Advertisment

ରୁଷ ଆତଙ୍କୀ ହମଲା: ମୃତ୍ୟୁସଂଖ୍ୟା ୧୪୩କୁ ବୃଦ୍ଧି

ଶୁକ୍ରବାର ବିଳମ୍ବିତ ରାତିରେ ମସ୍କୋ ସ୍ଥିତ କ୍ରକୋସ୍‌ ସିଟି ହଲ୍‌ ନିକଟରେ ଚାଲିଥିବା ଏକ କାର୍ଯ୍ୟକ୍ରମ ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ।

Moscow Attack

Moscow Attack

Advertisment

ରୁଷ ଆତଙ୍କୀ ହମଲାରେ ୧୪୩ରେ ପହଞ୍ଚିଛି ମୃତ୍ୟୁସଂଖ୍ୟା। ପ୍ରଥମେ ୬୦ ଜଣଙ୍କ ମୃତ୍ୟୁ ଘଟିଖିବା ନେଇ ପ୍ରାଥମିକ ସୂଚନା ମିଳିଥିଲା, ପରବର୍ତ୍ତୀ ଅପଡେଟ୍ ଅନୁସାରେ ଆଉ ୮୩ ଜଣଙ୍କ ମୃତ୍ୟୁ ଘଟିଛି।

Advertisment

ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ମସ୍କୋ ସ୍ଥିତ କ୍ରକୋସ୍‌ ସିଟି ହଲ୍‌ ନିକଟରେ ରୁଷର ପ୍ରମୁଖ ରକ୍ ବ୍ୟାଣ୍ଡ ପିକନିକ୍ ପକ୍ଷରୁ ଏକ କାର୍ଯ୍ୟକ୍ରମ ଚାଲିଥିଲା। ଏହି ସମୟରେ ୬ ହଜାରରୁ ଅଧିକ ଦର୍ଶକ ସେଠାରେ ଉପସ୍ଥିତ ଥିଲେ। ହଠାତ୍ କିଛି ଦୁର୍ବୃତ୍ତ ଜନ ଗହଳି ସ୍ଥାନ ଉପରକୁ ଆଖି ବୁଜା ଗୁଳି ଚଳାନା କରିବା ସହ ବିସ୍ଫୋରଣ କରିଥିଲେ। 

ବିସ୍ଫୋରଣ ଯୋଗୁ କନସର୍ଟ ହଲରେ ନିଆଁ ଲାଗିଯାଇଥିଲା। ଏଥିରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିବା ସହ ହଜାର ହଜାର ଲୋକ ଆହତ ହୋଇଛନ୍ତି। ଏହି ଆକ୍ରମଣରେ ମୃତ୍ୟୁସଂଖ୍ୟା ଆହୁରି ଅଧିକ ହେବାର ଆଶଙ୍କା କରାଯାଉଛି।

Advertisment

ପୁଲିସ ଗତକାଲି ୪ ଜଣ ଆତଙ୍କବାଦୀଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଛି। ଏହି ଆକ୍ରମଣ ପାଇଁ ଇସ୍‌ଲାମିକ ଷ୍ଟେଟ୍‌ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଛି।

Moscow Attack Russia Terror Attack Russia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe