Advertisment

ପ୍ରଳୟଙ୍କାରୀ ଭୂମିକମ୍ପ, ଭଙ୍ଗା କୋଠା ତଳେ ଦବି ଗଲା ୧୨ ଜଣଙ୍କ ଜୀବନ

ଇକ୍ୱେଡର୍ ଓ କୁଏନକା ଭଳି ସହର କ୍ଷତିଗ୍ରସ୍ତ ହୋଇଛି।

Ecuador Earthquake

Ecuador Earthquake

Advertisment

ତୁର୍କୀ ପରେ ପ୍ରଳୟଙ୍କାରୀ ଭୂମିକମ୍ପରେ ଥରିଲା ଇକ୍ୱେଡର୍। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ ରେକର୍ଡ କରାଯାଇଛି। ଇକ୍ୱେଡର୍ ଗୁୟାସରେ ହୋଇଥିବା ଏହି ଭୂମିକମ୍ପ ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଛି। ବଡ଼ ବଡ଼ ବିଲ୍ଡିଂ ସବୁ ଭୁଶୁଡିପଡିଛି। ଭଙ୍ଗା କୋଠାତଳେ ଦବି ୧୨ ଜଣଙ୍କ ଜୀବନ ଯାଇଛି। 

Advertisment

ଇକ୍ୱେଡର୍ ଓ କୁଏନକା ଭଳି ସହର କ୍ଷତିଗ୍ରସ୍ତ ହୋଇଛି। ଅନେକ ଗାଡି ଓ ବାହାନ ଭଗ୍ନାବଶେଷ ତଳେ ଦବି ଯାଇଛି। ଅନେକ ଲୋକ ଫଶି ରହିଥିବା କୁହାଯାଉଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି।  

ଏକ ନ୍ୟୁଜ ଚ୍ୟାନେଲର ରିପୋର୍ଟ ମୁତାବକ ଭୂକମ୍ପ ଝଟକା ଅନୁଭବ ହେବା ପରେ ଲୋକମାନେ ଘରୁ ବାହାରି ରାସ୍ତା ଉପରକୁ ଆସି ଯାଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଗୁୟାସରୁ ପାଖାପାଖି ୮୦ କିଲୋମିଟର ଦକ୍ଷିଣ ଦିଗରେ ବୋଲି କୁହାଯାଇଛି। 

Advertisment

ଏହାରି ମଧ୍ୟରେ ଇକ୍ୱାଡୋରର ରାଷ୍ଟ୍ରପତି ଗୁଇଲେମୋ ଲାସୋ ସୋସିଆଲ ମିଡିଆରେ ସନ୍ଦେଶ ଜାରି କରି ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ଗୁଆୟାକିଲ, କ୍ୱିଟୋ, ମାନବି ଓ ମାଣ୍ଟ ସମତେ ଅନ୍ୟ ସହରରେ ମଧ୍ୟ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ପେରୁରେ ଏବେ ଯାଏ କେହି ମୃତାହତର ସୂଚନା ନାହିଁ ବୋଲି କହିଛନ୍ତି।

Earthquake
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe