Advertisment

ଆମେରିକାରେ ଅସୁରକ୍ଷିତ ଭାରତୀୟ ଛାତ୍ର, କୋଠରୀରେ ପଡିଛି ଦୁଇ ରୁମମେଟଙ୍କ ମୃତଦେହ

ଜଣେ ତେଲେଙ୍ଗାନାର ୱାନାପାଥିର ଜି ଦୀନେଶ (22) ହୋଇଥିବା ବେଳେ ଅନ୍ୟ ଜଣେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମର ନିକେଶ (21)।

author-image
Debibandita Barick
ଅଦ୍ୟତନ ହୋଇଛି
Police Van

Police Van

ଆମେରିକାରେ ଭାରତୀୟ ଛାତ୍ରଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ମାତ୍ର 15 ଦିନ ତଳେ ପାଠ ପଢିବାକୁ ଆମେରିକା ଯାଇଥିବା ଦୁଇ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏକ କୋଠରୀରେ ପଡି ରହିଛି ଦୁଇ ରୁମମେଟଙ୍କ ମୃତଦେହ। ହେଲେ କେଉଁ କାରଣରୁ ସେମାନଙ୍କ ମୃତ୍ୟୁ ଘଟିଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। 

Advertisment

ଦୁଇ ଜଣ ଛାତ୍ର - ଜଣେ ତେଲେଙ୍ଗାନାର ୱାନାପାଥିର ଜି ଦୀନେଶ (22) ହୋଇଥିବା ବେଳେ ଅନ୍ୟ ଜଣେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମର ନିକେଶ (21)। ଆମେରିକାର କନେକ୍ଟିକଟ ସହରରେ ସେମାନେ ରହୁଥିବା ଭଡା ଘରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ସଦସ୍ୟ କହିଛନ୍ତି। କିନ୍ତୁ କେଉଁ କାରଣରୁ ସେମାନଙ୍କ ମୃତ୍ୟୁ ଘଟିଲା, କିଛି ଖବର ନଥିବା କହିଛନ୍ତି ପରିବାର ଲୋକ।

ଦୀନେଶଙ୍କ ପରିବାର ସଦସ୍ୟ କହିଛନ୍ତି, "ଦିନେଶଙ୍କ ରୁମ୍ ନିକଟରେ ରହୁଥିବା ତାଙ୍କର ଜଣେ ସାଙ୍ଗ କଲ୍ କରି ଏ ବାବଦରେ ଜଣାଇଛନ୍ତି। କିନ୍ତୁ ଘଟଣା ପଛର ପ୍ରକୃତ କାରଣ କଣ ଆମକୁ କିଛି ଜଣା ନାହିଁ।"

Advertisment

ପରିବାରର ଜଣେ ସଦସ୍ୟଙ୍କ କହିବାନୁସାରେ, ଦୀନେଶ ଡିସେମ୍ବର 28, 2023ରେ ଉଚ୍ଚଶିକ୍ଷା ପାଇଁ ଆମେରିକାର କନେକ୍ଟିକଟ, ହାର୍ଟଫୋର୍ଡ ଯାଇଥିଲେ। ଏହାର କିଛି ଦିନ ପରେ ନିକେଶ ସେଠାରେ ପହଞ୍ଚିଥିଲେ। ସେମାନେ କିଛି ବନ୍ଧୁଙ୍କ ପକ୍ଷରୁ ଉଭୟ ଉଭୟଙ୍କୁ ଜାଣିବା ପରେ ରୁମମେଟ୍ ହୋଇଥିଲେ। 

ଦୀନେଶଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ଦୀନେଶଙ୍କ ମୃତଦେହ ଫେରାଇ ଆଣିବା ପାଇଁ ସେମାନେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି କିଶାନ ରେଡ୍ଡୀ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀଙ୍କୁ ନିବେଦନ କରିଛନ୍ତି। 

Indian Students Indian Students Dead In US Students Found Dead In US