Advertisment

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆତ୍ମଘାତୀ ବିସ୍ଫୋରଣ: ୧୨ ସୈନ୍ୟ ମୃତ

ଆତ୍ମଘାତୀ ବିସ୍ଫୋରଣରେ ୧୨ ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତ ସୁରକ୍ଷାକର୍ମୀମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

author-image
Hemant Lenka
Pakistan

Pakistan

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ପାକିସ୍ତାନର ଉତ୍ତରପଶ୍ଚିମ ଅଞ୍ଚଳରେ ଥିବା ଗୋଟିଏ ସେନା ପୋଷ୍ଟ ନିକଟରେ ହୋଇଛି ଆତ୍ମଘାତୀ ହମଲା। ଜଣେ ଆତଙ୍କବାଦୀ ବିସ୍ଫୋରକ ଖଚିତ ଗାଡ଼ି ସହ ନିଜକୁ ଚେକ ପୋଷ୍ଟ ନିକଟରେ ବିସ୍ଫୋରଣ କରି ଉଡ଼ାଇ ଦେଇଛି।

Advertisment

ଏହି ଆତ୍ମଘାତୀ ବିସ୍ଫୋରଣରେ ୧୨ ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତ ସୁରକ୍ଷାକର୍ମୀମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହେଲେ ଅଧିକାଂଶ ସୁରକ୍ଷାକର୍ମୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। 

ପାକିସ୍ତାନ ସେନାର ସୂଚନା ଅନୁଯାୟୀ, ଖାୟବର ପାଖତୁନଖ୍ୱା ପ୍ରଦେଶରେ ଥିବା ବାନ୍ନୁ ଠାରେ ମଙ୍ଗଳବାର ସନ୍ଧ୍ୟାରେ ଏପରି ବିସ୍ଫୋରଣ ହୋଇଛି। ପାକିସ୍ତାନ ତାଲିବାନରୁ ବାହାରିଥିବା ହାଫିଜ ଗୁଲ ବାହାଦୂର ସଂଗଠନ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି।

Advertisment

ପାକିସ୍ତାନ ସରକାର ଏଯାଏ ହମଲା ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। କିନ୍ତୁ ଆକ୍ରମଣ ପଛରେ ଥିବା ସଂଗଠନ ବିରୋଧରେ ସେନା ଓ ଗୁଇନ୍ଦା ଅଧିକାରୀମାନେ ଅପରେସନ ଆରମ୍ଭ କରିଦେଇଥିବା ଜଣାପଡ଼ିଛି।

୨୦୨୨ ନଭେମ୍ବର ମାସରୁ ପାକିସ୍ତାନରେ କ୍ରମାଗତ ଭାବେ ଆତଙ୍କବାଦୀ ହମଲା ବଢ଼ିବାରେ ଲାଗିଛି। ପାକିସ୍ତାନୀ ତାଲିବାନ ସରକାର ସହ କରିଥିବା ‌ଅସ୍ତ୍ରବିରତି ଚୁକ୍ତି ଶେଷ ହେବା ପରେ ହିଂସା ବଢ଼ୁଛି।

Pakistan Terror Attack