Advertisment

ଲିବ୍ୟାରେ ବନ୍ୟା: 2,000ରୁ ଅଧିକ ଲୋକ ମୃତ, ଏକାଧିକ ନିଖୋଜ

ଲିବ୍ୟାରେ ଭୟାନକ ଝଡ ତୋଫାନ ପରେ ବନ୍ୟା ପରିସ୍ଥିତି ସୃଷ୍ଟି। 2,000ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାରରୁ ଅଧିକ ଲୋକ ନିଖୋଜ।

author-image
Debibandita Barick
ଅଦ୍ୟତନ ହୋଇଛି
Storm In Lybia

Storm In Lybia

ଲିବ୍ୟାରେ ଭୟାନକ ଝଡ ତୋଫାନ ପରେ ବନ୍ୟା ପରିସ୍ଥିତି ସୃଷ୍ଟି। 2,000ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାରରୁ ଅଧିକ ଲୋକ ନିଖୋଜ ଥିବା ସୂଚନା। ଡେର୍ନା ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିସହ ଶହ ଶହ ଲୋକ ବନ୍ୟା ପାଣିରେ ଭାସି ନିଖୋଜ ହୋଇଯାଇଛନ୍ତି।

Advertisment

ପୂର୍ବ ଲିବ୍ୟା ନିୟନ୍ତ୍ରଣ ଅଧୀନରେ ଥିବା ଲିବିଆନ ନ୍ୟାସନାଲ୍ ଆର୍ମି ମୁଖପାତ୍ର ଅହମଦ ମିସମାରି ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେି କହିଛନ୍ତି ଯେ, ଗତକାଲି ସହରରେ ପ୍ରବଳ ଝଡ-ତୋଫାନ ହୋଇଥିଲା। ଏହା ପରେ ଡେର୍ନାର ଏକ ଡ୍ୟାମ୍ ଭୁଶୁଡି ପଡିଥିଲା। ଫଳରେ ଏପରି ଏକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

Advertisment

କୋଠା-ବାଡି, ଗାଡି-ମୋଟୋର ସମେତ ଡ୍ୟାମ୍ ନିକଟରେ ବାସ କରୁଥିବା ହଜାର ହଜାର ଲୋକଙ୍କୁ ଭସାଇ ନେଇ ସମୁଦ୍ରରେ ଲୀନ କରିଦେଇଛି। ପାଖାପାଖି 5 ହଜାରରୁ 6 ହଜାର ଲୋକ ଭାସି ଯାଇଥିବା କହିଛନ୍ତି ମିସମାରି। 

Storm In Libya Libya Flood