Advertisment

ସହାୟତା ପାଇଁ ଅପେକ୍ଷା କରିଥିବା ଲୋକଙ୍କ ଉପରେ ଗୁଳିମାଡ଼, ୧୦୪ ଜଣଙ୍କ ମୃତ୍ୟୁ!

ଗାଜା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଏପରି ଦାବିକୁ ଇସ୍ରାଏଲ ସେନାର ମୁଖପାତ୍ର ଖଣ୍ଡନ କରିଛନ୍ତି। ଇସ୍ରାଏଲ ସେନା ପକ୍ଷରୁ ଉକ୍ତ ସ୍ଥାନରେ କୌଣସି ପ୍ରକାରର ଗୁଳି ମାଡ଼ କରାଯାଇ ନାହିଁ।

Israel

Israel

Advertisment

ଗାଜା ସିଟିରେ ସହାୟତା ପାଇଁ ଅପେକ୍ଷା କରିଥିବା ନିରୀହ ଲୋକଙ୍କ ଉପରକୁ ଅତର୍କିତ ଭାବେ ଗୁଳି ମାଡ଼ କରିଛି ଇସ୍ରାଏଲ। ଏଥିରେ ୧୦୪ ଜଣ ପାଲେଷ୍ଟାଇନବାସୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮୦ ଜଣ ଆହତ ହୋଇଛନ୍ତି ବୋଲି ଗାଜାର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି।

Advertisment

ତେବେ ଗାଜା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଏପରି ଦାବିକୁ ଇସ୍ରାଏଲ ସେନାର ମୁଖପାତ୍ର ଖଣ୍ଡନ କରିଛନ୍ତି। ଇସ୍ରାଏଲ ସେନା ପକ୍ଷରୁ ଉକ୍ତ ସ୍ଥାନରେ କୌଣସି ପ୍ରକାରର ଗୁଳି ମାଡ଼ କରାଯାଇ ନାହିଁ।

ତେବେ ନର୍ଦ୍ଦନ ଗାଜାକୁ ସହାୟତା ନେଇ ଟ୍ରକ୍‌ଗୁଡ଼ିକ ପହଞ୍ଚିବା ପରେ ଲୋକମାନେ ଠେଲାପେଲା ହୋଇ ଜିନିଷ ନେବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହେବାରୁ କିଛି ଲୋକ ଆହତ ହୋଇଥିବା ଇସ୍ରାଏଲ ପକ୍ଷରୁ ସଫେଇ ଦିଆଯାଇଛି।

Advertisment

ଆଉ ଏକ ସୂତ୍ରରେ କୁହାଯାଇଛି ଯେ ଇସ୍ରାଏଲ ସେନା ପ୍ରତି ବିପଦ ସୃଷ୍ଟି କରୁଥିବା କିଛି ଲୋକଙ୍କ ଉପରେ ଯବାନମାନେ ଗୁଳି ମାଡ଼ କରିବାରୁ ଅନେକ ମୃତାହତ ହୋଇଛନ୍ତି। କିନ୍ତୁ ସେମାନେ କେଉଁ ପ୍ରକାରର ବିପଦ ସୃଷ୍ଟି କରୁଥିଲେ, ସେକଥା ଏହି ସୂତ୍ରରେ କୁହାଯାଇ ନାହିଁ।

ପାଲେଷ୍ଟାଇନର ରାଷ୍ଟ୍ରପତିଙ୍କ ଅଫିସ ପକ୍ଷରୁ ଏପରି ନରସଂହାରକୁ ନିନ୍ଦା କରାଯାଇଛି। ନାବୁଲସି ଠାରେ ସହାୟତା ପାଇଁ ଅପେକ୍ଷା କରିଥିବା ଲୋକଙ୍କୁ ଇସ୍ରାଏଲ ସେନା ଗୁଳି କରି ହତ୍ୟା କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ରାଷ୍ଟ୍ରପତିଙ୍କ ଅଫିସରୁ ଜାରି ବିବୃତିରେ କୁହାଯାଇଛି।

ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ଅଶର୍ଫ ଅଲ କିଦ୍ରା କହିଛନ୍ତି, ଅଲ ନାବୁଲସି ରାଉଣ୍ଡଆବାଉଟ ପା‌ଖରେ ପୂରା ଘଟଣା ଘଟିଛି। ଗୁଳିମାଡ଼ରେ ମୃତାହତ ହୋଇଥିବା ଲୋକଙ୍କୁ ଦେଖି ସମସ୍ତେ ଚକିତ ହୋଇଛନ୍ତି। ଅଲ ଶିଫା ହସ୍ପିଟାଲରେ ଆହତମାନଙ୍କୁ ଭର୍ତ୍ତି କରାଯାଇଥିଲେ ହେଁ ସେମାନଙ୍କ ଅବସ୍ଥା ଗୁରୁତାର ରହିଛି ବୋଲି ସେ କହିଛନ୍ତି।

ଗତ ବର୍ଷ ଅକ୍ଟୋବର ୭ରେ ହମାସ ପକ୍ଷରୁ ଇସ୍ରାଏଲ ଉପରେ ଆକ୍ରମଣ କରାଯାଇଥିଲା। ଏଥିରେ ୧୨ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏଥିସହ ପ୍ରାୟ ୨୫୦ ଜଣ ଲୋକଙ୍କୁ ପଣବନ୍ଦୀ କରିନେଇଥିଲା ହମାସ।

ଏହାର ପାଲଟା ଜବାବରେ ଇସ୍ରାଏଲ ଗାଜାରେ ଆକ୍ରମଣ କରିଥିଲା। ଇସ୍ରାଏଲ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୩୦ ହଜାରରୁ ଅଧିକ ପାଲେଷ୍ଟାଇନବାସୀଙ୍କ ମୃତ୍ୟୁ ହୋଇ ସାରିଲାଣି।

Israel Hamas Gaza
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe