Advertisment

ଭୟଙ୍କର ଭୂକମ୍ପ: ୧୦୦ ଛୁଇଁଲା ମୃତ୍ୟୁସଂଖ୍ୟା

ସ୍ଥାନୀୟ ସମୟ ଭୋର ୪ ଟା ୧୭ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୮ ରେକର୍ଡ କରାଯାଇଛି।

Earthquake

Earthquake

Advertisment

ତୁର୍କୀ ଓ ସିରିୟାରେ ଆଜି ଭୋରରୁ ଅନୁଭୂତ ହୋଇଥିବା ଭୟଙ୍କର ଭୂକମ୍ପ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ବର୍ତ୍ତମାନ ସୁଦ୍ଧା ଏଥିରେ ୧୦୦ ଜଣଙ୍କ ମୃତ୍ୟୁ ଘଟିଥିବାର ବେଳେ ଶତାଧିକ ବିଲଡିଂ ଭୁଶୁଡ଼ି ପଡ଼ିଛି। ସ୍ଥାନୀୟ ସମୟ ଭୋର ୪ ଟା ୧୭ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୮ ରେକର୍ଡ କରାଯାଇଛି।

Advertisment

ପ୍ରଥମ ଝଟକାର ୧୫ ମିନିଟ୍ ପରେ ସେଠାରେ ଆଉ ଏକ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୬.୭ ରହିଥିଲା।ଭୂକମ୍ପ ଦ୍ୱାରା ତୁର୍କୀର ଗାଜିଆନଟେପ ସର୍ବାଧିକ ପ୍ରଭାବିତ ହୋଇଛି। ଏହା ତୁର୍କୀର ଅନ୍ୟତମ ପ୍ରମୁଖ ଶିଳ୍ପାଞ୍ଚଳ। ଏହା ସିରିୟା ସୀମାକୁ ଲାଗି ରହିଛି। ଆଜି ଏଠାରେ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ଲେବାନନ, ସିରିୟା ଓ ସାଇପ୍ରସରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି।

ତୁର୍କୀ ସରକାର ଏହି ଭୂକମ୍ପକୁ ଲେବଲ ୪ ଭାବେ ଦର୍ଶାଇଛନ୍ତି। ଏହାର ଅର୍ଥ ଅନ୍ତର୍ଜାତୀୟ ସହାୟତା ପାଇଁ ତୁର୍କୀ ହକଦାର। ତୁର୍କୀ ମିଡିଆର ରିପୋର୍ଟ ଅନୁଯାୟୀ, ଦେଶରେ ଭୂକମ୍ପ ଯୋଗୁ ଏଯାଏ ୫୩ ଜଣଙ୍କ ମୃତ୍ୟୁ ହୋଇଛି। ମାଲାଟାୟାରେ ୨୩ ଜଣ, ସାନଲିଉରଫାରେ ୧୭ ଜଣ, ଡିୟାରବାକିରରେ ୬ ଜଣ ଓ ଓସମାନିଆରେ ୫ ଜଣଙ୍କ ମୃତ୍ୟୁ ଘଟିଛି।

Advertisment

ସରିୟାରେ ମଧ୍ୟରେ ଭୂକମ୍ପ ଯୋଗୁ ୪୨ ଜଣଙ୍କ ମୃତ୍ୟୁ ଘଟିଛି। ଅନେକ ଘର ମଧ୍ୟ ମାଟିରେ ମିଶି ଯାଇଛି। ତୁର୍କୀର ରାଷ୍ଟ୍ରପତି ତାୟିପ ଏରଡୋଗାନ କହିଛନ୍ତି, ଭୂକମ୍ପ ପ୍ରଭାବିତ ଅଞ୍ଚଳକୁ ଉଦ୍ଧାରକାରୀ ଦଳ ଯାଇଛନ୍ତି। ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭୂକମ୍ପ ଝଟକା ପ୍ରାୟ ୧ ମିନିଟ୍‌ ଧରି ଅନୁଭୂତ ହୋଇଥିଲା।

Earthquake
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe