Advertisment

ଇସ୍ରାଏଲ-ହେଜବୁଲ୍ଲା ଯୁଦ୍ଧ ଘନେଇଲା

ହେଜବୁଲ୍ଲା ଉପରେ ଇସ୍ରାଏଲ ରକେଟ ମାଡ଼ କରି ବ୍ୟାପକ କ୍ଷୟକ୍ଷତି କରିଛି। ଏହି ମିସାଇଲ ବା ରକେଟ ମାଡ଼ରେ ହେବୁଲ୍ଲାର ଦୁଇ ଜଣ ସଦସ୍ୟ ପ୍ରାଣ ହରାଇଛନ୍ତି।

Hezbollah

Hezbollah

Advertisment

ମଧ୍ୟପ୍ରାଚ୍ୟରେ ଏବେ ଭୟଙ୍କର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଆକ୍ରମଣ ଓ ପ୍ରତିଆକ୍ରମଣ ଯୋଗୁ ସ୍ଥିତି ଧୀରେଧୀରେ ଅସମ୍ଭାଳ ହେଉଛି। ଇରାନ ସମର୍ଥିତ ବିଦ୍ରୋହୀ ସଂଗଠନ ହେଜବୁଲ୍ଲା ଉପରେ ଇସ୍ରାଏଲ ରକେଟ ମାଡ଼ କରି ବ୍ୟାପକ କ୍ଷୟକ୍ଷତି କରିଛି। ଏହି ମିସାଇଲ ବା ରକେଟ ମାଡ଼ରେ ହେଜବୁଲ୍ଲାର ଦୁଇ ଜଣ ସଦସ୍ୟ ପ୍ରାଣ ହରାଇଛନ୍ତି।

Advertisment

ଏକଥା ନିଜେ ହେଜବୁଲ୍ଲା ସ୍ୱୀକାର କରିଛି। ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଇଥିବା ଦୁଇ ସଦସ୍ୟଙ୍କୁ ସଂଗଠନ ପକ୍ଷରୁ ସହିଦ ମାନ୍ୟତା ଦିଆଯାଇଛି। ଜେରୁଜେଲମ ରାସ୍ତାରେ ସହିଦ ଭାବେ ସେମାନଙ୍କୁ ଆ‌ଖ୍ୟା ମିଳିଛି। ଇସ୍ରାଏଲ ଆକ୍ରମଣରେ ୨ ଜଣ ସଦସ୍ୟ ପ୍ରାଣ ହରାଇଥିଲେ ହେଁ ହେଜବୁଲ୍ଲାର ଅନେକ କ୍ୟାମ୍ପ ଧ୍ୱଂସ ହୋଇଯାଇଛି।

ଏହାର ବଦଲା ନେବାକୁ ମଧ୍ୟ ହେଜବୁଲ୍ଲା ସୁଯୋଗ ଅପେକ୍ଷା ରହିଛି। ଇସ୍ରାଏଲ ମଧ୍ୟ ସତର୍କତା ଅବଲମ୍ବନ କରିବା ସହ ଆଲର୍ଟ ମୋଡରେ ଅଛି। ତେଣୁ ଏହି ଲଢ଼େଇ ଯେକୌଣସି ମୁହୂର୍ତ୍ତରେ ଭୟଙ୍କର ରୂପ ନେବାର ଆଶଙ୍କା ପ୍ରକାଶ ପାଇଛି।

Advertisment

ସ୍ଥିତିକୁ ଦେଖି ବିଭିନ୍ନ ଦେଶ ପକ୍ଷରୁ ଇସ୍ରାଏଲ ଓ ମଧ୍ୟପ୍ରାଚ୍ୟକୁ ବିମାନ ସେବା ବନ୍ଦ କରିଦିଆଯାଇଛି। ସେଠାରେ ଥିବା ନିଜ ଦେଶର ଲୋକମାନଙ୍କୁ ତୁରନ୍ତ ସ୍ୱଦେଶ ଫେରି ଆସିବାକୁ ମଧ୍ୟ କୁହାଯାଇଛି। 

ରବିବାର ଭୋରରୁ ପ୍ରଥମେ ହେଜବୁଲ୍ଲା ପକ୍ଷରୁ ଇସ୍ରାଏଲ ଉପରେ ୩୦୦ରୁ ଅଧିକ ରକେଟ ମାଡ଼ କରାଯାଇଥିଲା। ଏହାକୁ ଗାଜାରେ ଇସ୍ରାଏଲ ସହ ଯୁଦ୍ଧ କରୁଥିବା ହମାସ ମଧ୍ୟ ସମର୍ଥନ କରିଛି। ଏହା ଏକ ଶକ୍ତି ଶାଳୀ ଓ ଫୋକସଡ ହମଲା ବୋଲି ହମାସ କରିଛି। 

ତେବେ ହେଜବୁଲ୍ଲାର ରକେଟ୍‌ ମାଡ଼ର ଜବାବରେ ଇସ୍ରାଏଲ ବାୟୁସେନା ପକ୍ଷରୁ ମଧ୍ୟ ମିସାଇଲ ମାଡ଼ କାରାଯାଇଥିଲା। ଇସ୍ରାଏଲ ପକ୍ଷରୁ ଦକ୍ଷିଣ ଲେବାନନ ଉପରେ ଏୟାରଷ୍ଟ୍ରାଇକ କରାଯାଇଛି।

ପ୍ରଥମେ ଦକ୍ଷିଣ ଲେବାନନବାସୀଙ୍କୁ ଇସ୍ରାଏଲ ପକ୍ଷରୁ ଆରବୀ ଭାଷାରେ ଚେତାବନୀ ଦିଆଯାଇଥିଲା। ‘ଆମେ ଆପଣଙ୍କ ଘର ନିକଟରେ ଇସ୍ରାଏଲ କ୍ଷେତ୍ରରେ ବଡ଼ ଧରଣର ହମଲା କରିବୁ। ଆପଣମାନେ ଏବେ ବିପଦରେ ଅଛନ୍ତି। ହେଜବୁଲ୍ଲା ଆତଙ୍କବାଦୀ ଦେଶ ପାଇଁ ବିପଦ ସୃଷ୍ଟି କରୁଥିବାରୁ ଏହାକୁ ନଜରରେ ରଖି ଏହି ହମଲା ହୋଇଛି। ଆତଙ୍କ ଶେଷ କରିବା ଯାଏ ଏହି ଆକ୍ରମଣ ଜାରି ରହିବ।” ଏହାପରେ ୧୦୦ରୁ ଅଧିକ ମିସାଇଲ ମାଡ଼ କରାଯାଇଥିଲା।

Hezbollah Hezbollah Strikes Israel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe