Advertisment

Military Operation: ସାମରିକ କାର୍ଯ୍ୟାନୁଷ୍ଠାନ: ୧୯ ଆତଙ୍କବାଦୀ ସଫା, କର୍ଣ୍ଣେଲ ଓ ମେଜରଙ୍କ ସମେତ ୧୧ ସୈନ୍ୟ ମୃତ

ବାସ୍ତବରେ ଆତଙ୍କବାଦୀଙ୍କୁ ନା ସାଧାରଣ ଲୋକଙ୍କୁ ପାକିସ୍ତାନ ହତ୍ୟା କରିଛି, ସେକଥା ଜଣାପଡ଼ିନାହିଁ। କାରଣ କିଛି ଦିନ ତଳେ ଆତଙ୍କବାଦ ଦମନ ନାଁରେ ଖାୟବର ପାଖତୁନଖ୍ୱାରେ ସରକାରଙ୍କୁ ବିରୋଧ କରୁଥିବା ସାଧାରଣ ଲୋକଙ୍କ ଉପରେ ଏୟାର ଷ୍ଟ୍ରାଇକ କରିଥିଲା ପାକିସ୍ତାନ।

author-image
Hemant Lenka
Op

representational image

ବଡ଼ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଦାବି କରିଛି ପାକିସ୍ତାନ। ପାକିସ୍ତାନ(Pakistan) ପକ୍ଷରୁ ଆଫଗାନିସ୍ତାନ ସୀମାନ୍ତ ଖାୟବର ପାଖତୁନଖ୍ୱାରେ କରାଯାଇଛି ସ୍ୱତନ୍ତ୍ର ଅପରେସନ। ଏଠାରେ ସକ୍ରିୟ ତେହରୀକ ଇ ତାଲିବା ପାକିସ୍ତାନ ବା ପାକ ତାଲିବାନ ବିରୋଧରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Advertisment

ଓରାକଜାଇ ଜିଲ୍ଲାରେ ଡୋଇଥିବା ଏହି ଅପରେସନ(Operation)ରେ ୧୯ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ପାକିସ୍ତାନ। ସେହିପରି ଆତଙ୍କବାଦୀଙ୍କ ପାଲଟା ଆକ୍ରମଣରେ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଓ ମେଜରଙ୍କ ସମେତ ୧୧ ଜଣଙ୍କ ସୈନ୍ୟ ପ୍ରାଣ ହରାଇଥିବା ଇସଲାମାବଦ କହିଛି। 

ପାକିସ୍ତାନ ସେନା ପକ୍ଷରୁ କୁହାଯାଇଛି ଯେ ମଙ୍ଗଳବାର ବିଳମ୍ବିତ ରାତିରେ ତେହରୀକ-ଇ-ତାଲିବାନ ପାକିସ୍ତାନର ସଦସ୍ୟମାନଙ୍କ ଉପସ୍ଥିତି ସମ୍ପର୍କରେ ଖବର ମିଳିବା ପରେ ଅପରେସନ ଆରମ୍ଭ କରାଯାଇଥିଲା। ଏହି ସମୟରେ ହୋଇଥିବା ଗୁଳି ବିନିମୟରେ ୧୯ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମୃତଦେକୁ ଜବତ କରି ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ସେନା ପକ୍ଷରୁ କୁହାଯାଇଛି। 

Advertisment

କିନ୍ତୁ ବାସ୍ତବରେ ଆତଙ୍କବାଦୀଙ୍କୁ ନା ସାଧାରଣ ଲୋକଙ୍କୁ ପାକିସ୍ତାନ ହତ୍ୟା କରିଛି, ସେକଥା ଜଣାପଡ଼ିନାହିଁ। କାରଣ କିଛି ଦିନ ତଳେ ଆତଙ୍କବାଦ ଦମନ ନାଁରେ ଖାୟବର ପାଖତୁନଖ୍ୱାରେ ସରକାରଙ୍କୁ ବିରୋଧ କରୁଥିବା ସାଧାରଣ ଲୋକଙ୍କ ଉପରେ ଏୟାର ଷ୍ଟ୍ରାଇକ କରିଥିଲା ପାକିସ୍ତାନ। ଏଥିରେ ମହିଳା ଓ ଛୋଟ ପିଲାଙ୍କ ସମେତ ୩୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ପାକିସ୍ତାନକୁ ବିଶ୍ୱ ଦରବାରରେ ନିନ୍ଦିତ ହେବାକୁ ପଡ଼ିଥିଲା। 

ଏସବୁ ଭିତରେ ପାକିସ୍ତାନ ଖାୟବର ପାଖତୁନଖ୍ୱାରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆତଙ୍କବାଦୀଙ୍କୁ ମାରିଥିବା ଦାବି କରିଛି। ଗତ ମାସରେ ୧୭ ଟିଟିପି ଆତଙ୍କବାଦୀଙ୍କୁ କାରାକରେ ହତ୍ୟା କରାଯାଇଥିଲା। ଏହି ଲଢ଼େଇରେ ୩ ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଥିଲେ ବୋଲି ପାକିସ୍ତାନ ସେନା କହିଥିଲା। 

ପାକିସ୍ତାନ ବାରମ୍ବାର ଆତଙ୍କବାଦ ବିରୋଧରେ ଲଢ଼େଇ କରୁଥିବା ଦାବି କରୁଥିଲେ ହେଁ ଏହା ମିଛ ବୋଲି ପ୍ରମାଣିତ ହୋଇ ଚାଲିଛି। ପାକିସ୍ତାନ ମାଟିରେ ଏବେ ବି ଅନେକ କୁଖ୍ୟାତ ଆତଙ୍କବାଦୀ ଓ ସେମାନଙ୍କ ସଂଗଠନ ଗୁଡ଼ିକ ସକ୍ରିୟ ରହିଛି। ବାରମ୍ବାର ବିଶ୍ୱ ଦରବାରରେ ପାକିସ୍ତାନ ଅପମାନିତ ହେଉଥିଲେ ହେଁ ନିଜ ଆଚରଣରେ କୌଣସି ପରବର୍ତ୍ତନ କରୁନାହିଁ। 

Pakistan Operation