Advertisment

Bangladesh: ବାଂଲାଦେଶରେ ହିନ୍ଦୁ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଗଛରେ ବାନ୍ଧି ଚୁଟି କାଟିଦେଲେ

ଶାହିନ ଓ ତାଙ୍କ ଭାଇଙ୍କ ଠାରୁ ଘର ଏବଂ ଜମି କିଣିବା ପରେ ମହିଳା ଜଣଙ୍କ ସେଠାରେ ରହିବା ଆରମ୍ଭ କରିଥିଲେ। କିନ୍ତୁ ମହିଳା ବିଧବା ହୋଇଥିବାରୁ ଶାହିନ ତାଙ୍କୁ ଆପତ୍ତିଜନକ ପ୍ରସ୍ତାବ ଦେଇଥିଲେ। ଏହାକୁ ସେ ବିରୋଧ କରିବାରୁ ଶାହିନ ତାଙ୍କୁ ହଇରାଣ କରି ଚାଲିଥିଲେ।

stop-Rape

ପୀଡ଼ିତା

Advertisment

ଅଶାନ୍ତ ବାଂଲାଦେଶ(Bangladesh)ରୁ ଆସିଛି ଭୟଙ୍କର ଘଟଣା। ଜଣେ ୪୦ ବର୍ଷୀୟ ହିନ୍ଦୁ ବିଧବାଙ୍କୁ ୨ ଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିଛନ୍ତି। ଗଣଦୁଷ୍କର୍ମ ପରେ ସେମାନେ ମହିଳାଙ୍କୁ ଗଛରେ ବାନ୍ଧି ତାଙ୍କ ଚୁଟିକୁ କାଟି ପକାଇଛନ୍ତି। କେନ୍ଦ୍ରୀୟ ବାଂଲାଦେଶର କାଲିଗଞ୍ଜ ଠାରେ ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି। 

Advertisment

ମହିଳା ଜଣଙ୍କ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ସେ ୩ ଡିସମିଲ ଜମି ସହ ୨ ମହଲା ବିଶିଷ୍ଟ କୋଠା ଅଢ଼େଇ ବର୍ଷ ତଳେ କିଣିଥିଲେ। ଏଥିପାଇଁ ସେ କାଲିଗଞ୍ଜ ପୌରପାଳିକାର ୱାର୍ଡ ନମ୍ବର ୭ରେ ରହୁଥିବା ଶାହିନ ଓ ତାଙ୍କ ଭାଇଙ୍କୁ ୨ ମିଲିୟନ ଟାକା(ବାଂଲାଦେଶ ମୁଦ୍ରା) ଦେଇଥିଲେ।

ଶାହିନ ଓ ତାଙ୍କ ଭାଇଙ୍କ ଠାରୁ ଘର ଏବଂ ଜମି କିଣିବା ପରେ ମହିଳା ଜଣଙ୍କ ସେଠାରେ ରହିବା ଆରମ୍ଭ କରିଥିଲେ। କିନ୍ତୁ ମହିଳା ବିଧବା ହୋଇଥିବାରୁ ଶାହିନ ତାଙ୍କୁ ଆପତ୍ତିଜନକ ପ୍ରସ୍ତାବ ଦେଇଥିଲେ। ଏହାକୁ ସେ ବିରୋଧ କରିବାରୁ ଶାହିନ ତାଙ୍କୁ ହଇରାଣ କରି ଚାଲିଥିଲେ।

Advertisment

ଶନିବାର ସନ୍ଧ୍ୟାରେ ବିଧବାଙ୍କ ଗାଁର ଦୁଇ ଜଣ ସମ୍ପର୍କୀୟ ଘରକୁ ଆସିଥିଲେ। ଏତିକି ବେଳେ ଶାହିନ ଓ ତାଙ୍କର ଜଣେ ସହଯୋଗୀ ହାସନ ଘର ଭିତରେ ଧସେଇ ପଶିଥିଲେ। ଏହାପରେ ବିଧବାଙ୍କୁ ଦୁଷ୍କର୍ମ କରିଥିଲେ। ସେମାନେ ମହିଳାଙ୍କୁ ୫୦ ହଜରା ଟାକା ବା ଭାରତୀୟ ମୁଦ୍ରାରେ ୩୭ ହଜାର ଟଙ୍କା ମଧ୍ୟ ମାଗିଥିଲେ।

ଟଙ୍କା ଦେବାକୁ ମହିଳା ଜଣଙ୍କ ମନା କରିବାରୁ ଉଭୟ ଗାଁରୁ ଆସିଥିବା ଦୁଇ ସମ୍ପର୍କୀୟଙ୍କୁ ମାଡ଼ ମାରିଥିଲେ। ମହିଳା ଜଣଙ୍କ ଚିତ୍କାର କରିବାରୁ ସେମାନେ ଗୋଟିଏ ଗଛରେ ତାଙ୍କୁ ବାନ୍ଧି ପକାଇଥିଲେ। ଏହାପରେ ତାଙ୍କ ଚୁଟି କାଟିବା ସହ ଏହାକୁ ରେକର୍ଡ କରି ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। 

ସେମାନେ ଦୀର୍ଘ ସମୟ ଧରି ମହିଳାଙ୍କୁ ନିର୍ଯାତନା ଦେବାରୁ ସେ ଅଚେତ ହୋଇଯାଇଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ସଦର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ମହମ୍ମଦ ମୁସ୍ତାଫିଜୁର ମହମ୍ମଦ କହିଛନ୍ତି ଯେ ମହିଳା ଜଣଙ୍କ ପାରମ୍ଭିକ ପର୍ଯ୍ୟାୟରେ ତାଙ୍କ ସହ କ’ଣ ସବୁ ଘଟିଥିଲା, ସେକଥା କହି ନଥିଲେ। ହେଲେ ଡାକ୍ତରୀ ମାଇନାରୁ ସେ ନିର୍ଯାତନାର ଶିକାର ହୋଇଥିବା ଜଣାପଡ଼ିଛି। 

ମହିଳା ଜଣଙ୍କ କାଲିଗଞ୍ଜ ପୁଲିସ୍‌ ଷ୍ଟେସନରେ ଦାଖଲ କରିଥିବା ଅଭିଯୋଗରେ ଶାହିନ ଓ ହାସନଙ୍କ ନାଁ ଉଲ୍ଲେଖ କରିଛନ୍ତି। ପୁଲିସ୍‌ ମଧ୍ୟ ମହିଳାଙ୍କ ବୟାନକୁ ରେକର୍ଡ କରି ଅଧିକ ତଦନ୍ତ ଆରମ୍ଭ କରିଛି। 

Bangladesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe