Advertisment

ନିର୍ମମ ହତ୍ୟା, ଘୋଷାରି ନେଇ ବିଦ୍ୟୁତ ଖୁଣ୍ଟରେ ଟାଙ୍ଗି ଦେଲେ ମୃତଦେହ

ଶରଣାର୍ଥୀ ଶିବିରରେ ପସି ଦୁଇ ଜଣଙ୍କୁ ଆତଙ୍କବାଦୀମାନେ ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି।

ଅଦ୍ୟତନ ହୋଇଛି
deadbody hang on electric pole

deadbody hang on electric pole

Advertisment

ଅତ୍ୟନ୍ତ ନିର୍ମମ ହତ୍ୟା। ନୃଶଂସ ପାଲଟିଗଲେ ଆତଙ୍କବାଦୀ। ହତ୍ୟା କରିବା ପରେ ଘୋଷାରି ନେଇ ବିଦ୍ୟୁତ ଖୁଣ୍ଟରେ ଟାଙ୍ଗି ଦେଲେ। ଶରଣାର୍ଥୀ ଶିବିରରେ ପସି ଦୁଇ ଜଣଙ୍କୁ ଆତଙ୍କବାଦୀମାନେ ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି।

Advertisment

ଇସ୍ରାଏଲ ଓ ଗାଜା ମଧ୍ୟରେ ଯୁଦ୍ଧବିରତି ଜାରି ରହିଛି। ତେବେ ଏହାରି ଭିତରେ ମଧ୍ୟ ଥମିନି ହମ୍‌ଲା। ଶନିବାର ରାତିରେ ପାଲେଷ୍ଟାଇନ୍‌ର ଓ୍ୱେଷ୍ଟ ବ୍ୟାଙ୍କରେ ଥିବା ଏକ ଶରଣାର୍ଥୀ ଶିବିରରେ ଅକ୍ରମଣ କରି ଦୁଇ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଦୁଇ ଜଣ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ତେବେ ହତ୍ୟା କରିବା ପରେ ଦୁଇ ଜଣଙ୍କ ମୃତଦେହକୁ ଅତି ନୃଶଂସ ଭାବେ ପାଲେଷ୍ଟିନୀୟ ଜନତା ଗୋଇଠା ମାରି ଘୋଷାର ଘୋଷାରି ନେଇ ଗୋଟାଏ ବିଜୁଳି ଖୁଣ୍ଟରେ ଟାଙ୍ଗି ଦେଇଛନ୍ତି।

ଆଞ୍ଚଳିକ ଆତଙ୍କବାଦୀ ସଙ୍ଗଠନର କହିବା ମୁତାବକ, ନଭେମ୍ବର ୬ ତାରିଖରେ ଏହି ଦୁଇ ପାଲେଷ୍ଟିନୀୟ ନାଗରିକ ତୁଲକାରେମ୍‌ ଶରଣାର୍ଥୀ ଶିବିରରେ ଇସ୍ରାଏଲୀ ସେନାଙ୍କ ପାଇଁ ଗୁଇନ୍ଦା ଗିରି କରୁଥିଲେ। ଏମାନେ ଇସ୍ରାଏଲ ସୁରକ୍ଷାବଳକୁ ସମସ୍ତ ସୂଚନା ଯୋଗାଉଥିଲେ। ଏହାପରେ ଶିବିର ଉପରେ ଚଢ଼ାଉ କରି ଏମାନଙ୍କୁ ହତ୍ୟା କରାଯାଇଛି।

Advertisment

‘ଦି ଟାଇମ୍‌ସ୍‌ ଅଫ୍‌ ଇଜ୍ରାଏଲ୍‌’ ରିପୋର୍ଟ ଅନୁଯାୟୀ, ମୃତ ବ୍ୟକ୍ତିମାନେ ହେଉଛନ୍ତି ୩୧ ବର୍ଷିୟ ହାମ୍‌ଜା ମୁବାରକ୍‌ ଓ ୨୯ ବର୍ଷିୟ ଆଜାମ୍‌ ଜୁଆବ୍ରା। ସେମାନଙ୍କର ମୁଣ୍ଡକାଟ କରାଯିବାର ଓ ଜନତାଠାରୁ ଗାଳି ଶୁଣିବାର ଏକାଧିକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଶତାଧିକ ପାଲେଷ୍ଟାଇନ୍‌ବାସୀ ଗାଳିଗୁଲଜ କରୁଥିବା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ସେଥିରୁ ଗୋଟିଏ ଭିଡିଓରେ ସେମାନେ ‘ଇସ୍ରାଏଲ୍‌ ଡିଫେନ୍‌ସ୍‌ ଫୋର୍ସ’ ପାଇଁ କାମ କରୁଥିବା ସ୍ୱୀକାର କରିଛନ୍ତି।

ସେପଟେ ଦୁଇଜଣଙ୍କୁ ହତ୍ୟା କରାଯିବା ପ୍ରସଙ୍ଗରେ ହମାସ୍‌ ଅଥବା ‘ଇସ୍ରାଏଲ୍‌ ଡିଫେନ୍‌ସ୍‌ ଫୋର୍ସ’ କୌଣସି ଔପଚାରିକ ବୟାନ ଜାରି କରି ନାହିଁ।

Deadbody Israel-Palestine Conflict Israel Spi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe