Advertisment

ଥରିଲା ଆଫଗାନିସ୍ତାନ, ଗଲାଣି ୧୪ ଜଣଙ୍କ ଜୀବନ

ଧ୍ୱଂସାବଶେଷ ତଳେ ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି।

author-image
Hemant Lenka
Afganistan

Afganistan

ଭୂକମ୍ପ ଝଟକାରେ ଥରିଛି ପଶ୍ଚିମ ଆଫଗାନିସ୍ତାନ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରେକର୍ଡ କରାଯାଇଛି। ଭୂକମ୍ପ ଯୋଗୁ ଏଯାଏ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୮ ଜଣ ଆହତ ହୋଇଛନ୍ତି।

Advertisment

ଏକାଧିକ ଘର ଓ ବଡ଼ବଡ଼ ପ୍ରତିଷ୍ଠାନ ମାଟିରେ ମିଶି ଯାଇଛି। ଧ୍ୱଂସାବଶେଷ ତଳେ ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି।

ହେରାଟ ପ୍ରଦେଶର ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ମହମ୍ମଦ ତାଲେବ ଶାହିଦ କହିଛନ୍ତି, “ଏଯାଏ କେନ୍ଦ୍ରୀୟ ହସ୍ପିଟାଲକୁ ଆସିଥିବା ମୃତାହତଙ୍କ ସଂଖ୍ୟାକୁ ଆଧାର କରି ଏପରି ତଥ୍ୟ ଦିଆଯାଉଛି। ଏହା ଚୂଡ଼ାନ୍ତ ସଂଖ୍ୟା ନୁହେଁ। କାରଣ ଭୂକମ୍ପ ଯୋଗୁ ବ୍ୟାପର କ୍ଷୟକ୍ଷତି ହୋଇଛି। ଅନେକ ଲୋକ କ୍ଷତିଗ୍ରସ୍ତ ହୋଇଥିବା ଘର ଓ ପ୍ରତିଷ୍ଠାନ ତଳେ ଚାପି ହୋଇ ରହିଛନ୍ତି।”

Advertisment

ଆମେରିକାର ଜିଓଲୋଜିକାଲ ସର୍ଭେ ପକ୍ଷରୁ ଭୂକମ୍ପ ସମ୍ପର୍କରେ ସୂଚନା ଦିଆଯାଇଛି। ସଂସ୍ଥା କହିଛି ଯେ ହେରାଟ ଠାରୁ ପ୍ରାୟ ୪୦ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ଏକାଧିକ ଭୂକମ୍ପ ଝଟକାରେ ପଶ୍ଚିମ ଆଫଗାନର ଥରିଛି। ପ୍ରଥମେ ୫.୫, ୪.୭, ୬.୩, ୫.୯ ଓ ୪.୯ ତୀବ୍ରତାର ଝଟକା ଲୋକମାନେ ଅନୁଭୂତ କରିଛନ୍ତି।

ସ୍ଥାନୀୟ ସମୟ ଦିନ ପ୍ରାୟ ୧୧ଟା ବେଳେ ଝଟକା ଅନୁଭବ ହେବାରୁ ଘର ଓ ଦୋକାନ ଛାଡ଼ି ଅନେକ ଲୋକ ଖୋଲା ସ୍ଥାନକୁ ଦୌଡ଼ିଥିଲେ। କିଛି ସ୍ଥାନରେ ବିଲଡିଂ ଭୁଶୁଡ଼ି ପଡ଼ିଥିବା ବେଳେ ଏହା ତଳେ ଚାପି ଲୋକଙ୍କୁ ମୃତ୍ୟୁ ଘଟିଛି। ଏବେ ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି।

Afganistan Earthquake