Advertisment

ମାଉଣ୍ଟେନ ରିସର୍ଟରୁ ମିଳିଲା ୧୨ ଭାରତୀୟଙ୍କ ମୃତଦେହ

ଜର୍ଜିଆର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଗୋଟିଏ ବିବୃତିରେ କୁହାଯାଇଛି ଯେ ପ୍ରାଥମିକ ତଦନ୍ତରୁ କୌଣସି ମୃତକଙ୍କ ଦେହରେ କ୍ଷତଚିହ୍ନ ନାହିଁ।

author-image
Hemant Lenka
Georgia

Georgia

ଜର୍ଜିଆର ଗୁଦାଉରି ଠାରେ ଥିବା ଗୋଟିଏ ମାଉଣ୍ଟେନ ରିସର୍ଟରୁ ୧୨ ଭାରତୀୟଙ୍କ ମୃତଦେହ ମିଳିଛି। ସମସ୍ତଙ୍କ ମୃତଦେହ ରିସର୍ଟର ରେଷ୍ଟୁରାଣ୍ଟର ଉପର ମହଲାରେ ଥିବା ବେଡରୁମ ଭିତରୁ ମିଳିଥିବା ଟବିଲିସି ସ୍ଥିତି ଭାରତୀୟ ମିଶନ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଜର୍ଜିଆର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଗୋଟିଏ ବିବୃତିରେ କୁହାଯାଇଛି ଯେ ପ୍ରାଥମିକ ତଦନ୍ତରୁ କୌଣସି ମୃତକଙ୍କ ଦେହରେ କ୍ଷତଚିହ୍ନ ନାହିଁ। ଅର୍ଥାତ କୌଣସି ହିଂସାରେ ସେମାନଙ୍କ ମୃତ୍ୟୁ ହୋଇନାହିଁ। ସମସ୍ତେ କାର୍ବନ ମୋନୋକ୍ସାଡ ବିଷ ଯୋଗୁ ପ୍ରାଣ ହରାଇଛନ୍ତି।

ଟବିଲିସିରେ ଥିବା ଭାରତୀୟ ମିଶନ ପକ୍ଷରୁ କୁହାଯାଇଛି ଯେ ସମସ୍ତ ୧୨ ମୃତକ ଭାରତୀୟ। କିନ୍ତୁ ଜର୍ଜିଆର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର କହିବା କଥା ଯେ ମୃତକଙ୍କ ମଧ୍ୟରେ ୧୧ ଜଣ ବିଦେଶୀ ଓ ଜଣେ ହେଉଛନ୍ତି ଜର୍ଜିଆର ନାଗରିକ। ସମସ୍ତ ମୃତକ ଉକ୍ତ ଭାରତୀୟ ରେଷ୍ଟୁରାଣ୍ଟର କର୍ମଚାରୀ ଥିଲେ। ସମସ୍ତଙ୍କ ମୃତଦେହ ରେଷ୍ଟୁରାଣ୍ଟର ଦ୍ୱିତୀୟ ମହଲାରେ ଥିବା ବେଡରୁମରୁ ମିଳିଛି।

Advertisment

ଭାରତୀୟ ମିଶନ ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ସମ୍ପର୍କରେ ତଥ୍ୟ ଯୋଗାଡ଼ରେ ଲାଗିପଡ଼ିଛି। ଏଥିସହ ମୃତକଙ୍କ ପରିବାର ଲୋକଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି କହିଛି।

ପ୍ରାଥମିକ ସୂଚନା ଅନୁସାରେ, ରିସର୍ଟ ପରିସରରେ ଗୋଟିଏ ପାୱାର ଜେନେରେଟର ରହିଥିଲା। ଏହା ବେଡ ରୁମର ଅତି ନିକଟରେ ରହିଛି। ଶୁକ୍ରବାର ରାତିରେ ବିଜୁଳି ଚାଲି ଯିବାରୁ ଜେନେରେଟର ଚାଲୁ କରାଯାଇଥିଲା। ସମ୍ଭବତଃ ଏଥିରୁ ବାହାରୁ ଥିବା ବିଷାକ୍ତ ଗ୍ୟାସ ବେଡ ରୁମରେ ପ୍ରବେଶ କରିବାରୁ ସମସ୍ତେ ପ୍ରାଣ ହରାଇଛନ୍ତି। ତଥାପି ଫରେନ୍ସିକ ଟିମ ମୃତର ପ୍ରକୃତ କାରଣ ଜାଣିବା ପାଇଁ ଲାଗି ପଡ଼ିଛି।

Hotel And Resturant