Advertisment

ଭାରତୀୟ ଛାତ୍ରୀଙ୍କୁ ହତ୍ୟା ମାମଲା; ଅଭିଯୁକ୍ତ ଆମେରିକା ପୁଲିସଙ୍କ ବିରୁଦ୍ଧରେ ମିଳିଲାନି ପ୍ରମାଣ

ଦୀର୍ଘ ଏକ ବର୍ଷର ନ୍ୟାୟିକ ଲଢେଇ ମଧ୍ୟରେ ଏପରି ରାୟ ଶୁଣାଇଛନ୍ତି ଅଦାଲତ।

author-image
Debibandita Barick
Jaahnavi Kandula & kevin dave

Jaahnavi Kandula & kevin dave

ବହୁ ଚର୍ଚ୍ଚିତ ଜାହ୍ନବୀ କଣ୍ଡୁଲା ମୃତ୍ୟୁ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଅଦାଲତ। ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଦୀର୍ଘ ଏକ ବର୍ଷର ନ୍ୟାୟିକ ଲଢେଇ ମଧ୍ୟରେ ଏପରି ରାୟ ଶୁଣାଇଛନ୍ତି ଅଦାଲତ।

Advertisment

ଗତବର୍ଷ ଜାନୁଆରୀ ୨୩ରେ ଭାରତୀୟ ଯୁବତୀ ଜାହ୍ନବୀ କଣ୍ଡୁଲାଙ୍କର ଆମେରିକାରେ ମୃତ୍ୟୁ ଘଟିଥିଲା। ୱାଶିଂଟନର ଏକ କାର୍ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ପ୍ରାଥମିକ ରିପୋର୍ଟ ଆସିଥିଲା। କିନ୍ତୁ ଘଟଣାର କିଛି ଦିନ ପରେ ଏକ ଭିଡିଓ ଭାଇରାଲ୍ ହୋଇଥିଲେ, ଯେଉଁଥିରେ ଜାହ୍ନବୀଙ୍କ ଉପରେ ମାଡି ଯାଇଥିବା କାର୍ ଆମେିରାକ ପୁଲିସ କର୍ମଚାରୀଙ୍କର ବୋଲି ଜଣାପଡିଥିଲା।

ଦୁର୍ଘଟଣା ସମୟରେ ପୁଲିସ କର୍ମଚାରୀ କେଭିନ ଡାଭେ ଘଣ୍ଟାପ୍ରତି ୧୨୦ କିଲୋମିଟର ବେଗରେ ଗାଡ଼ି ଚଲାଉଥିଲେ। ଯେତେବେଳେ ଜାବ୍ନବୀଙ୍କ ଉପରେ ଗାଡ଼ି ମାଡ଼ି ଯାଇଥିଲା ସେତେବଳେ କେଭିନ ଖୁବ୍ ଜୋରରେ ହସିଥିବାର ଭିଡ଼ିଓ ସାମ୍ନାକୁ ଆସିଥିଲା। ଏହାପରେ ଭାରତ ସରକାରଙ୍କ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା।

Advertisment

ଏହି ମାମଲାକୁ ଉଭୟ ଆମେରିକା ଏବଂ ଭାରତ ସରକାରଙ୍କ ଓକିଲ ଲଢୁଥିଲେ। କିନ୍ତୁ ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କ ବିରୁଦ୍ଧରେ ପର୍ଯ୍ୟାପ୍ତ ପ୍ରମାଣ ଯୋଗାଡ଼ ହୋଇପାରି ନାହିଁ। ଫଳରେ ତାଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ କରାଯାଇ ପାରିବ ନାହିଁ ବୋଲି ଅଦାଲତ କହିଛନ୍ତି।  

ଜାହ୍ନବୀ କଣ୍ଡୁଲା କିଏ?
୨୩ ବର୍ଷୀୟ ଜାହ୍ନବୀ କଣ୍ଡୁଲା ଆନ୍ଧ୍ରପ୍ରଦେଶର ବାସିନ୍ଦା। ସେ ୨୦୨୧ରେ ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ଅଧୀନରେ ଆମେରିକା ଯାଇଥିଲେ। ସେ ଆମେରିକାର ନର୍ଥଇଷ୍ଟର୍ନ ୟୁନିଭରସିଟିରେ ମାଷ୍ଟର ଡିଗ୍ରୀ ପଢୁଥିଲେ। ଏହି ସମୟରେ ୱାଶିଂଟନର ରାସ୍ତାରେ ଯିବା ସମୟରେ କାର୍ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା। 

Jaahnavi Kandula Jaahnavi Kandula Death Case Kevin Dave America Police