Advertisment

ନିଆଁ ଆଁରେ ହଲିଉଡ଼ ହିଲ୍ସ, ଗଲାଣି ୧୧ ଜୀବନ

ହଲିଉଡ ଫିଲ୍ମ ଏବଂ ଟେଲିଭିଜନ ସିଟି ଭାବେ ପରିଚିତ ଲସ୍ ଆଞ୍ଜେଲସ ଏବେ ନିଆଁର ଆଁରେ। ଏପର୍ଯ୍ୟନ୍ତ ସମୁଦାୟ ୧୦ ହଜାରରୁ ଅଧିକ ଘର ପୋଡି ପାଉଁଶ ହୋଇଗଲାଣି।

author-image
Madhupriya Mistry
Wild Fire

Wild Fire

ଥମୁନି ନିଆଁର ତାଣ୍ଡବ। ଦିନକୁ ଦିନ ଏହା ଆହୁରି ବିକରାଳ ରୂପ ଧାରଣ କରି ଆଗକୁ ଆଗକୁ ମାଡ଼ି ଚାଲିଛି। ଘର ଦ୍ୱାର, ଗାଡି ମଟର ଯାହା ପାଉଛି ତାକୁ ଗ୍ରାସ କରୁଛି। ଏହି ନିଆଁକୁ କରାୟତ କରାଯାଉନାରୁ ନାହିଁ। ଆମେରିକା ଲସ୍ ଏଞ୍ଜେଲସ ନିକଟସ୍ଥ ଜଙ୍ଗଲରେ ଲାଗିଥିବା ଏହି ନିଆଁକୁ ଦେଖିଲେ ଲାଗିଛି, ସେତ ଯେପରି କେହି ପରମାଣୁ ବୋମା ପାକଇ ଦେଇଛି। ଏହି ନିଆଁ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କ ଜୀବନ ନେଇସାରିଲାଣି।

Advertisment

ନିଆଁ ଆଁରେ ପଶିଗଲାଣି ହଲିଉଡ। ହଲିଉଡ ଫିଲ୍ମ ଏବଂ ଟେଲିଭିଜନ ସିଟି ଭାବେ ପରିଚିତ ଲସ୍ ଆଞ୍ଜେଲସ ଏବେ ନିଆଁର ଆଁରେ। ଏପର୍ଯ୍ୟନ୍ତ ସମୁଦାୟ ୧୦ ହଜାରରୁ ଅଧିକ ଘର ପୋଡି ପାଉଁଶ ହୋଇଯାଇଥିବା ବେଳେ ୩୫ ହଜାର ଏକରରୁ ଅଧିକ ଜଙ୍ଗଲ ଜଳିଗଲାଣି। କାଲିଫର୍ଣ୍ଣିଆର ଉପକୂଳ ଅଞ୍ଚଳ ମାଲିବୁ ଏବଂ ସାଣ୍ଟା ମୋନିକା ସହରର ପ୍ରାୟ ୨ ହଜାର ୯୨୧ ଏକର ଜଙ୍ଗଲରେ ନିଆଁ ଲାଗି ଛାରଖାର ହୋଇଯାଇଛି।

ନିଆଁ ଯୋଗୁ ପ୍ରାୟ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି। ସୁରକ୍ଷା ଦୃଷ୍ଟିରୁ ବର୍ତ୍ତମାନ ସୁଦ୍ଧା ୩୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇସାରିଲାଣି। ଜଙ୍ଗଲ ଆଖପାଖ ଘରଗୁଡିକ ପୋଡି ପାଉଁଶ ହୋଇଯାଇଛି। ଏହି ଅଞ୍ଚଳରେ ଜରୁରୀ ପରିସ୍ଥିତି ଲାଗୁ କରାଯାଇଛି। ଲୋକମାନେ ଘରଦ୍ୱାର ଛାଡି ସୁରକ୍ଷିତ ସ୍ଥାନକୁ ଚାଲିଯାଉଥିବାରୁ ଲୁଟତରାଜ ବଢିଛି।

Advertisment

ଜଙ୍ଗଲକୁ ଲାଗି ହଲିଉଡ ହିଲ୍ସ ରହିଥିବାରୁ ସେଠାରେ ଭୟର ବାତାବରଣ ଲାଗି ରହିଛି। ନିଆଁ ଆଁରେ ଅନେକ ହଲିଉଡ ସେଲିବ୍ରିଟିଙ୍କ ବଙ୍ଗଳା ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି। ବିଲ୍ କ୍ରିଷ୍ଟଲ, ମେଣ୍ଡି ମୁର, ପ୍ୟାରିସ ହିଲଟନ, ମେଲ୍‌ ଗିବ୍‌ସନ୍‌ଙ୍କ ଭଳି ସେଲିବ୍ରିଟିଙ୍କ ଘର ନିଆଁ ମୁହଁରେ ରହିଛି। ହଲିଉଡ ହିଲ୍ସ ନିକଟରେ ବଡ଼ ବଡ଼ ଷ୍ଟୁଡିଓ ମଧ୍ୟ ରହିଛି। ଏଥିପାଇଁ ହଲିଉଡ ଇଣ୍ଡଷ୍ଟ୍ରିର ଚିନ୍ତା ବଢ଼ିବାରେ ଲାଗିଛି।

କାଲିଫର୍ନିଆର ବନ ବିଭାଗ ଏବଂ ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ପେଲସେଡ୍ସ ଅଞ୍ଚଳରେ ୬% ଅଞ୍ଚଳରେ ନିଆଁକୁ ଆୟତ୍ତ କରାଯାଇଛି। ତେବେ ଇଟନରେ ନିଆଁ ନିୟନ୍ତ୍ରଣରେ ବାହାରେ ରହିଛି। ନିଆଁକୁ କାବୁ କରିବା ପାଇଁ ଯାହା ସମ୍ଭବ ତାହା ଆକ୍ସନ ନିଆ ଯାଉଛି। ଆକାଶ ମାର୍ଗରୁ ପାଣି ସିଞ୍ଚନ ମଧ୍ୟ ଜାରି ରହିଛି। ତେବେ ପବନ ବହୁଥିବାରୁ ନିଆଁ ଆୟତ୍ତ କଷ୍ଟକର ହେଉଛି। ପବନ ଯୋଗୁ ନିଆଁ ବ୍ୟାପିବାରେ ଲାଗିଛି।

Los Angeles Wildfire Wildfire California Forest Fire