Advertisment

ହମାସର ଦାବି, ଇସ୍ରାଏଲ ଏୟାର୍ ଷ୍ଟ୍ରାଇକରେ ୧୩ ଜଣ ବନ୍ଧକ ମୃତ

ଇସ୍ରାଏଲ ଆକ୍ରମଣରେ ହମାସ ବନ୍ଧକ ରଖିଥିବା ଇସ୍ରାଏଲର ୧୩ ଜଣ ନାଗରିକଙ୍କ ସମେତ ବିଦେଶୀ ନାଗରିକ ବି ମୃତ।

author-image
Debibandita Barick
ଅଦ୍ୟତନ ହୋଇଛି
Israel-Palestine War file Photo

Israel-Palestine War file Photo

ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଉଛନ୍ତି ଇସ୍ରାଏଲ ଲୋକ। ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଗାଜା ଷ୍ଟ୍ରିପରେ ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକରେ ଅନ୍ତତଃପକ୍ଷେ ୧୩ ଜଣ ଇସ୍ରାଏଲ୍ ଏବଂ ବିଦେଶୀ ବନ୍ଧକଙ୍କର ମୃତ୍ୟୁ ଘଟିଥିବା ହମାସ ସ୍ପଷ୍ଟ କରିଛି। ହମାସ ଦାବି କରିଛି ଯେ, ସେମାନେ ପଣବନ୍ଦୀ କରି ନେଇଥିବା ଲୋକଙ୍କ ମଧ୍ୟରେ ୧୩ ଜଣ ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଛନ୍ତି। 

Advertisment

ପାଞ୍ଚଟି ସ୍ଥାନକୁ ଟାର୍ଗେଟ କରି ଏୟାର୍ ଷ୍ଟାଇକ୍ କରିଥିବା ଇସ୍ରାଏଲର ଆକ୍ରମଣରେ ବିଦେଶ ନାଗରିକଙ୍କ ସମେତ ୧୩ ଜଣ ବନ୍ଧକଙ୍କ ମୃତ୍ୟୁ ଘଟିଛି ବୋଲି ଏଜ୍ଜେଦାଇନ୍ ଅଲ-କ୍ୱାସମ ବ୍ରିଗେଡ୍ ଏକ ବିବୃତ୍ତିରେ କହିଛି। ଏଜ୍ଜେଦାଇନ୍ ଅଲ-କ୍ୱାସମ ବ୍ରିଗେଡ୍ ହେଉଛି ପାଲେଷ୍ଟାଇନ ହମାସ ଆତଙ୍କବାଦୀ ସଂଗଠନର ଏକ ଶାଖା।

ଏହି ଶାଖା ଗତ ସପ୍ତାହରେ ଚେତାବନୀ ଦେଇ କହିଥିଲା, ଯଦି ଇସ୍ରାଏଲ ବିନା ସତର୍କ ସୂଚନାରେ ଆମ ସଦସ୍ୟଙ୍କ ଉପରେ ଟାର୍ଗେଟ କରେ, ତେବେ ଜଣେ ନାଗରିକଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ।  ସେପଟେ, ଅବରୋଧିତ ଗାଜା ଷ୍ଟ୍ରିପ ଉପରେ ଇସ୍ରାଏଲ ଆଖିବୁଜା ଏୟାର୍ ଏବଂ ଆର୍ଟିଲିରି ଷ୍ଟ୍ରାଇକ୍ ଜାରି ରଖିଛି। ଏଥିରେ ୧,୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି। ମୃତକଙ୍କ ମଧ୍ୟରେ ଅତି କମରେ ୫୦୦ ଛୋଟ ପିଲା ଥିବା ହାମାସ ମିଡିଆ କାର୍ଯ୍ୟାଳୟ ସ୍ପଷ୍ଟ କରିଛି।

Advertisment

ଗତ ଶନିବାର ଅକ୍ଟୋବର ୭ରେ ହମାସ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲା। ଏଥିରେ ଇସ୍ରାଏଲର ଶତାଧିକ ସାଧାରଣ ନାଗରିକ ଏବଂ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଆକ୍ରମଣ କରି ହମାସ ମଧ୍ୟ ୧୫୦ ଜଣ ସାଧାରଣ ନାଗରିକ ଏବଂ ସୁରକ୍ଷା ବାହିନୀଙ୍କୁ ବନ୍ଧକ ରଖିଥିବା ଇସ୍ରାଏଲ କହିଥିଲା। ବର୍ତ୍ତମାନ ସେହି ବନ୍ଧକଙ୍କ ମଧୟରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଦାବି କରିଛି ହମାସ।  

Israel Hamas Israel-Palestine Conflict Palestine War Israel-Palestine War