Advertisment

ମାଲଗାଡ଼ି-ଯାତ୍ରୀବାହି ଟ୍ରେନ୍‌ ମୁହାଁମୁହିଁ ଧକ୍କା: ୧୬ ମୃତ, ୮୫ ଆହତ

ଗ୍ରୀସରେ ଏକ ବଡ଼ଧରଣର ଟ୍ରେନ୍‌ ଦୁର୍ଘଟଣା ଘଟିଛି।

author-image
Tapas Behera
train fire

train fire

ଗ୍ରୀସରେ ଏକ ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଗୋଟିଏ ଯାତ୍ରୀବାହୀ ଟ୍ରେନ୍‌ ସହ ଏକ ମାଲଗାଡ଼ି ସହ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୧୬ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଏଥିରେ ୮୫ ଜଣ ଆହତ ହୋଇଛନ୍ତି। ମଙ୍ଗଳବାର ଏବଂ ବୁଧବାର ମଧ୍ୟରେ ଟେମ୍ପେରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଦୁର୍ଘଟଣାଗ୍ରସ୍ତ ଟ୍ରେନ୍‌ର ଅନେକ ବଗି ଲାଇନଚ୍ୟୁତ ହୋଇଛି। ସେହିପରି ଦୁର୍ଘଟଣା ପରେ ଟ୍ରେନ୍‌ରେ ନିଆଁ ଲାଗିଯାଇଛି। ଥେସି ଅଞ୍ଚଳର ରାଜ୍ୟପାଳ ସ୍ଥାନୀୟ ସମ୍ବାଦ ଏଜେନ୍ସି ସ୍କାଇ ଟିଭିକୁ କହିଛନ୍ତି ଯେ, ଏହି ଦୁର୍ଘଟଣା ଅତି ଭୟଙ୍କର ଥିଲା।

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯାତ୍ରୀବାହୀ ଟ୍ରେନର ପ୍ରଥମ ୪ଟି କୋଚ୍ ଲାଇନଚ୍ୟୁତ ହୋଇଥିବା ବେଳେ ସେଥିରୁ ପ୍ରଥମ ୨ଟି ପ୍ରାୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ରାଜ୍ୟପାଳ କହିଛନ୍ତି ଯେ, ପ୍ରାୟ ୨୫୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ଟ୍ରେନରେ ପ୍ରାୟ ୩୫୦ ଲୋକ ଯାତ୍ରା କରୁଥିଲେ ବୋଲି ଗଣମାଧ୍ୟମ ରଏଟର୍ସ ରିପୋର୍ଟ କରିଛି।

ଗଣମାଧ୍ୟମକୁ ସ୍ଥାନୀୟ ଅଗ୍ନିଶମ ସେବା ମୁଖପାତ୍ର କହିଛନ୍ତି ଯେ, ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେ ଆହୁରି କହିଛନ୍ତି ଯେ, ଦୁଇ ଟ୍ରେନ ମଧ୍ୟରେ ଧକ୍କା ହେବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ଉଦ୍ଧାରକାରୀ ଦଳ ଟ୍ରେନ୍‌ରେ କଟି ଲାଗି ରହିଥିବା ବଡି ଗୁଡ଼ିକୁ ବହୁ କଷ୍ଟରେ ଉଦ୍ଧାର କରୁଛନ୍ତି। ଅନେକ ଯାତ୍ରୀ ଟ୍ରେନ ନିଆଁ ଲାଗି ଜଳିଯାଇଛନ୍ତି। ସେମାନଙ୍କ ମଧ୍ୟରୁ କେତେ କ ଜୀବନ୍ତ ଦଗ୍ଦ ହୋଇଯାଇଥିବା ବେଳେ ଆଉ କେତେକ ଅଧା ପୋଡ଼ି ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ମୁସକିଲ ହୋଇ ପଡ଼ିଛି। ଅତି ସତର୍କତାର ଓ ସାବଧାନାତାର ସହ ଉଦ୍ଧାର କରାଯାଇ ସେମାନଙ୍କୁ ମେଡିକାଲ ପଠାଯାଉଛି। ତେବେ କେଉଁ କାରଣ ପାଇଁ ଏହି ଟ୍ରେନ୍‌ ଦୁର୍ଘଟା ଘଟିଲା ତାହା ଜଣାପଡ଼ି ନାହିଁ। ଏହା ପଛରେ କାହାର ତ୍ରୁଟି ରହିଛି ସେନେଇ ତଦନ୍ତ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Advertisment
Train Accident