ସନ୍ଧ୍ୟାରେ ମିଶିଗନରେ ଥିବା ଏକ ଓ୍ୱାଟର୍ ପାର୍କରେ ଜଣେ ଦୁର୍ବୃତ୍ତ ଲୋକଙ୍କ ଉପରକୁ ଗୁଳିମାଡ଼ କରିଛି। ଏଥିରେ ଜଣେ ୮ ବର୍ଷର ଶିଶୁ ସମେତ ୧୦ ଜଣ ଆହତ ହୋଇଛନ୍ତି। ଗୁଳିମାଡ ପରେ ବନ୍ଧୁକଧାରୀ ଜଣକ ପୁଲିସଠାରୁ ବର୍ତ୍ତିବା ପାଇଁ ଏକ ଘରେ ଲୁଚି ଯାଇଛି। ପୁଲିସ ଉକ୍ତ ଘରକୁ ଘେରି ତାକୁ କାବୁ କରିବାକୁ ଚେଷ୍ଟା ଚଳାଇଛି। ଗୁଳିମାଡ଼ରେ ବ୍ୟବହୃତ ହୋଇଥିବା ବନ୍ଧୁକ ମଧ୍ୟ ଜବତ ହୋଇଛି। ସେପଟେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଓକଲ୍ୟାଣ୍ଡ କାଉଣ୍ଟି ଶେରିଫ ମାଇକେଲ ବୁଚାର୍ଡ ଏହି ସୂଚନା ଦେଇଛନ୍ତି।
ପୁଲିସ ସୂଚନା ମୁତାବକ, ରୋଚେଷ୍ଟର ହିଲ୍ସ ସ୍ଥିତ ଅର୍ବାନ ସ୍ପ୍ଲାସ୍ ପ୍ୟାଡ୍ରେ ଶୁଟର୍ ଜଣକ ଲୁଚି ରହିଛି। ସେ ଏବେ ବି ଘଟଣାସ୍ଥଳରେ ସକ୍ରି ଅଛି। ଲୋକଙ୍କୁ ଏହି ସ୍ଥାନରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଅଭିଯୁକ୍ତ ଜଣକ ସନ୍ଧ୍ୟା ୫ଟାରେ ସ୍ପ୍ଲାସ୍ ପ୍ୟାଡ୍ରେ ପହଞ୍ଚିଥିଲା। ସେ ତା' ଗାଡିରୁ ଓହ୍ଲାଇବା ପରେ ପରେ ଲୋକଙ୍କ ଉପରକୁ ପ୍ରାୟ ୨୮ ରାଉଣ୍ଡ ଗୁଳିମାଡ଼ କରିଥିଲା। ତେବେ କେଉଁ କାରଣରୁ ଏହି ଗୁଳିମାଡ଼ ହୋଇଛି ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ।
ସେପଟେ ରୋଚେଷ୍ଟର ହିଲ୍ସ ମେୟର ବ୍ରାଏନ ବର୍ନେଟ କହିଛନ୍ତି ଯେ ପୁଲିସ ଆକ୍ରମଣ ହୋଇଥିବା ସ୍ଥାନକୁ ସିଲ୍ କରି ସର୍ଚ୍ଚ ଅପରେସନ୍ ଜାରି ରଖିଛି। ରୋଚେଷ୍ଟର ହିଲ୍ସ ଅଗ୍ନିଶମ ବିଭାଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି। ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
