Advertisment

ସ୍କୁଲରେ ଫୁଟିଲା ଗୁଳି; ଆଖି ବୁଜିଲେ ୨ ଛାତ୍ର, ଶିକ୍ଷକ ଗୁରୁତର

ଏକ ସ୍କୁଲରେ ଗୁଳିକାଣ୍ଡ ଘଟି ୨ ନିରୀହ ଛାତ୍ରଙ୍କ ଜୀବନ ଯାଇଛି। ଏଥିରେ ଜଣେ ଶିକ୍ଷକ ବି ଗୁରୁତର ହୋଇଥିବା ଜଣାଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Car

Car

ଆମେରିକାର ଏକ ସ୍କୁଲରେ ପୁଣି ଥରେ ଫୁଟିଛି ଗୁଳି। ଏଥର ଡେସ୍ ମୋଇନେସ୍‌ସ୍ଥିତ ଏକ ସ୍କୁଲରେ ଗୁଳିକାଣ୍ଡ ଘଟି ୨ ନିରୀହ ଛାତ୍ରଙ୍କ ଜୀବନ ଯାଇଛି। ଏଥିରେ ଜଣେ ଶିକ୍ଷକ ବି ଗୁରୁତର ହୋଇଥିବା ଜଣାଯାଇଛି।

Advertisment

ଆମେରିକାର ଗଣମାଧ୍ୟମ ଅନୁଯାୟୀ, ସୋମବାର ଅପରାହ୍ନରେ ଡେସ୍ ମୋଇନେସ୍‌ସ୍ଥିତ ଆଇୱା ଚାର୍ଟର୍ ସ୍କୁଲରେ ପିଲାମାନେ ପଢ଼ୁଥିବା ବେଳେ ଏହି ଗୁଳିକାଣ୍ଡ ଘଟିଥିଲା। ଏଥିରେ ଦୁଇ ଜଣ ଛାତ୍ର ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ୨ ଛାତ୍ର ଆଖି ବୁଜି ଦେଇଥିଲେ। ସେହିପରି ସ୍କୁଲର ଜଣେ ଶିକ୍ଷକଙ୍କ ଦେହରେ ମଧ୍ୟ ଗୁଳି ବାଜିଛି। ତାଙ୍କ ଶରୀରରୁ ଗୁଳି କାଢ଼ି ଦିଆଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ରହିଛି। 

ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ମିଳିଥିବା ସୂଚନାକୁ ଆଧାର କରି ପୁଲିସ୍‌ ଘଟଣାସ୍ଥଳରୁ ପ୍ରାୟ ୨ କିମି ଦୂରରେ ଏକ କାର୍‌କୁ ଅଟକାଇ ୩ ସନ୍ଦିଗ୍ଧଙ୍କୁ କାବୁ କରିଥିଲା।

Advertisment

ଶନିବାର ରାତିରେ ଦକ୍ଷିଣ କାଲିଫର୍ନିଆରେ ଏକ ଗୁଳିକାଣ୍ଡ ଘଟିଥିବା ବେଳେ ଗତକାଲି ଏହି ଘଟଣା ସାମ୍ନାକୁ ଆସିଥିଲା। ଏହାପୂର୍ବରୁ ଜଣେ ୭୨ ବର୍ଷ ବୟସ୍କ ବ୍ୟକ୍ତି ଏକ ଡ୍ୟାନ୍ସ ହଲରେ ୧୧ ଜଣଙ୍କୁ ଗୁଳି କରିଥିଲେ। ଏହାପରେ ସେ ନିଜକୁ ବି ଗୁଳି କରି ଦେଇଥିଲେ।

ଆମେରିକାରେ ଗୁଳିକାଣ୍ଡ ଘଟଣା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଛୋଟ ପିଲାଙ୍କ ସମେତ ସାଧାରଣ ବ୍ୟକ୍ତି ଏହାର ଶିକାର ହେଉଛନ୍ତି। ଏହାକୁ ନେଇ ଚାରିଆଡ଼େ ଉଦବେଗ ପ୍ରକାଶ ପାଉଥିବା ବେଳେ ଏହାକୁ ରୋକିବାକୁ କଠୋର ଆଇନ ପ୍ରଣୟନ ହେଉ ନ ଥିବାରୁ ଲୋକେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ।

Crime