Advertisment

ମସଜିଦରେ ବିସ୍ଫୋରଣ ଘଟଣା: ବନ୍ଧା ହେଲେଣି ୧୭

ଦେଶରୁ ଆତଙ୍କବାଦୀଙ୍କୁ ହଟାଇବା ଏବଂ ଆତଙ୍କବାଦୀ ସଂଗଠନ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

author-image
Niharika Rout
Blast Spot

Blast Spot

ପାକିସ୍ତାନର ପେଶୱାରର ଏକ ମସଜିଦରେ ଗତ ସୋମବାର ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ପ୍ରାୟ ଶହେ ଜଣ ପ୍ରାଣ ହରାଇଥିଲେ। ଏହି ଘଟଣାର ତନାଘନା ଆରମ୍ଭ କରିଥିବା ପାକିସ୍ତାନ ପୁଲିସ୍‌ ଏ ଯାବତ ୧୭ ଜଣଙ୍କୁ ଗିରଫ କରି ସାରିଛି। ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।

Advertisment

ପେଶାୱାରର ପୁଲିସ୍‌ ଲାଇନ୍ସ ଅଞ୍ଚଳରେ ଥିବା ଏହି ମସଜିଦରେ ସୋମବାର ମଧ୍ୟାହ୍ନ ସମୟରେ ଏକ ଆତ୍ମଘାତୀ ହମଲା ହୋଇଥିଲା। ଶତାଧିକ ପୁଲିସ କର୍ମୀ, ସେନା ଯବାନ ଓ ଅଧିକାରୀମାନେ ମଧ୍ୟାହ୍ନ ପ୍ରାର୍ଥନା ପାଇଁ ଏକାଠି ହୋଇଥିବା ବେଳେ ଆତଙ୍କବାଦୀ ସଂଗଠନ ଟିଟିପିର ଜଣେ ସଦସ୍ୟ ଆତ୍ମଘାତୀ ହମଲା କରିଥିଲେ। ଏହି ବିସ୍ଫୋରଣରେ ବହୁ ସଂଖ୍ୟାରେ ପୁଲିସ୍‌ କର୍ମୀ ନିହତ ହୋଇଥିବା ଜଣାଯାଇଛି ।

ଏହାକୁ ଗୁରୁତର ସହ ନେଇଥିବା ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଦେଶରୁ ଆତଙ୍କବାଦୀଙ୍କୁ ହଟାଇବା ଏବଂ ଆତଙ୍କବାଦୀ ସଂଗଠନ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏହି ବିସ୍ଫୋରଣରେ ପୁରା ମସଜିଦ୍ ଧ୍ୱଂସ ହୋଇ ଯାଇଥିବା ବେଳେ ବେଳେ ତା ଭିତରେ ବହୁ ଲୋକ ଫସି ରହି ଜୀବନ ହାରିଥିଲେ । ଆତ୍ମଘାତୀ ହମଲା କରିଥିବା ଆତଙ୍କବାଦୀର ମୁଣ୍ଡ ଘଟଣାସ୍ଥଳରୁ ମିଳି ସାରିଥିବା ବେଳେ ତା’ ଶରୀର ବିସ୍ଫୋରଣରେ ଛିନଛତ୍ର ହୋଇଯାଇଛି।

ଏହି ଭୟଙ୍କର ବିସ୍ଫୋରଣ ପାଇଁ ତେହରିକ-ଇ-ତାଲିବାନ-ପାକିସ୍ତାନ(ଟିଟିପି) ନିଜକୁ ଦାୟୀ କରି ସାରିଛି। ନିକଟ ଅତୀତରେ ଟିଟିପି କମାଣ୍ଡର ଉମର ଖାଲିଦ ଖୁରସାନି ଆଫଗାନିସ୍ତାନରେ ପ୍ରାଣ ହରାଇଥିବା ବେଳେ ତା’ ମୃତ୍ୟୁର ପ୍ରତିଶୋଧ ନେବାକୁ ଏପରି ବିସ୍ଫୋରଣ କରାଯାଇଥିବା ତା’ ଭାଇ ସୂଚନା ଦେଇଛି। ଏହାପୂର୍ବରୁ ମଧ୍ୟ ଟିଟିପି ପାକିସ୍ତାନରେ ଅନେକ ଆତ୍ମଘାତୀ ଆକ୍ରମଣ କରି ସାରିଛି।

ଜେନେରାଲ ମୁନିର ମଙ୍ଗଳବାର ରାୱଲପିଣ୍ଡିରେ ସେନା ଅଧିକାରୀଙ୍କ ସମ୍ମିଳନୀରେ ଅଧ୍ୟକ୍ଷତା କରୁଥିବାବେଳେ ଦେଶରୁ ଆତଙ୍କବାଦକୁ ଦୂର କରିବାକୁ ସେନା ପ୍ରସ୍ତୁତ ବୋଲି କହିଥିଲେ। ପେଶୱାର ମସଜିଦ ଉପରକୁ ହୋଇଥିବା ଆକ୍ରମଣ ଦ୍ୱାରା ଆତଙ୍କବାଦକୁ ଦେଶରୁ ମୂଳୋତ୍ପାଟନ କରିବାକୁ ନେଇଥିବା ଶପଥରୁ ସେନାକୁ କେହି ହଟାଇ ପାରିବେ ନାହିଁ ବୋଲି ସେ କହିଥିଲେ । ଏଣିକି ସମସ୍ତ ଆତଙ୍କବାଦୀ ସଂଗଠନ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ଆମେ ଦୃଢ ସଙ୍କଳ୍ପ ନେଉଛୁ ବୋଲି ବି ସେ କହିଥିଲେ।

Bomb Blast