Advertisment

ବାର୍‌ ଭିତରେ ଆଖିବୁଜା ଗୁଳିମାଡ଼, ୧୦ ମୃତ

ମୃତକଙ୍କ ମଧ୍ୟରେ ୭ ଜଣ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି।

ଅଦ୍ୟତନ ହୋଇଛି
Firing in Mexico

Firing in Mexico

Advertisment

ଟ୍ରକ୍‌ରେ ଆସିଲେ ବନ୍ଧୁକଧାରୀ। ବାର୍‌ ଭିତରେ ପଶି ଲୋକଙ୍କ ଉପରକୁ କଲେ ଆଖିବୁଜା ଗୁଳିମାଡ଼। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୭ ଜଣ ଆହତ ହୋଇଛନ୍ତି। ମେକ୍ସିକୋରେ ଘଟିଛି ଏଭଳି କିଛି ଘଟଣା।

Advertisment

ମେକ୍ସିକୋ ପୁଲିସର ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ଲୋସ୍‌ କାନ୍ତରିତୋସ୍‌ ବାର୍‌ରେ ଏହି ଗୁଳିମାଡ଼ ହୋଇଛି। ଏକ ଟ୍ରକ୍‌ରେ ୫ରୁ ୬ ବନ୍ଧୁକଧାରୀ ଆସି ବାର୍‌ ଭିତରେ ପଶିଥିଲେ। ଏହାପରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ପରେ ସେଠାରୁ ସେମାନେ ଫେରାର ହୋଇଯାଇଥିଲେ।

ବାର୍‌ରେ ଅନେକ ଲୋକେ ମୌଜମସ୍ତିରେ ମସଗୁଲ ଥିବା ବେଳେ ଏହି ଘଟଣା ଘଟିଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି। ମୃତକଙ୍କ ମଧ୍ୟରେ ୭ ଜଣ ପୁରୁଷ ଓ ୩ ଜଣ ମହିଳା ଥିବା ପୁଲିସ କହିଛି। ସିସିଟିଭି ଫୁଟେଜ ଆଧାରରେ ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି।

Advertisment
Maxico Firing Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe