Advertisment

ଆମେରିକାରେ ଟ୍ରକ୍‌ ଚଢ଼ାଇ ଗୁଳିମାଡ଼ ଘଟଣା, ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି

ପୁଲିସର ପାଲଟା ଆକ୍ରମଣରେ ଆକ୍ରମଣକାରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଅଭିଯୁକ୍ତ ଜଣକ ଏହି ଆତଙ୍କବାଦୀ ସଙ୍ଗଠନ ସହ ଯୋଡି ହେବାକୁ ଯୋଜନା କରୁଥିଲା ବୋଲି ଏଫ୍‌ବିଆଇ କହିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Terror Attack

Terror Attack

ଆମେରିକାରେ ନୂଆବର୍ଷ ପାଳନ ବେଳେ ଜଘନ୍ୟକାଣ୍ଡ। ଆମେରିକାର ନିୟୁ ଅର୍ଲିନରେ ସେଲିବ୍ରେସନରେ ମଜ୍ଜିଥିବା ଲୋକଙ୍କ ଉପରକୁ ପିକଅପ୍ ଟ୍ରକ୍ ଚଢ଼ାଇ ଆତଙ୍କୀ ଖେଳିଲା ରକ୍ତର ହୋଲି। ଜାଣିଶୁଣି ଭିଡ଼ ଉପରେ ଗାଡ଼ି ଚଢ଼ାଇବା ପରେ ବି ଥମିଲାନି ଉନ୍ମତ୍ତ କାଣ୍ଡ। ଗାଡ଼ିରୁ ଓହ୍ଲାଇ ଆଖିବୁଜା ଗୁଳି ଚଳାଇଥିଲା। ଏହି ଘଟଣାରେ ଏବେ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ସେହିପରି ୩୦ରୁ ଅଧିକ ଆହତ ହୋଇଛନ୍ତି। ପୁଲିସ ଗୁଳିରେ ନିଜେ ଆତଙ୍କୀ ବି ପ୍ରାଣ ହରାଇଛି।

Advertisment

ଏଭଳି ଘଟଣାକୁ ସହରର ମେୟର ଆତଙ୍କବାଦୀ ଆକ୍ରମଣ ବୋଲି ଘୋଷଣା କରିଛନ୍ତି। ସେହିପରି ଏହି ଆକ୍ରମଣ ପଛରେ ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ଆଇଏସ୍‌ ଲିଙ୍କ ଥିବା ସନ୍ଦେହ କରାଯାଉଛି। କାରଣ ଆକ୍ରମଣକାରୀଙ୍କ ଗାଡିରୁ ଆଇଏସ୍‌ଆଇଏସ୍‌ର ପତକା ଥିବା ଦେଖିବାକୁ ମିଳିଛି। FBI ପୂରା ଘଟଣାର ତଦନ୍ତ ଆରମ୍ଭ କରୁଛି। 

ବୁଧବାର ରାତି ପ୍ରାୟ ୩ଟା ୧୫ରେ ଫ୍ରେଞ୍ଚ କ୍ୱାର୍ଟରର୍‌ ବାର୍ବନ ଷ୍ଟ୍ରିଟ୍‌ରେ ଏହି ଆକ୍ରମଣ ହୋଇଥିଲା।  ଘଟଣାସ୍ଥଳରୁ ଏକ ବିସ୍ଫୋରକ ଡିଭାଇସ୍ ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି। ପୁଲିସ ସହ ଗୁଳି ବିନିମୟରେ ଅଭିଯୁକ୍ତ ଟ୍ରକ୍‌ ଡ୍ରାଇଭର୍‌ର ମୃତ୍ୟୁ ହୋଇଥିବା ଏଫ୍‌ବିଆଇ କହିଛି। ମୃତ ଡ୍ରାଇଭର ଜଣକ ୪୨ ବର୍ଷୀୟ ଶାମସୁଦ୍ଦିନ ଜବ୍ବାର ବୋଲି ଜଣାପଡିଛି।

Advertisment

ଏଫ୍‌ବିଆଇ ଏକ ବୟାନରେ କହିଛି ଯେ ଆକ୍ରମଣକାରୀ ବ୍ୟବହାର କରୁଥିବା ଗାଡିରୁ ଇସଲାମିକ୍ ଷ୍ଟେଟ୍ ଗୋଷ୍ଠୀର ପତାକା ଜବତ କରାଯାଇଛି। ଜବ୍ବାର ବିଷୟରେ ଅଧିକ ସୂଚନା ସଂଗ୍ରହ କରିବାକୁ ଆମ ଦଳ ଟିମ୍‌ ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ଜଣକ ଏହି ଆତଙ୍କବାଦୀ ସଙ୍ଗଠନ ସହ ଯୋଡି ହେବାକୁ ଯୋଜନା କରୁଥିଲା ବୋଲି ଏଫ୍‌ବିଆଇ କହିଛି। 

ସେପଟେ ଏହି ଆକ୍ରମଣକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନିନ୍ଦା କରିଛନ୍ତି। ଏହି ଭୟଙ୍କର ଘଟଣା ବିଷୟରେ ମୋତେ ନିରନ୍ତର ଅବଗତ କରାଯାଉଛି। ଏହି ଘଟଣାରେ FBI ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି ଏବଂ ଆତଙ୍କବାଦ ଆକ୍ରମଣ ଭାବରେ ଘଟଣାର ଅନୁସନ୍ଧାନ ଜାରି ରଖିଛି। ମୁଁ ଏହି ଆକ୍ରମଣରେ ପୀଡିତ ଏବଂ ସେମାନଙ୍କ ପରିବାର ପ୍ରତି ମୁଁ ସମବେଦନା ଜଣାଉଛି। ଆମେରିକାରେ କୌଣସି ପ୍ରକାରର ହିଂସା ପାଇଁ କୌଣସି ଯଥାର୍ଥତା ନାହିଁ। ଆମ ଦେଶର କୌଣସି ସମ୍ପ୍ରଦାୟ ଉପରେ ହୋଇଥିବା ଆକ୍ରମଣକୁ ଆମେ ବରଦାସ୍ତ କରିବୁ ନାହିଁ ବୋଲି ବାଇଡେନ୍‌ କହିଛନ୍ତି।

Terror Attack America FBI