Advertisment

ପାକିସ୍ତାନରେ ବିସ୍ଫୋରଣ: ୪୪ ମୃତ, ୧୦୦ ଆହତ

ପାକିସ୍ତାର ରାଜନୈତିକ ଦଳ ଜବ ଜମିୟତ ୟୁଲେମା ଇସ୍‌ଲାମ୍‌-ଫଜଲ୍(ଜେୟୁଆଇ-ଏଫ୍) ପକ୍ଷରୁ ଖାଇବର ପକଟୁଙ୍ଖୱା ପ୍ରୋଭିନ୍ସର ବଜଉର ଖାର୍‌ରେ ଏକ ରାଲି ଚାଲିଥିଲା ବେଳେ ଏହି ବିସ୍ଫୋରଣ ହୋଇଛି।

author-image
Niranjan Mishra
ଅଦ୍ୟତନ ହୋଇଛି
 blast during political party meeting

blast during political party meeting

ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ। ବିସ୍ଫୋରଣରେ ୪୪ ମୃତ, ୧୦୦ ଆହତ। ଖାଇବର ପକଟୁଙ୍ଖୱା ପ୍ରୋଭିନ୍ସର ବଜଉର ଖାର୍‌ରେ ଏହି ବିସ୍ଫୋରଣ ହୋଇଛି। ପାକିସ୍ତାନର ରାଜନୈତିକ ଦଳ ଜବ ଜମିୟତ ୟୁଲେମା ଇସ୍‌ଲାମ୍‌-ଫଜଲ୍(ଜେୟୁଆଇ-ଏଫ୍) ପକ୍ଷରୁ ଖାଇବର ପକଟୁଙ୍ଖୱା ପ୍ରୋଭିନ୍ସର ବଜଉର ଖାର୍‌ରେ ଏକ ରାଲି ଚାଲିଥିଲା ବେଳେ ଏହି ବିସ୍ଫୋରଣ ହୋଇଛି।

Advertisment

ବିସ୍ଫୋରଣରେ ଏହି ଦଳର ଆଗଧାଡ଼ିର ନେତା ମୌଲାନା ଜିଆଉଲ୍ଲାହ ଜାନ୍‌ଙ୍କ ମୃତ୍ୟୁ ହୋଇଛି। ଆହତଙ୍କୁ ପେଶାଓୱାର ଓ ଟିମରଗେରାରେ ଥିବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣରେ ଦଳର ବହୁ କର୍ମୀ ପ୍ରାଣ ହରାଇଥିବା ସୂଚନା ମିଳିଛି। ଏହି ଘଟଣାକୁ ସବୁସ୍ତରରେ ନିନ୍ଦା କରାଯାଇଛି।

ବିସ୍ଫୋରଣ ପରେ ରାଲିରେ ଆତଙ୍କ ଖେଳି ଯାଇଥିଲେ। ଲୋକେ ଜୀବନ ରକ୍ଷା କରିବାକୁ ଯିଏ ଯେଉଁଆଡେ ପାରିଲେ ଦୌଡ଼ିଥିଲେ। ଏହି ଘଟଣାରେ ମୃତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ଥିବା ସୂଚନା ମିଳିଛି। ୫ଟି ଆମ୍ୱୁଲାନ୍ସ ଉଦ୍ଧାର କାମରେ ମୁତୟନ ହୋଇଛନ୍ତି। ଘଟଣାର ଉଚ୍ଚସ୍ତରୀୟ ଯାଞ୍ଚ ଦାବି ହୋଇଛି। ସୁରକ୍ଷା କର୍ମୀମାନେ ପୂରା ଅଞ୍ଚଳକୁ ସିଲ କରି ଯାଞ୍ଚ ଆରମ୍ଭ କରିଛନ୍ତି।

Advertisment
Pakistan Bomb Blast