Advertisment

୧୩ ଇସ୍ରାଏଲ ଓ ୧୨ ଥାଇ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ

ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ୨୫ ଜଣଙ୍କ ସହ ପ୍ରାୟ ୨୦୦ ଜଣଙ୍କୁ ହମାସ ପ୍ରାୟ ୨ ମାସ ହେଲା ପଣବନ୍ଦୀ କରି ରଖିଥିଲା।

Hamas

Hamas

Advertisment

ଚୁକ୍ତି ଅନୁସାରେ କାମ କରିଛି ପାଲେଷ୍ଟାଇନର ଆତଙ୍କୀ ସଂଗଠନ ହମାସ। ପ୍ରତିଶ୍ରୁତି ଅନୁସାରେ ହମାସ ପକ୍ଷରୁ ୧୩ ଜଣ ଇସ୍ରାଏଲ ପଣବନ୍ଦୀଙ୍କୁ ଆଜି ମୁକ୍ତ କରାଯାଇଛି। ଏମାନଙ୍କ ସହ ପଣବନ୍ଦୀ ହୋଇ ରହିଥିବା ଥାଇଲ୍ୟାଣ୍ଡର ୧୨ ଜଣ ଲୋକଙ୍କୁ ମଧ୍ୟ ହମାସ ରିଲିଜ କରିଛି।

Advertisment

ଇସ୍ରାଏଲ ଓ ହମାସ ମଧ୍ୟରେ ୪ ଦିନିଆ ଅସ୍ତ୍ରବିରତି ଚୁକ୍ତି ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି। ପଣବନ୍ଦୀଙ୍କୁ ଛାଡ଼ିବା ସର୍ତ୍ତରେ ଇସ୍ରାଏଲ ଯୁଦ୍ଧ ବନ୍ଦ କରିଛି। ତେଣୁ ହମାସ ମଧ୍ୟ ପ୍ରତିଶ୍ରୁତି ମୁତାବକ ୨୫ ଜଣ ପଣବନ୍ଦୀଙ୍କୁ ରେଡକ୍ରସକୁ ହସ୍ତାନ୍ତର କରିଥିଲା। ଏହାପରେ ସମସ୍ତଙ୍କୁ ଗାଜାକୁ ଲାଗି ରହିଥିବା ଇଜିପ୍ଟ ସୀମାନ୍ତକୁ ନିଆଯାଇଛି। ଏମାନେ ରାଫା କ୍ରସିଂ ନିକଟରେ ମଧ୍ୟ ପହଞ୍ଚି ସାରିଛନ୍ତି। ସେଠାରୁ ଇସ୍ରାଏଲ ନିଜର ଦେଶର ୧୩ ଜଣ ଲୋକଙ୍କୁ ନେଇ ଯିବ। ଥାଇଲ୍ୟାଣ୍ଡର ୧୨ ଜଣ ଲୋକଙ୍କୁ ତାଙ୍କ ଦେଶର ସରକାର ନେବେ।

ଅନ୍ୟପକ୍ଷରେ ପ୍ରଥମ ଦଫାରେ ଇସ୍ରାଏଲ ୩୯ ଜଣ ପାଲେଷ୍ଟାଇନ ବନ୍ଦୀଙ୍କୁ ଜେଲରୁ ଖଲାସ କରିବ। କେଉଁ ୩୯ ଜଣଙ୍କୁ ଛଡ଼ା ଯିବ, ତା’ର ତାଲିକା ହମାସ ପକ୍ଷରୁ ଇସ୍ରାଏଲକୁ ଦିଆଯାଇଛି। ଏହି ୩୯ ଜଣଙ୍କ ମଧ୍ୟରେ ୨୪ ଜଣ ମହିଳା ଓ ୧୫ ଜଣ ନାବାଳକ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ୱେଷ୍ଟବ୍ୟାଙ୍କର ଲୋକ। ଏମାନେ ସମସ୍ତେ ଡାମୋନ ଓ ମେଗିଡୋ ଜେଲରେ ରହିଛନ୍ତି।

Advertisment

ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଶ୍ରେଥା ଥାଭିସିନ କହିଛନ୍ତି, ହମାସ ୧୨ ଜଣ ଥାଇ ଲୋକଙ୍କୁ ଛାଡ଼ିଛି। ମୁକ୍ତ ପଣବନ୍ଦୀଙ୍କୁ ଗ୍ରହଣ କରିବାକୁ ଦୂତାବାସ କର୍ମଚାରୀ ଯାଇଛନ୍ତି। ସୁରକ୍ଷା ବିଭାଗ ଓ ବୈଦେଶିକ ମନ୍ତ୍ରଣାଳୟ ୧୨ ଜଣ ଥାଇଲ୍ୟାଣ୍ଡ ପଣବନ୍ଦୀଙ୍କୁ ହମାସ ମୁକ୍ତ କରିଥିବା କଥାକୁ ନିଶ୍ଚିତ କରିଛି।

ଘଣ୍ଟାଏ ଭିତରେ ସେମାନେ ଦୂତାବାସ କର୍ମଚାରୀଙ୍କ ପାଖରେ ପହଞ୍ଚିବେ। ଖୁବଶୀଘ୍ର ସେମାନଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ଦିଆଯିବ ବୋଲି ‌ଥାଭିସିନ ସୂଚନା ଦେଇଛନ୍ତି।

ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ୨୫ ଜଣଙ୍କ ସହ ପ୍ରାୟ ୨୦୦ ଜଣଙ୍କୁ ହମାସ ପ୍ରାୟ ୨ ମାସ ହେଲା ପଣବନ୍ଦୀ କରି ରଖିଥିଲା। ଏବେ ସେମାନେ ପର୍ଯ୍ୟାୟକ୍ରମେ ମୁକୁଳିବା ଆରମ୍ଭ କରିଛନ୍ତି। ହମାସ ୪ ଦିନ ମଧ୍ୟରେ ୫୦ ଜଣ ପଣବନ୍ଦୀଙ୍କୁ ମୁକ୍ତ କରିବ। ଏହି ୪ ଦିନ ଯାଏ ଇସ୍ରାଏଲ ଗାଜାରେ କୌଣସି ପ୍ରକାରର ହମାଲ କରିପାରିବେ ନାହିଁ।

Israel-Palestine Conflict Israel-Hamas War War Israel-Palestine War Hamas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe