Advertisment

ଓମାନର ମଝି ସମୁଦ୍ରରେ ବୁଡ଼ିଲା ଜାହାଜ; ୧୬ ନିଖୋଜଙ୍କ ମଧ୍ୟରେ ୧୩ ଭାରତୀୟ

୧୬ ଚାଳକ ଦଳକୁ ନେଇ ଯାଇଥିବା ଉକ୍ତ ଜାହଜଟି ମଝି ସମୁଦ୍ରରେ ଓଲଟି ପଡ଼ିଛି। ସେମାନଙ୍କ ମଧ୍ୟରେ ୧୩ ଭାରତୀୟ ଥିବା ଜଣାଯାଇଛି।

author-image
Niharika Rout
Ship

Ship

ମଝି ସମୁଦ୍ରରେ ବୁଡ଼ିଲା ଓମାନର ତେଲ ଟ୍ୟାଙ୍କର ବୋଝେଇ ଜାହାଜ । ୧୬ ଚାଳକ ଦଳକୁ ନେଇ ଯାଇଥିବା ଉକ୍ତ ଜାହାଜଟି ମଝି ସମୁଦ୍ରରେ ଓଲଟି ପଡ଼ିଛି। ସେମାନଙ୍କ ମଧ୍ୟରେ ୧୩ ଭାରତୀୟ ଥିବା ଜଣାଯାଇଛି। ଚାଳକ ଦଳର ସମସ୍ତ ସଦସ୍ୟ ନିଖୋଜ ଥିବା ବେଳେ ସେମାନଙ୍କୁ ଖୋଜିବା ପାଇଁ ରେସକ୍ୟୁ ଅପରେସନ ଆରମ୍ଭ ହୋଇଛି। ଏନେଇ ଓମାନ ସମୁଦ୍ର ସୁରକ୍ଷା କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି।

Advertisment

ସିକ୍ୟୁରିଟି ସେଣ୍ଟର ପକ୍ଷରୁ ସୋଶାଲ ମିଡିଆରେ କୁହାଯାଇଛି, 'Prestige Falcon' ନାମକ ଚାଳକ ଦଳରେ ୧୩ ଭାରତୀୟ ଓ ୩ ଶ୍ରୀଲଙ୍କା ନାଗରିକ ଥିଲେ। ତେବେ ନିଖୋଜ ଭାରତୀୟଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳି ପାରିନି।

ଜାହାଜଟି ୟମନର ଅଦନ ପୋର୍ଟ ଅଭିମୁଖେ ଯାଉଥିଲା। ମାତ୍ର ଗତ ସୋମବାର ଓମାନର ଦୁକମ ପୋର୍ଟ ନିକଟରେ ୨୫ କିମି ଦୂରରେ ତାହା ଓଲଟି ପଡ଼ିଛି। ସୂଚନା ପାଇଁ ଏଥିପାଇଁ ରେସକ୍ୟୁ ଅପରେସନ ଆରମ୍ଭ ହୋଇଥିଲେ ବି ଚାଳକ ଦଳଙ୍କ ପତ୍ତା ମିଳି ପାରିନି। ତେବେ ସେଥିରୁ ତେଲ ଲିକ୍‌ ହେଉଛି ନା ନାହିଁ ତାହା ସ୍ପଷ୍ଟ ହୋଇନି।

Advertisment

ଏହି ଜାହାଜଟି ୨୦୦୭ ମସିହାରେ ନିର୍ମିତ ହୋଇଥିବା ବେଳେ ସେଥିରେ ୧୧୭ ମିଟର ଲମ୍ବା ତେଲ ଟ୍ୟାଙ୍କର ରହିଛି। ଏହା ଏକ ଛୋଟ ଜାହାଜ ହୋଇଥିବା ବେଳେ ଓମାନ ନିକଟବର୍ତ୍ତୀ ଅଞ୍ଚଳକୁ ଏଥିରେ ତେଲ ରପ୍ତାନୀ କରାଯାଇଥାଏ ।

Rescue