Advertisment

ଇସ୍ରାଏଲ ଷ୍ଟ୍ରାଇକରେ ଆଉ ୨ ଜେନେରାଲଙ୍କୁ ହରାଇଲା ଇରାନ

ଶୁକ୍ରବାର ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଥିବାରୁ ଇରାନ ତା’ର ସେନା ମୁଖ୍ୟଙ୍କ ସମେତ ୨୦ରୁ ଅଧିକ ସାମରିକ ଅଧିକାରୀ ଓ ୯ ଜଣ ଆଣବିକ କାର୍ଯ୍ୟକ୍ରମର ବୈଜ୍ଞାନିକଙ୍କୁ ହରାଇଥିଲା।

Iran

Iran

Advertisment

ସୟମ ଗଡ଼ିବା ସହ ଇସ୍ରାଏଲ ଓ ଇରାନ ମଧ୍ୟରେ ଲଢ଼େଇ ତୀବ୍ର ହେଉଛି। ଶୁକ୍ରବାର ଇସ୍ରାଏଲ ପକ୍ଷରୁ ଇରାନର ଏକାଧିକ ସ୍ଥାନରେ ଆଟାକ କରାଯାଇଥିଲା। ଏହାର ଜବାବ ଦେବାକୁ ଇରାନ ଆଜି ଇସ୍ରାଏଲ ଉପରେ ରକେଟ ବର୍ଷା କରିଛି। ଏହାପରେ ଇସ୍ରାଏଲ ପୁଣି ଆକ୍ରମଣ କରିବାରୁ ଇରାନ ତା’ର ଆଉ ୨ ଜଣ ବରିଷ୍ଠ ସେନା ଅଧିକାରୀଙ୍କୁ ହରାଇଛି।

Advertisment

ଶୁକ୍ରବାର ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଥିବାରୁ ଇରାନ ତା’ର ସେନା ମୁଖ୍ୟଙ୍କ ସମେତ ୨୦ରୁ ଅଧିକ ସାମରିକ ଅଧିକାରୀ ଓ ୯ ଜଣ ଆଣବିକ କାର୍ଯ୍ୟକ୍ରମର ବୈଜ୍ଞାନିକଙ୍କୁ ହରାଇଥିଲା। ଏହାର ପ୍ରତିଶୋଧ ନେବାକୁ ଆଜି ଭୋରରୁ ଇରାନ ପକ୍ଷରୁ ତେଲ ଅଭିଭ ଓ ଜେରୁଜେଲମ ସମେତ ବିଭିନ୍ନ ସ୍ଥାନରେ ମିସାଇଲ ମାଡ଼ କରିଥିଲା। ଏଥିରେ ଇସ୍ରାଏଲ ସେନାର ମୁଖ୍ୟାଳୟ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ସେହିପରି ୩ ଜଣ ପ୍ରାଣ ହରାଇଥିବା ବେଳେ ୩୪ରୁ ଅଧିକ ଆହତ ହୋଇଛନ୍ତି। ଇରାନର ଏପରି ଆକ୍ରମଣ ପରେ ଇସ୍ରାଏଲ ଆର୍ମି ତୃତୀୟ ରାଉଣ୍ଡ ଏୟାର ଷ୍ଟ୍ରାଇକ ତେହରାନରେ କରିଛି। ଇରାନର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ହୋଇଛି।

Advertisment

ଇସ୍ରାଏଲର ଏହି ଆକ୍ରମଣରେ ଇରାନ ସଶସ୍ତ୍ର ବଳର ଗୁଇନ୍ଦା ବିଭାଗର ଉପ ମୁଖ୍ୟ ଜେନେରାଲ ଘୋଲମରେଜା ମେହରାବି ଓ ଅପରେସନ ବିଭାଗର ଉପ ମୁଖ୍ୟ ଜେନେରାଲ ମେହଦି ରବାନିଙ୍କ ମୃତ୍ୟୁ ହୋଇଛି। ସେହିପରି ଫରଦୋ ଆଣବିକ କେନ୍ଦ୍ର ମଧ୍ୟ ଇସ୍ରାଏଲ ଷ୍ଟ୍ରାଇକରେ କ୍ଷତି ଗ୍ରସ୍ତ ହୋଇଥିବା ଇରାନ ପକ୍ଷରୁ ନିଶ୍ଚିତ କରାଯାଇଛି। ଶୁକ୍ରବାର ଏୟାର ଷ୍ଟ୍ରାଇକରେ ନାଟାଞ୍ଜ ସ୍ଥିତ ଆଣବିକ କେନ୍ଦ୍ର ସହ ଏକାଧିକ ସାମାରିକ ଘାଟି କ୍ଷତିଗ୍ରସ୍ତ ହୋଇଥିଲା।

Israel Iran Israel Conflict
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe