Advertisment

ଇସ୍ରାଏଲ ସପକ୍ଷରେ ଆଭିମୁଖ୍ୟ ବଦଳାଇବେନି କହିଲେ ବାଇଡେନ, ଗିରଫଦାରୀ ସଂଖ୍ୟା ୨,୦୦୦କୁ ବୃଦ୍ଧି

ଇସ୍ରାଏଲକୁ ସହଯୋଗ ଯୋଗାଇ ନଦେବା ଦାବିରେ ଆମେରିକାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

author-image
Debibandita Barick
Joe Biden

Joe Biden

ଆମେରିକାରେ ତୀବ୍ର ହେଉଛି ଇସ୍ରାଏଲ ବିରୋଧୀ ଆନ୍ଦୋଳନ। ଇସ୍ରାଏଲକୁ ସହଯୋଗ ଯୋଗାଇ ନଦେବା ଦାବିରେ ଆମେରିକାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇ ଥିବାବେଳେ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ। ପରିସ୍ଥିତି ଏପରି ହୋଇଛି ଯେ, ବର୍ତ୍ତମାନ ସୁଦ୍ଧା ୨,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଗିରଫ ହୋଇସାରିଲେଣି। 

Advertisment

ଆସୋସିଏଟେଡ୍ ପ୍ରେସ ରିପୋର୍ଟ ଅନୁଯାୟୀ, ଆମେରିକାର ୩5ଟି ୟୁନିଭରସିଟି କ୍ୟାମ୍ପସରୁ ୨,୦୦୦ ଛାତ୍ରଛାତ୍ରୀଙ୍କୁ ଗିରଫ ହୋଇଛନ୍ତି। ଏପ୍ରିଲ ୧୭ରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଦିନକୁ ଦିନ ତୀବ୍ର ରୂପ ନେଉଛି। ପୂର୍ବରୁ ଛାତ୍ରଛାତ୍ରୀ ଇସ୍ରାଏଲ ବିରୋଧରେ ଆନ୍ଦୋଳନ କରିଆସୁଥିଲେ। କିନ୍ତୁ ଗତକାଲି କେତେକ ଇସ୍ରାଏଲ ସମର୍ଥକ ସେମାଙ୍କୁ ବିରୋଧ କରିଥିଲେ। ଫଳରେ ପାଲେଷ୍ଟାଇନ ଓ ଇସ୍ରାଏଲ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

କେବଳ ଗତକାଲି ହିଁ ୩୦୦ ଛାତ୍ରଛାତ୍ରୀଙ୍କୁ ଗିରଫ କରିଛି ପୁଲିସ। ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇବାର ମୁଖ୍ୟ ମୁଦ୍ଦା ହେଉଛି, ଆମେରିକା ପକ୍ଷରୁ ଇସ୍ରାଏଲକୁ ସମର୍ଥନ କରାନଯାଉ। ଇସ୍ରାଏଲ-ହମାସ ଯୁଦ୍ଧ କାରଣରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି, ଦିନକୁ ଦିନ ମାନବିକ ସଙ୍କଟ ବଢୁଛି। ତେଣୁ ଆମେରିକାର ବିଶ୍ୱବିଦ୍ୟାଳୟଗୁଡିକ ଇସ୍ରାଏଲ ସହ ଆର୍ଥିକ ସମ୍ପର୍କ ବନ୍ଦ କରନ୍ତୁ।

Advertisment

ଏନେଇ ଛାତ୍ରଛାତ୍ରୀମାନେ ମଧ୍ୟ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଇସ୍ରାଏଲ-ହମାସ ଯୁଦ୍ଧରେ ନିଜର ଆଭିମୁଖ୍ୟ ବଦଳାଇବାକୁ ଆହ୍ୱାନ କରିଥିଲେ। କିନ୍ତୁ ବାଇଡେନ ଏହି ଆହ୍ୱାନକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।

ହ୍ୱାଇଟ ହାଉସରେ ବାଇଡେନ କହିଛନ୍ତି, ଗଣତନ୍ତ୍ର ପାଇଁ ମତଭେଦ ଆବଶ୍ୟକ, କିନ୍ତୁ ମତଭେଦରୁ ଅବ୍ୟବସ୍ଥା ନହେବା ଦରକାର। ଜାତୀୟ ସୁରକ୍ଷାକର୍ମୀଙ୍କୁ କ୍ୟାମ୍ପସରେ ନିୟୋଜିତ ହୁଅନ୍ତୁ, ଏକଥା ମୁଁ କେବେ ଚାହେଁନି ବୋଲି ବାଇଡେନ କହିଛନ୍ତି। 

Joe Biden US College Protest Student Protest US America Protest