Advertisment

ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ, ୧୮ ମୃତ

ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି।

fireworks factory Explosion

fireworks factory Explosion

Advertisment

ବାଣ ଫ୍ୟାକ୍ଟ୍ରିରେ ହେଲା ଭୟଙ୍କର ବିସ୍ଫୋରଣ। ଚାଲିଗଲା ୧୮ ଜଣଙ୍କ ଜୀବନ। ଥାଇଲାଣ୍ଡର ସୁଫାନ ବୁରୀ ଅଞ୍ଚଳରେ ଘଟିଛି ଏଭଳି କିଛି ଦୁର୍ଘଟଣା। ଏଠାରେ ଥିବା ଏକ ବାଣ ଫ୍ୟାକ୍ଟ୍ରିରେ ହଠାତ୍‌ ବିସ୍ଫୋରଣ ହେବା ଯୋଗୁ ପାଖାପଖି ୧୮ ଜଣଙ୍କ ମୃତ୍ୟୁ ହୋଇଛି।

Advertisment

ସୂଚନା ମୁତାବକ, ବୁଧବାର ମଧ୍ୟ ଥାଇଲାଣ୍ଡର ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଛି। ଖବର ପାଇଁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା ଜାରି ରଖିଛି। ସେପଟେ ଉଦ୍ଧାର କରି ଦଳ ୧୮ଟି ମୃତଦେହ ଉଦ୍ଧାର କରିଛନ୍ତି। ପାଖାପାଖି ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣେ ଅଧିକାରୀ କହିଛନ୍ତି। ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି କୁହାଯାଉଛି।

ତେବେ ବିସ୍ଫୋରଣ ଯୋଗୁ ବାଣ ଫ୍ୟାକ୍ଟ୍ରିଟି ପୂରାପୁରି ଜଳ ପୋଡି ପାଉଁଶ ହୋଇଯାଇଛି। କିନ୍ତୁ ନିକଟରେ ଥିବା ଘରଗୁଡିକର କିଛି କ୍ଷୟକ୍ଷତି ହୋଇନାହିଁ। ସେପଟେ ବିସ୍ଫୋରଣ ଯୋଗୁଁ ପୂରା ଅଞ୍ଚଳରେ କଳା ଧୂଆଁ ବ୍ୟାପିଯାଇଥିବା ସାମ୍ନାକୁ ଆସିଥିବା ଫଟୋରେ ଦେଖିବାକୁ ମିଳିଛି। ସମସ୍ତ ମୃତକ ଉକ୍ତ ଫ୍ୟାକ୍ଟ୍ରିରେ କାମ କରୁଥିବା ଶ୍ରମିକ ହୋଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।

Advertisment

ଗତବର୍ଷ ଜୁଲାଇ ମାସରେ ମଧ୍ୟ ଥାଇଲାଣ୍ଡର ଏକ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ହୋଇଥିଲେ। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହେବା ସହ ୧୦୦ରୁ ଅଧିକ ଲୋକେ ଅହତ ହୋଇଥିଲେ। ନାରଥୀୱାସ୍ ପ୍ରଦେଶର ସୁଙ୍ଗାଇ କୋଲୋକ ସହରର ଏକ ବାଣ କାରଖାନାରେ ଏହି ବିସ୍ଫୋରଣ ଘଟିଥିଲା।

Thailand Blast In Fireworks Factory
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe