Advertisment

Plane Crash: ନୂଆ ନୋଟ୍ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ: ୧୫ ମୃତ, ୩୦ ଆହତ

Crash
Advertisment

ଦେଶର କେନ୍ଦ୍ରୀୟ ବ୍ୟାଙ୍କରୁ ନୂଆକରି ଛପା ହୋଇଥିବା ନୋଟ୍ ଗୁଡ଼ିକୁ ନେଇ ଯାଉଥିବା ଏକ ବୋଲିଭିଆନ୍ ବାୟୁସେନା ହର୍କୁଲିସ୍ ବିମାନ ଏଲ୍ ଆଲ୍ଟୋ ସହରର ଏକ ବ୍ୟସ୍ତବହୁଳ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ପ୍ରାୟ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି।

Advertisment

ଶୁକ୍ରବାର ସନ୍ଧ୍ୟାରେ ଏହି ସାମରିକ ବିମାନଟି ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଏଲ୍ ଆଲ୍ଟୋ ଅନ୍ତର୍ଜାତୀୟ ବିମାନବନ୍ଦର ସଂଲଗ୍ନ ଜନବସତି ଅଞ୍ଚଳରେ ଏକ ବ୍ୟସ୍ତବହୁଳ ରାସ୍ତା ପଡ଼ି ଯାଇଥିଲା। ଜରୁରୀକାଳୀନ ସେବା ଯୋଗାଇ ଦେଉଥିବା ଏଜେନ୍ସିଗୁଡିକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିମାନ ମାଡ଼ରେ ରାସ୍ତାରେ ଯାଉଥିବା ଅନେକ ଯାନ ନଷ୍ଟ ହୋଇଛି ଓ ଜୀବନହାନି ହୋଇଛି।

ସ୍ଥାନୀୟ ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ମୃତାହତଙ୍କ ମଧ୍ୟରେ ଭୂପୃଷ୍ଠରେ ଯାଆସ କରୁଥିବା ସାଧାରଣ ନାଗରିକ ମଧ୍ୟ ଅଛନ୍ତି। ବିମାନରେ ଥିବା ବ୍ୟକ୍ତିମାନଙ୍କ ମୃତ୍ୟୁ ଘଟିଛି।ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

Advertisment

ଯଦିଓ ଦୁର୍ଘଟଣାର କାରଣ ଅନିଶ୍ଚିତ ରହିଛି, ରିପୋର୍ଟ ଅନୁଯାୟୀ ଏହା ଖରାପ ପାଗ ଯୋଗୁ ଘଟିଛି।

ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ବିଶୃଙ୍ଖଳା ଦେଖାଯାଇଥିଲା। ଭଗ୍ନାବଶେଷ ଚାରିପାଖରେ ଭିଡ଼ ଜମା ହୋଇଥିଲା। କିଛି ବ୍ୟକ୍ତି ଭୂମିରେ ବିଛାଡ଼ି ହୋଇ ପଡ଼ିଥିବା ଟଙ୍କା ଉଠାଇ ନେଇ ଯାଉଥିଲେ। ସ୍ଥାନୀୟ କର୍ତ୍ତୃପକ୍ଷ ଭିଡ଼କୁ ଘଉଡ଼ାଇବା ପାଇଁ ପାଣି ମାଡ଼ କରିଥିଲେ ।

ଦୁର୍ଘଟଣା ପରେ, ଏଲ୍ ଆଲ୍ଟୋ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଥିଲା। ବୋଲିଭିଆର ଜାତୀୟ ବିମାନ କମ୍ପାନୀ, ବୋଲିଭିଆନା ଡି ଆଭିଆସିଅନ୍ ଏକ ବିବୃତ୍ତିରେ କହିଛି ଯେ ଦୁର୍ଘଟଣାଗ୍ରସ୍ତ ବିମାନଟି ଏହାର ନୁହେଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe