Advertisment

ସ୍କୁଲ ବିଲଡିଂରେ ପିଟି ହେଲା ବିମାନ: ୧୬ ପିଲା, ୨ ଶିକ୍ଷକ ଓ ପାଇଲଟ ମୃତ

ଦୁର୍ଘଟଣା ଗ୍ରସ୍ତ ବିମାନଟି ଚାଇନା ନିର୍ମିତ ଏଫ-୭ର ଅତ୍ୟାଧୁନିକ ଭର୍ସନ।

Crash

Crash

Advertisment

ବାଂଲାଦେଶ ବାୟୁ ସେନାର ଗୋଟିଏ ଟ୍ରେନିଂ ବିମାନ ଆଜି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଉଡ଼ାଣର କିଛି ସମୟ ପରେ ଏହା ରାଜଧାନୀ ଢାକାରେ ଥିବା ଗୋଟିଏ ସ୍କୁଲ ବିଲଡିଂରେ ପିଟି ହୋଇ ଜଳି ଯାଇଛି। ଢାକାର ଉତ୍ତରା ଅଞ୍ଚଳରେ ଥିବା ମାଇଲଷ୍ଟୋନ ସ୍କୁଲ ଓ କଲେଜ ବିଲଡିଂ ଏଥିଯୋଗୁ ଗଭୀର ଭାବେ କ୍ଷତି ଗ୍ରସ୍ତ ହୋଇଛି। ଘଟଣାରେ ମୋଟ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

Advertisment

ଦୁର୍ଘଟଣା ଗ୍ରସ୍ତ ବିମାନଟି ଚାଇନା ନିର୍ମିତ ଏଫ-୭ର ଅତ୍ୟାଧୁନିକ ଭର୍ସନ। ଏ୦୭ ବିଜିଆଇ ଟ୍ରେନିଂ ବିମାନ ମଧ୍ୟାହ୍ନ ୧.୦୬ରେ ଉଡ଼ାଣ ଆରମ୍ଭ କରିଥିଲା। ଉଡ଼ାଣ ଭରିବାର କିଛି ସମୟ ପରେ ହିଁ ଏହା ସ୍କୁଲ କ୍ୟାମ୍ପସର ବିଲଡିଂରେ ପିଟି ହୋଇ ଯାଇଥିଲା। ବିଲଡିଂରେ ପିଟି ହେବା ଯୋଗୁ ବିମାନରେ ନିଆଁ ଲାଗି ଯାଇଥିଲା। ଏହା ହୁତହୁତ ହୋଇ ଜଳୁଥିବାର ଭିଡିଓ ଓ ଫଟୋ ସାମ୍ନାକୁ ଆସିଥିଲା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିମାନ ସ୍କୁଲ ବିଲଡିଂରେ ପିଟି ହେବା ବେଳେ କ୍ଲାସ ଚାଲିଥିଲା। ତେଣୁ ୨ ଜଣ ଶିକ୍ଷକ ଓ ୧୬ ଜଣ ନିରୀହ ଶିକ୍ଷାର୍ଥୀ ବିମାନ କ୍ରାଶରେ ପ୍ରାଣ ହରାଇଛନ୍ତି। ବିମାନ କ୍ରାଶ ପରେ ବିଲଡିଂରେ ନିଆଁ ଲାଗି ଯାଇଥିଲା। ଏଥିଯୋଗୁ ପିଲାମାନେ ଜୀବନ ବିକଳରେ ଦୌଡ଼ୁ ଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଆହତ ମାନଙ୍କୁ ବାଂଲାଦେଶ ଆର୍ମି, ଅଗ୍ନିଶମ କର୍ମଚାରୀ ଓ ଅନ୍ୟ ଉଦ୍ଧାରକାରୀ ଟିମ ଘଟଣା ସ୍ଥଳରୁ ନେଇ ଢାକାର ୬ଟି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। 

Advertisment

ମଧ୍ୟାହ୍ନ ୧.୨୨ରୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଉତ୍ତରା, ଟୋଙ୍ଗୀ, ପାଲ୍ଲାବି, କୁମିତୋଲା, ମିରପୁର ଓ ପୂର୍ବାଞ୍ଚଳର ଅଗ୍ନିଶମ ଷ୍ଟେସନରୁ ୧୦ରୁ ଅଧିକ ଗାଡ଼ି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ନିଆଁ ଆୟତ୍ତ ହୋଇଥିଲେ ହେଁ ଏଯାଏ ଉଦ୍ଧାର କାର୍ଯ୍ୟ ଶେଷ ହୋଇନି। 

Bangladesh Plane Crash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe