Advertisment

ଡ୍ୟାନ୍ସ କ୍ଲାସ୍‌ରେ ଛୁରାମାଡ଼, ୨ ଛୁଆ ମୃତ, ୯ ଆହତ

ଏହି ମାମଲାରେ ପୁଲିସ ଛୁରାମାଡ଼ କରିଥିବା ଜଣେ ୧୭ ବର୍ଷୀୟ ନାବାଳକକୁ ଗିରଫ କରିଛି।

author-image
Madhupriya Mistry
knife attack

knife attack

ଚାଲିଥିଲା ପିଲାଙ୍କ ଡ୍ୟାନ୍ସ କ୍ଲାସ୍‌। ମ୍ୟୁଜିକ୍‌ ତାଳେ ତାଳେ ନାଚୁଥିଲେ କୁନି କୁନି ପିଲା। ବାସ୍‌ ଏତିକି ବେଳେ ଜଣେ ଦୁର୍ବୃତ୍ତ ପଶି ଅସି ଛୁରୀରେ ଅତର୍କିତ ଆକ୍ରମଣ କରିଛନ୍ତି। ଏଥିରେ ୨ ଛୋଟ ପିଲାଙ୍କ ମୃତ୍ୟୁ ହୋଇଛି। ସେହିପରି ୯ ଜଣ ଆହତ ହୋଇଛନ୍ତି। ସୋମବାର ଉତ୍ତର-ପଶ୍ଚିମ ଇଂଲଣ୍ଡରେ ଘଟିଛି ଏଭଳି କିଛି ଘଟଣା।

Advertisment

ଲିଭରପୁଲ୍ ନିକଟ ସାଉଥପୋର୍ଟର ସମୁଦ୍ର କୂଳରେ ଏହି ଘଟଣା ଘଟିଛି। ଏହି ମାମଲାରେ ପୁଲିସ ଛୁରାମାଡ଼ କରିଥିବା ଜଣେ ୧୭ ବର୍ଷୀୟ ନାବାଳକକୁ ଗିରଫ କରିଛି। ତା'ଠାରୁ ଛୁରୀ ମଧ୍ୟ ଜବତ କରାଯାଇଛି। ତେବେ କାହିଁକି ସେ ପିଲାଙ୍କ ଉପରେ ଏଭଳି ଆକ୍ରମଣ କଲା ତା'ର କାରଣ ଅସ୍ପଷ୍ଟ ରହିଛି। ପୁଲିସ ପୂରା ମାମଲାର ତଦନ୍ତ ଜାରି ରଖିଛି।

ବିବିସି ରିପୋର୍ଟ ମୁତାବକ, ଆତହ ୯ ଜଣ ପିଲାଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପିଲାମାନଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିବାବେଳେ ଦୁଇଜଣ ବୟସ୍କଙ୍କୁ ମଧ୍ୟ ଛୁରାମାଡ଼ ହୋଇଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପୁଲିସ କହିଛି। ଛୁରାମାଡ଼ ପରେ ଛୋଟ ଛୋଟ ପିଲାମାନେ ରକ୍ତ ଯୁଡୁବୁଡୁ ଅବସ୍ଥାରେ ଜୀବନ ବଞ୍ଚାଇ ଦୌଡୁଥିବା ଦେଖିବାକୁ ମିଳିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

Advertisment

ସେପଟେ ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଷ୍ଟାର୍ମର୍ ନିନ୍ଦା କରିଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଷ୍ଟାର୍ମର୍ କହିଛନ୍ତି, ସାଉଥପୋର୍ଟରୁ ଭୟଙ୍କର ଏବଂ ଅତ୍ୟନ୍ତ ଚକିତ ଖବର ଆସୁଛି। ସମସ୍ତ ପ୍ରଭାବିତ ଲୋକଙ୍କ ସହ ମୋର ସମବେଦନା ରହିଛି।

ଲିଭରପୁଲ୍ ନିକଟ ସାଉଥପୋର୍ଟର ସମୁଦ୍ର କୂଳରେ ଥିବା ଏକ କମ୍ୟୁନିଟି ସେଣ୍ଟରରେ ୬ରୁ ୧୧ ବର୍ଷ ବୟସର ପିଲାମାନଙ୍କ ପାଇଁ ଟେଲର ସ୍ୱିଫ୍ଟ-ଥିମ୍ ଉପରେ ଡ୍ୟାନ୍ସ ଏବଂ ଯୋଗ କ୍ଲାସ୍ ଚାଲିଥିଲା।

England Knife Attack UK