Advertisment

ପ୍ରାଗର ବିଶ୍ୱବିଦ୍ୟାଳୟରେ ଆଖିବୁଜା ଗୁଳିଚାଳନା; ୧୪ ମୃତ, ୨୫ ଆହତ

ଘଟଣାକୁ ନେଇ ଦେଶରେ ଡିସେମ୍ବର ୨୩କୁ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରିବାକୁ ଘୋଷଣା କରାଯାଇଛି।

author-image
Debibandita Barick
Security Forces

Security Forces

ଚେକ ରାଜଧାନୀ ପ୍ରାଗର ଏକ ବିଶ୍ୱବିଦ୍ୟାଳୟରେ ଆଖିବୁଜା ଗୁଳିଚାଳନା। ଏଥିରେ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ଗତକାଲି ଅପରାହ୍ନରେ ଆକ୍ରମଣ ଘଟିଥିବା ଚେକ ପୁଲିସ୍ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Advertisment

ଚେକ ପୁଲିସ ମହାନିର୍ଦ୍ଦେଶକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଗୁରୁବାର ଅପରାହ୍ନରେ ଚାର୍ଲ୍ସ ବିଶ୍ୱବିଦ୍ୟାଳୟର କଳା ବିଭାଗରେ ଗୁଳି ବିନିମୟ ହୋଇଛି। ଏଥିରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। 

Xinhua ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ଯେ, ଫେକଲ୍ଟି(ଅଧ୍ୟାପକ) ବିଲ୍ଡିଂ ଭିତରେ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ରହିଥିବା ନେଇ ପୁଲିସ ଖବର ପାଇଥିଲା। ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ନେଇଥିବାରୁ ଏକାଧିକ ଲୋକଙ୍କ ଜୀବନ ବର୍ତ୍ତି ଯାଇଛି। 

Advertisment

ସୋଶାଲ ମିଡିଆରେ ପୁଲିସ କରିଥିବା ରିପୋର୍ଟ ଅନୁସାରେ, ବର୍ତ୍ତମାନ ମୃତ ବ୍ୟକ୍ତିମାନଙ୍କ ପରିଚୟ ଖୋଜା ଚାଲିଛି। ସେମାନଙ୍କ ମଧ୍ୟରୁ ଜଣେ ବିଦେଶୀ ନାଗରିକ ରହିଛନ୍ତି। ଅଭିଯୁକ୍ତ ଫେରାର୍ ହୋଇଯାଇ ଥିବାରୁ ପୁଲିସ ଖୋଜାଖୋଜି କରୁଛି। 

ଏ ଘଟଣା ଆତଙ୍କବାଦୀ ହମଲା କିମ୍ବା କୌଣସି ସଂଗଠନ ଘଟାଇ ନାହିଁ, ବରଂ କୌଣସି ଏକ ବ୍ୟକ୍ତି ଏପରି କାଣ୍ଡ ଘଟାଇଥିବା ଭଳି ମନେ ହେଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ। ଘଟଣାକୁ ନେଇ ଦେଶରେ ଡିସେମ୍ବର ୨୩କୁ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରିବାକୁ ଘୋଷଣା କରାଯାଇଛି।  

Crime Shooting Prague University Shooting