Advertisment

High-Rise Buildings: ଜଳିଗଲା ୭ ଉଚ୍ଚ ଅଟ୍ଟାଳିକା, ଚାଲିଗଲା ୧୩ ଜୀବନ

ନିଆଁର ଆଁରେ ୭ଟି ବିଲଡିଂ ଧ୍ୱଂସ ହୋଇଯାଇଥିଲେ ହେଁ ଏଯାଏ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଅଗ୍ନିକାଣ୍ଡ ପରେ ପୂରା ଅଞ୍ଚଳରେ କୋକୁଆ ଭୟ ଦେଖିବାକୁ ମିଳିଛି। ହାଉସିଂ କମ୍ପ୍ଲେକ୍ସରେ ଆଠଟି ବ୍ଲକ ଥିଲା ଯେଉଁଥିରେ ପ୍ରାୟ ୨ ହଜାର ଆପାର୍ଟମେଣ୍ଟରେ ପ୍ରାୟ ୫ ହଜାର ଲୋକ ବସବାସ କରୁଥିଲେ।

Fire

ଅଗ୍ନିକାଣ୍ଡ

Advertisment

ହଂକଂ ହାଉସିଂ କମ୍ପ୍ଲେକ୍ସରେ ଥିବା ୭ଟି ବଡ଼ବଡ଼ ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ। ବିଲଡିଂ ଗୁଡ଼ିକ ହୁତହୁତ ହୋଇ ଜଳି ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନେକ ଲୋକ ବିଲଡିଂ ଗୁଡ଼ିକ ମଧ୍ୟରେ ଫସି ରହିଥିବା କୁହାଯାଉଛି। ସହରର ଅଗ୍ନିଶମ କର୍ମଚାରୀମାନେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଲାଗି ପଡ଼ିଛନ୍ତି। 

Advertisment

ପ୍ରାଥମିକ ସୂଚନା ଅନୁସାରେ, ଅଗ୍ନିକାଣ୍ଡ ଯୋଗୁ ଘଟଣା ସ୍ଥଳରେ ୯ ଜଣ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ବି ୧୫ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ନିଆଁ ଲାଗିଥିବା ବିଲଡିଂଗୁଡ଼ିକରୁ ୭୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରି ଅସ୍ଥାୟୀ ଆଶ୍ରୟ ସ୍ଥଳରେ ରଖାଯାଇଥିବା ଜଣେ ଅଧିକାରୀ କହିଛନ୍ତି। 

ନିଆଁର ଆଁରେ ୭ଟି ବିଲଡିଂ ଧ୍ୱଂସ ହୋଇଯାଇଥିଲେ ହେଁ ଏଯାଏ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଅଗ୍ନିକାଣ୍ଡ ପରେ ପୂରା ଅଞ୍ଚଳରେ କୋକୁଆ ଭୟ ଦେଖିବାକୁ ମିଳିଛି। 

Advertisment


ନ୍ୟୁ ଟେରିଟୋରିଜର ତାଇ ପୋ ଜିଲ୍ଲାରେ ଥିବା ହାଉସିଂ କମ୍ପ୍ଲେକ୍ସର ବାହାର ପାର୍ଶ୍ଵରେ ଖଞ୍ଜା ଯାଇଥିବା ବାଉଁଶ ଭାରା ଓ ନିର୍ମାଣ ଜାଲରେ ନିଆଁ ଲାଗି ଯିବାରୁ ପ୍ରଚଣ୍ଡ ନିଆଁ ଓ ଘନ ଧୂଆଁର ଆସ୍ତରଣ ପୂରା ଅଞ୍ଚଳରେ ଦେଖିବାକୁ ମିଳିଥିଲା। ହାଉସିଂ କମ୍ପ୍ଲେକ୍ସରେ ଆଠଟି ବ୍ଲକ ଥିଲା ଯେଉଁଥିରେ ପ୍ରାୟ ୨ ହଜାର ଆପାର୍ଟମେଣ୍ଟରେ ପ୍ରାୟ ୫ ହଜାର ଲୋକ ବସବାସ କରୁଥିଲେ।

ଅଗ୍ନିକାଣ୍ଡ ମଧ୍ୟାହ୍ନ ସମୟରେ ଘଟିଥିଲା। ଭୟାବହତା ଦୃଷ୍ଟିରୁ ଲେଭଲ ୫ ସତର୍କ ସୂଚନା ଜାରି କରାଯାଇଥିଲା। ଏବେ ରାତି ହୋଇଯାଇଥିଲେ ହେଁ ନିଆଁକୁ ସଂପୂର୍ଣ୍ଣ ରୂପେ ଆୟତ୍ତ କରାଯାଇ ପାରିନି।

ନିଆଁ ଲିଭା କାର୍ଯ୍ୟରେ ୧୨୮ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଥିବା ବେଳେ ଘଟଣା ସ୍ଥଳରେ ୫୭ଟି ଆମ୍ବୁଲାନ୍ସ ମୁତୟନ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଅଗ୍ନିଶମ କର୍ମଚାରୀ ମଧ୍ୟ ରହିଛନ୍ତି। 

Hong Kong Fire
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe