Advertisment

ହସ୍ପିଟାଲରେ ପଶି ଯାହାକୁ ପାଇଲେ ତା’କୁ ଛୁରୀ ଭୁଷିଲେ

ଘରୋଇ ସଂସ୍ଥା ତା’ ରିପୋର୍ଟରେ କହିଛି ଯେ ଆକ୍ରମଣରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି।

Hospital

Hospital

Advertisment

ଦକ୍ଷିଣପଶ୍ଚିମ ଚାଇନାର ଗୋଟିଏ ହସ୍ପିଟାଲରେ ଭୟଙ୍କର ଘଟଣା ଘଟିଛି। ଜଣେ ବ୍ୟକ୍ତି ହଠାତ ହସ୍ପିଟାଲରେ ପଶି ଛୁରୀ ମାଡ଼ କରିଛି। ସେ ହସ୍ପିଟାଲରେ ଯାହାକୁ ପାଇଲା, ତା’କୁ ଛୁରୀ ଭୁଷିବାରୁ ଏଯାଏ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତେବେ ଏହା ଆତଙ୍କବାଦୀ ଆକ୍ରମଣ କି ନୁହେଁ, ସେକଥା ସ୍ପଷ୍ଟ ହୋଇନି।

Advertisment

ଚାଇନାର ସରକାରୀ ନ୍ୟୁଜ ଏଜେନ୍ସିର ରିପୋର୍ଟରେ କୁହାଯାଇଛି ଯେ ହସ୍ପିଟାଲରେ ହୋଇଥିବା ଆକ୍ରମଣରେ ୧୦ରୁ ଅଧିକ ଲୋକ ମୃତାହତ ହୋଇଛନ୍ତି। ସ୍ଥାନୀୟ ସମୟ ଦିନ ୧.୨୦ରେ ଏପରି ଘଟଣା ଘଟିଥିଲା। ଝେନଜିଓଙ୍ଗ କାଉଣ୍ଟୀରେ ଥିବା ଗୋଟିଏ ହସ୍ପିଟାଲରେ ପୂରା ଘଟଣା ଘଟିଛି। ଏବେ ସ୍ଥାନୀୟ ଅଧିକାରୀମାନେ ଏହାର ତଦନ୍ତ କରୁଛନ୍ତି ବୋଲି ଏହି ରିପୋର୍ଟରେ କୁହାଯାଇଛି।

ଏଜେନ୍ସି ପକ୍ଷରୁ ହସ୍ପିଟାଲ ଭିତିରର ଗୋଟିଏ ଫଟୋ ଜାରି କରାଯାଇଛି। ଏଥିରେ ଜଣେ ବ୍ୟକ୍ତି ଆଉ ଜଣଙ୍କ ଆଡ଼କୁ ଛୁରୀ ଦେଖାଇ ରହିଛନ୍ତି। ଉକ୍ତ ବ୍ୟକ୍ତି ଜଣଙ୍କ ହସ୍ପିଟାଲ ଲବିରେ ବାଡ଼ି ଧରି ଛିଡ଼ା ହୋଇଥିବା ବେଳେ ତାଙ୍କୁ ଆକ୍ରମଣକାରୀ ଛୁରୀ ଦେଖାଇ ରହିଛି। ସେହିପରି ପୁଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିବାର ଫଟୋ ମଧ୍ୟ ସାମ୍ନାକୁ ଆସିଛି।

Advertisment

ଆଉ ଏକ ଘରୋଇ ସଂସ୍ଥା ଆକ୍ରମଣ ସମ୍ପର୍କରେ ଭିନ୍ନ ତଥ୍ୟ ଦେଇଛି। ଘରୋଇ ସଂସ୍ଥା ତା’ ରିପୋର୍ଟରେ କହିଛି ଯେ ଆକ୍ରମଣରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି। ସେହିପରି ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଆକ୍ରମଣକାରୀକୁ କାବୁ କରିଛି। କିନ୍ତୁ ଆକ୍ରମଣ ପଛର କାରଣ ଜଣାପଡ଼ି ନାହିଁ।

China Hospital
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe