Advertisment

ୟୁକ୍ରେନର ମାର୍କେଟ ଉପରେ ରୁଷର ମିସାଇଲ ମାଡ଼, ଆଖି ବୁଜିଲେ ୧୭ ଜଣ

ୟୁକ୍ରେନର ଡୋନେସ୍କ ଅଞ୍ଚଳର କୋସ୍ତିଆଣ୍ଟନିଭକା ସହରରେ ଏପରି ହମଲା ହୋଇଛି। ଲୋକମାନେ ମାର୍କେଟରେ କିଣାକିଣା କରୁଥିବା ବେଳେ ହଠାତ୍‌ ମିସାଇଲ ମାଡ଼ ହୋଇଥିଲା।

Russia

Russia

Advertisment

ୟୁକ୍ରେନ ସହ ଦେଢ଼ ବର୍ଷ ହେଲା ଯୁଦ୍ଧ କରି ଏଯାଏ ସଫଳତା ପାଇ ନଥିବା ରୁଷ ଏବେ ସାଧାରଣ ଲୋକଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛି। ଆଜି ରୁଷ ପକ୍ଷରୁ ପୂର୍ବ ୟୁକ୍ରେନର ଗୋଟିଏ ଜନଗହଳୀପୂର୍ଣ୍ଣ ମାର୍କେଟ ଉପରେ ମିସାଇଲ ମାଡ଼ କରାଯାଇଛି।

Advertisment

ଏଥିରେ ୧୭ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି। ଆମେରିକାର ବୈଦେଶିକ ସଚିନ ଆଣ୍ଟୋନୀ ବ୍ଲିନକେନ ୟୁକ୍ରେନକୁ ୧ ବିଲିୟନ ଡଲାରର ସହାୟତା ଦେବାକୁ ଯିବାର ଥିଲା। ଏହା ପୂର୍ବରୁ ହିଁ ବୁଧବାର ରୁଷ ହମଲା କରିଛି। 

ମିଳିଥିବା ସୂଚନା ଅନୁସାରେ, ୟୁକ୍ରେନର ଡୋନେସ୍କ ଅଞ୍ଚଳର କୋସ୍ତିଆଣ୍ଟନିଭକା ସହରରେ ଏପରି ହମଲା ହୋଇଛି। ଲୋକମାନେ ମାର୍କେଟରେ କିଣାକିଣା କରୁଥିବା ବେଳେ ହଠାତ୍‌ ମିସାଇଲ ମାଡ଼ ହୋଇଥିଲା। ବିସ୍ଫୋରଣ ପରେ ସ୍ଥାନୀୟ ଦୋକାନଗୁଡ଼ିକରେ ନିଆଁ ଲାଗି ଯାଇଥିଲା।

Advertisment

ଲୋକମାନେ ଭୟରେ ଏଣେତେଣେ ଦୌଡ଼ିବାରେ ମଧ୍ୟ ଲାଗିଥିଲେ। ଖବର ପାଇ ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ନିଆଁ ଲିଭା ସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିଲା। ତେବେ ସେତେବେଳକୁ ୧୭ ଜଣଙ୍କ ମୃତ୍ୟୁ ଘଟି ସାରିଥିଲା। ହମଲାରେ ଆହତ ଅନ୍ୟମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନସ୍କି କହିଛନ୍ତି, ଯେଉଁମାନେ ଏହି ଅଞ୍ଚଳ ବିଷୟରେ ଜାଣନ୍ତି, ସେମାନେ ବୁଝନ୍ତି ଯେ ଏଠାରେ ସାଧାରଣ ଲୋକ ରୁହନ୍ତି। ଆଖପାଖ ଅଞ୍ଚଳରେ କୌଣସି ମିଲିଟାରୀ ୟୁନିଟ ମଧ୍ୟ ନାହିଁ। ତେଣୁ ହମଲା ସାଧାରଣ ଲୋକଙ୍କୁ ଟାର୍ଗେଟ କରି କରାଯାଇଛି।”

ଆମେରିକା ମଧ୍ୟ ଘଟଣାକୁ ନିନ୍ଦା କରିବା ସହ ୟୁକ୍ରେନକୁ ସମର୍ଥନ କରିବ ବୋଲି କହିଛି।

Ukraine Russia-Ukraine War Russia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe