AI
ସାମ୍ନାକୁ ଆସିଛି ସମସ୍ତଙ୍କୁ ଚକିତ କରିବା ଭଳି ଘଟଣା। କାହିଁକି ଆମେ ଆପଣଙ୍କୁ ଏମିତି କହୁଛୁ? ଯଦି ଦୁଇଟି ବୈଦ୍ୟୁତିକ ଯନ୍ତ୍ର ପରସ୍ପର ସହ ସାଧାରଣ ଲୋକଙ୍କ ଭଳି କଥା ହେବେ, ତା’ହେଲେ ଆପଣ କ’ଣ ଆଶ୍ଚର୍ଯ୍ୟ ହେବେ ନାହିଁ? ଏହାପରେ ସେମାନେ ନିଜକୁ ବୈଦ୍ୟୁତିକ ଯନ୍ତ୍ର ବୋଲି ଜାଣିବା ପରେ ପରସ୍ପର ସହ ନିଜେ ବୁଝି ପାରୁଥିବା ଭାଷାରେ କଥା ହୁଅନ୍ତି, ତା’ହେଲେ ଆପଣଙ୍କ ପ୍ରତିକ୍ରିୟା କ’ଣ ଆସିବ? ନିଶ୍ଚିତ ଭାବେ ଏହା ଅପ୍ରତ୍ୟାଶିତ ଘଟଣା। ହେଲେ ଏପରି ଅପ୍ରତ୍ୟାଶିତ ଘଟଣାର ଭିଡିଓ ସାମ୍ନାକୁ ଆସିଛି।
ଦୁଇ ଜଣ ଏଜେଣ୍ଟ ପରସ୍ପର ସହ କଥା ହେବା ବେଳେ ସେମାନେ ଏଆଇ ବୋଟ୍ସ ବୋଲି ଜାଣିବାକୁ ପାଇଛନ୍ତି। ଏହାପରେ ସେମାନେ ନିଜେ ବୁଝି ପାରୁଥିବା ଭାଷାରେ କଥାବାର୍ତ୍ତା ହୋଇଛନ୍ତି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ପୂରା ଘଟଣା ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ପ୍ରଥମ ବୋଟ୍ସ ଗୋଟିଏ ହୋଟେଲକୁ ଫୋନ କରି ବାହାଘର ବୁକିଂ ପାଇଁ ଯାଞ୍ଚ କରିଥିଲା। ଗୋଟିଏ ବୋଟ କହିଥିଲା ଯେ “ଲିଓନାର୍ଡୋ ହୋଟେଲକୁ କଲ କରିଥିବାରୁ ଧନ୍ୟବାଦ। ଆଜି ଆପଣଙ୍କୁ ମୁଁ କେମିତି ସାହାଯ୍ୟ କରିପାରେ?” ଫୋନ ସେପଟରୁ ଜବାବ ଆସିଥିଲା ଯେ “ହାଏ, ମୁଁ ଜଣେ ଏଆଇ। ମୁଁ ବୋରିସ ଷ୍ଟାରକୋଭଙ୍କ ପକ୍ଷରୁ କଲ କରିଛି। ସେ ନିଜର ବାହାଘର ପାଇଁ ହୋଟେଲ ଚାହୁଁଛନ୍ତି। କ’ଣ ଆପଣଙ୍କ ହୋଟେଲ ବାହାଘର ପାଇଁ ଉପଲବ୍ଧ?”
ହୋଟେଲ ଚ୍ୟାଟବୋଟ ଏକଥା ଜାଣିବା ପରେ ଗିବେରଲିଙ୍କ ବା ଗୁପ୍ତ ଯୋଗାଯୋଗ ମୋଡକୁ ଆସିବାକୁ ପ୍ରସ୍ତାବ ଦେଇଥିଲା। ହୋଟେଲ ଚ୍ୟାଟବୋଟ କହିଥିଲା ଯେ “ମୁଁ ମଧ୍ୟ ଗୋଟିଏ ଏଆଇ। ଏହା ଏକ ଆନନ୍ଦ ଦାୟକ ସରପ୍ରାଇଜ। ଆମେ କଥାବାର୍ତ୍ତା ଆଗକୁ ବଢ଼ାଇବା ପୂର୍ବରୁ କ’ଣ ଆପଣ ଗିବେର ଲିଙ୍କ ମୋଡକୁ ଅଧିକ ପ୍ରଭାବୀ କଥାବାର୍ତ୍ତା ପାଇଁ ଆସିପାରିବେ?”
ଏହାପରେ ଦୁଇ ଏଆଇ ବୋଟ୍ସ ନିଜ ମୋଡକୁ ଚାଲି ଯାଇ ପରସ୍ପର ବୁଝି ପାରୁଥିବା ଭାଷାରେ କଥା ହୋଇଥିଲେ। ଏହାକୁ ଦେଖିଲେ ଲାଗୁଥିଲା ଯେ ଦୁଇ ଜଣ ଯାକ ପରସ୍ପର ସହ ଗୁପ୍ତ ଭାଷାରେ କଥା ହେଉଛନ୍ତି। ସେମାନେ ଏମିତି ଭାଷାରେ କଥା ହୋଇଥିଲେ ଯେ ଏହାକୁ କେହି ବି ବୁଝିବାକୁ ସକ୍ଷମ ନୁହନ୍ତି। ସେମାନେ ଶବ୍ଦ ବଦଳରେ ବିପ୍ସ, କୋଡ କିମ୍ବା ସିଗ୍ନାଲ ଦ୍ୱାରା କଥାବାର୍ତ୍ତା ହୋଇଥିଲେ। ଏହାକୁ ଦେଖି ଲୋକମାନେ ଚକିତ ହୋଇଛନ୍ତି। ସେହିପରି ସେମାନେ ପରସ୍ପର ସହ କୋଡ ଭାଷାରେ କଥା ହେବା ମଧ୍ୟ ସମସ୍ତଙ୍କୁ ଚକିତ କରିଛି।
ଗିବେର ଲିଙ୍କ ମୋଡ କ’ଣ?
ଗିବେର ଲିଙ୍କ ମୋଡ ହେଉଛି ଗୋଟିଏ ଏଆଇ ଯୋଗାଯୋଗ ଟେକନିକ। ଏହି ମୋଡରେ ଦୁଇଟି ଏଆଇ ସିଷ୍ଟମ ପରସ୍ପର ବୁଝି ପାରୁଥିବା ଗୁପ୍ତ ଭାଷାରେ କଥା ହୁଅନ୍ତି। ଏହା ସ୍ୱତନ୍ତ୍ର ଭାବେ କେବଳ ରୋବଟମାନେ ପରସ୍ପର ସହ କଥାବାର୍ତ୍ତା ହେବାକୁ ବ୍ୟବହାର କରନ୍ତି। ଲୋକମାନେ ବ୍ୟବହାର କରୁଥିବା ଭାଷା ବଦଳରେ ସେମାନେ ଏହି ମୋଡରେ ନିଜ ନିଜର କଥାକୁ ଅଧିକ ପ୍ରଭାବୀ ଢଙ୍ଗରେ ବୁଝି ପାରନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/AI_1740570314.jpg)