Advertisment

ବିଲଡିଂରେ ଭୟଙ୍କର ବିସ୍ଫୋରଣ: ୧୪ ମୃତ, ୧୦୦ ଆହତ

ବାଂଲାଦେଶର ଢାକା ଅନ୍ତର୍ଗତ ଗୁଲିସ୍ତାନର ଜନଗହଳୀପୂର୍ଣ୍ଣ ଅଞ୍ଚଳରେ ଥିବା ଗୋଟିଏ ବହୁତଳ ବିଶିଷ୍ଟ କୋଠାରେ ଭୟଙ୍କର ବିସ୍ଫୋରଣ ହୋଇଛି।

Blast

Blast

Advertisment

ବାଂଲାଦେଶର ଢାକା ଅନ୍ତର୍ଗତ ଗୁଲିସ୍ତାନର ଜନଗହଳୀପୂର୍ଣ୍ଣ ଅଞ୍ଚଳରେ ଥିବା ଗୋଟିଏ ବହୁତଳ ବିଶିଷ୍ଟ କୋଠାରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୦୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅଧିକାଂଶ ଲୋକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

Advertisment

ମଙ୍ଗଳବାର ସ୍ଥାନୀୟ ସମୟ ଅପରାହ୍ନ ୪ଟାରେ ଘର ଭିତରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଘଟିଥିବା କୋଠା ସହ ଆଖପାଖ ଅଞ୍ଚଳରେ ଥିବା କିଛି ଦୋକାନ କ୍ଷତିଗ୍ରସ୍ତ ହୋଇଛି। ଏଥିସହ ବିସ୍ଫୋରଣ ପରେ ଘରେ ନିଆଁ ମଧ୍ୟ ଲାଗି ଯାଇଥିଲା। ଖବର ପାଇ ୧୧ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି।

ଘଟଣା ଘଟିଥିବା ଅଞ୍ଚଳଟିରେ ପ୍ରବଳ ଭିଡ଼ ଥିବାରୁ ଉଦ୍ଧାର କାର୍ଯ୍ୟରେ ସାମାନ୍ୟ ବଳିମ୍ବ ହେଉଛି। ତଥାପି ଉଦ୍ଧରକାରୀ ଦଳ ଲୋକଙ୍କୁ ଧ୍ୱଂସ ପାଇଥିବା କୋଠା ଓ ଦୋକାନ ଭିତରୁ ବାହାର କରି ଢାକା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସ୍ଥାନୀୟ ଲୋକମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହାୟତା କରୁଛନ୍ତି।

Advertisment

ଜଣେ ଅଧିକାରୀ କହିଛନ୍ତି କହିଛି ଯେ ବିସ୍ଫୋରଣ ହୋଇଥିବା କୋଠାଟି ସିଦ୍ଦିକ ବଜାର ମଧ୍ୟରେ ରହିଛି। ଏହାକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିଲା। ଏହା ମଧ୍ୟରେ ଅନେକ ଅଫିସ ଓ ଦୋକାନ ରହିଥିଲା। ସେଗୁଡ଼ିକ ବିସ୍ଫୋରଣ ଯୋଗୁ କ୍ଷତିଗ୍ରସ୍ତ ହୋଇଛି। ବିସ୍ଫୋରଣଟି ଗୋଟିଏ ସାନିଟେସନ ବିକ୍ରି ହେଉଥିବା ଷ୍ଟୋରରେ ହୋଇଥିବା ଜଣାପଡ଼ିଛି। ଏହି ଷ୍ଟୋରଟି ବହୁତଳ ବିଶିଷ୍ଟ କୋଠାର ଗ୍ରାଉଣ୍ଡ ଫ୍ଲୋରରେ ରହିଥିବା ସେ ସୂଚନା ଦେଇଛନ୍ତି।

Bomb Blast Bangladesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe