Advertisment

୧୨ବର୍ଷିୟ ଭାରତୀୟ ଝିଅର ସାହସ ଦେଖିଲା ସାରା ବିଶ୍ୱ

ଯେଉଁଥିରେ ଲେଖାଯାଇଥିଲା, ‘ଜୀବାଶ୍ମ ଇନ୍ଧନ ବ୍ୟବହାର ବନ୍ଦ କର। ଆମ ଗ୍ରହ ଓ ଭବିଷ୍ୟତକୁ ରକ୍ଷା କର’।

author-image
Manoj Swain
ଅଦ୍ୟତନ ହୋଇଛି

ଦୁବାଇଠାରେ ଜାତିସଂଘ ପକ୍ଷରୁ ଚାଲିଥିଲା ଜଳବାୟୁ ସମ୍ମିଳନୀ 2023 (COP28) । ମଞ୍ଚାସୀନ ଥିଲେ ବିଶ୍ୱର ବିଭିନ୍ନ ଦେଶର ବଡ଼ ବଡ଼ ଅତିଥି, ଆଉ ବିଶ୍ୱରେ ଜଳବାୟୁ ପରିବର୍ତ୍ତନକୁ ନେଇ ଚାଲିଥିଲା ମାନସ ମନ୍ଥନ। ଏହାରି ଭିତରେ ସାମ୍ନାରେ ବସିଥିବା ଜଣେ ୧୨ ବର୍ଷୀୟ ଝିଅ ହଠାତ ମଞ୍ଚ ଉପରକୁ ଚାଲି ଆସିଥିଲେ। ହାତରେ ପ୍ଲାକାର୍ଡ ଧରି ନିଜର ବିରୋଧ ପ୍ରଦର୍ଶନ କରିଥିଲେ। ଯେଉଁଥିରେ ଲେଖାଯାଇଥିଲା, ‘ଜୀବାଶ୍ମ ଇନ୍ଧନ ବ୍ୟବହାର ବନ୍ଦ କର। ଆମ ଗ୍ରହ ଓ ଭବିଷ୍ୟତକୁ ରକ୍ଷା କର’। ଏହି ବିରୋଧକୁ ଦେଖି ମଞ୍ଚରେ ବସିଥିବା ବିଶ୍ୱର ବଡ଼ ବଡ଼ ନେତା ଓ ସମ୍ମିଳନୀରେ ଭାଗ ନେଇଥିବା ବିଶ୍ୱର ପ୍ରତିନିଧି ମାନେ ଦେଖି ତାଜୁବ ହୋଇଯାଇଥିଲେ। ତେବେ ସେ ହେଉଛନ୍ତି ଭାରତର ଜଣାଶୁଣା ଶିଶୁ ଜଳବାୟୁ କର୍ମୀ ଲିସିପ୍ରିୟା କାଙ୍ଗୁଜାମ। 

Advertisment
Climate Change Climate Activist