Advertisment

ଲେବାନନ ଉପରେ ପୁଣି ଇସ୍ରାଏଲ୍‌ର ଆକ୍ରମଣ, ୧୧ ମୃତ

ରବିବାର ଇସ୍ରାଏଲ ଆକ୍ରମଣରେ ହେଜବୁଲ୍ଲାର ମୁଖ୍ୟ ମୁଖପାତ୍ର ମହମ୍ମଦ ଆଫିଫଙ୍କ ମୃତ୍ୟୁ ଘଟିଛି।

ଅଦ୍ୟତନ ହୋଇଛି
Israel Attack on Lebanon

Israel Attack on Lebanon

Advertisment

ଲେବାନନ ଉପରେ ତୁହାକୁ ତୁହା ଆକ୍ରମଣ କରୁଛି ଇସ୍ରାଏଲ। ଏବେ ପୁଣି ଥରେ ଇସ୍ରାଏଲ ଲେବାନନ ଉପରେ କରିଛି ରକେଟ୍‌ ମାଡ଼। ଏଥିରେ ୧୧ ଜଣଙ୍କ ମୃତ୍ୟ ହୋଇଛି। ସେହିପରି ୪୮ ଜଣ ଆହତ ହୋଇଛନ୍ତି। ଲେବନାନର ଟାୟର ଅଞ୍ଚଳରେ ଏହି ଆକ୍ରମଣ ହୋଇଛି।

Advertisment

ଏହାପୂର୍ବରୁ ମଧ୍ୟ ଇସ୍ରାଏଲ୍ କ୍ରମାଗତ ଭାବରେ ଲେବାନନ ଏବଂ ଗାଜା ଅଞ୍ଚଳରେ ଆକ୍ରମଣ କରିଛି। ରବିବାର ଇସ୍ରାଏଲ ଆକ୍ରମଣରେ ହେଜବୁଲ୍ଲାର ମୁଖ୍ୟ ମୁଖପାତ୍ର ମହମ୍ମଦ ଆଫିଫଙ୍କ ମୃତ୍ୟୁ ଘଟିଛି। ସେପ୍ଟେମ୍ବରରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନ ବୃଦ୍ଧି ଏବଂ ଟପ୍ ହେଜବୁଲ୍ଲା ନେତା ହାସନ ନସ୍ରଲ୍ଲାଙ୍କ ହତ୍ୟା ପରେ ଆଫିଫ ଗଣମାଧ୍ୟମରେ ନିଜ ସଂଗଠନର ପକ୍ଷ ଉପସ୍ଥାପନ କରିଥିଲେ। ବର୍ତ୍ତମାନ ଇସ୍ରାଏଲ ସୈନ୍ୟମାନେ ତାଙ୍କୁ ମଧ୍ୟ ହତ୍ୟା କରିଥିବା ସୂଚନା ମିଳିଛି।

ଅନ୍ୟପଟେ ଉତ୍ତର ଗାଜାର ବେତ ଲୋହିୟାରେ ଇସ୍ରାଏଲ ଦ୍ୱାରା ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ବେତ୍‌ ଲୋହିୟାର କମାଲ ଆଦୱାନ ହସ୍ପିଟାଲର ନିର୍ଦ୍ଦେଶକ ହୋସାମ ଆବୁ ସଫିଆ କହିଛନ୍ତି ଯେ ଏହି ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି। ଅନେକ ଲୋକ ଏବେ ବି ମାଟି ତଳେ ପୋତି ହୋଇ ରହିଛନ୍ତି।

Advertisment

ସେପଟେ ସ୍ଥାନୀୟ ଲୋକ କହିଛନ୍ତି ଯେ ଇସ୍ରାଏଲର ଆକ୍ରମଣ ଯୋଗୁ ଅନେକ ଘର ମଧ୍ୟ ନଷ୍ଟ ହୋଇଯାଇଛି। ଯୁଦ୍ଧ ଅଞ୍ଚଳରୁ ସାଧାରଣ ନାଗରିକଙ୍କୁ ବାହାର କରିବା ପାଇଁ ଉଦ୍ୟମ ଚାଲିଛି ବୋଲି ଇସ୍ରାଏଲ ସେନା ନିଜ ବୟାନରେ କହିଛି।

Israel Attack Israel Attack On Lebanon
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe