Advertisment

Fire In Building: ୭ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ: ଚାଲିଗଲା ୨୦ ଜୀବନ

ବିଲଡିଂର ପ୍ରଥମ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା। ଆଖି ପିଛୁଳାକେ ଏହା ବିଲଡିଂର ଅନ୍ୟ ମହଲାଗୁଡ଼ିକୁ ବ୍ୟାପୀ ଯାଇଥିଲା। ବିଲଡିଂରେ କାର୍ଯ୍ୟ କରୁଥିବା କିଛି କର୍ମଚାରୀ ଏହି ସମୟରେ ଲଞ୍ଚ କରୁଥିବା ବେଳେ ଅନ୍ୟମାନେ ବାହାରେ ଥିଲେ।

Fire

ବିଲଡିଂରେ ଅଗ୍ନିକାଣ୍ଡ

Advertisment

ଇଣ୍ତୋନେସିଆ(Indonesia)ର ରାଜଧାନୀ ଜାକର୍ତ୍ତାରେ ଥିବା ଗୋଟିଏ ୭ ମହଲା ବିଶିଷ୍ଟ ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡ(Fire In Building)ରେ ପୂରା ବିଲଡିଂ ଛିନଛତ୍ର ହୋଇଯାଇଥିବା ବେଳେ ୨୦ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଅନେକ ଲୋକଙ୍କୁ ବିଲଡିଂରୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ ହେଁ ଏହା ମଧ୍ୟରେ ଆଉ କେହି ଫସି ରହିଛନ୍ତି କି ନାହିଁ, ତା’ର ଯାଞ୍ଚ କରୁଛନ୍ତି। କେନ୍ଦ୍ରୀୟ ଜାକାର୍ତ୍ତା ପୁଲିସ୍‌ ମୁଖ୍ୟ ସୁସ୍ତାୟୋ ପୁରନୋମୋ କୋଣ୍ଡ୍ରୋ କହିଛନ୍ତି ଯେ ମଙ୍ଗଳବାର ପ୍ରାୟ ମଧ୍ୟାହ୍ନ ସମୟରେ ବିଲଡିଂର ପ୍ରଥମ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା।

ଆଖି ପିଛୁଳାକେ ଏହା ବିଲଡିଂର ଅନ୍ୟ ମହଲାଗୁଡ଼ିକୁ ବ୍ୟାପୀ ଯାଇଥିଲା। ବିଲଡିଂରେ କାର୍ଯ୍ୟ କରୁଥିବା କିଛି କର୍ମଚାରୀ ଏହି ସମୟରେ ଲଞ୍ଚ କରୁଥିବା ବେଳେ ଅନ୍ୟମାନେ ବାହାରେ ଥିଲେ। ଏହି ଅଗ୍ନିକାଣ୍ଡରେ ବିଲଡିଂ ମଧ୍ୟରୁ ୨୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏବେ ବି ବିଲଡିଂରୁ ପୀଡ଼ିତଙ୍କ ଖୋଜା ଚାଲିଛି। ନିଆଁ ଲିଭିଥିଲେ ହେଁ ପୂରା ପରିବେଶକୁ ଥଣ୍ଡା କରିବା ପାଇଁ ପ୍ରୟାସ ଚାଲିଥିବା ସେ କହିଛନ୍ତି। 

Advertisment

ଏହି ବିଲଡିଂରେ ଟେରା ଡ୍ରୋନ ଇଣ୍ଡୋନେସିଆର ଅଫିସ ରହିଥିଲା। ଲୋକମାନଙ୍କୁ ମାଇନିଂ ଓ କୃଷି କ୍ଷେତ୍ରର ଆକାଶ ମାର୍ଗ ସର୍ବେକ୍ଷଣ ପାଇଁ ଏହି କମ୍ପାନୀ ଡ୍ରୋନ ଯୋଗାଇ ଦେଇଥାଏ। ଜାପାନ ଭିତ୍ତିକ ଡ୍ରୋନ କମ୍ପାନୀ ଟେରା ଡ୍ରୋନ କର୍ପୋରେସନର ଇଣ୍ଡୋନେସିଆ ୟୁନିଟ ହେଉଛି ଟେରା ଡ୍ରୋନ ଇଣ୍ଡୋନେସିଆ। 

ସାମ୍ନାକୁ ଆସିଥିବା ଭିଡିଓ ଓ ଫଟୋରେ ଦେଖିବାକୁ ମିଳୁଛି ଯେ ଏକାଧିକ ଅଗ୍ନିଶମ ଗାଡ଼ି ବିଲଡିଂରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। କିଛି ଲୋକ ବ୍ୟାଗ ଧରି ବାହାରକୁ ଆସୁଥିବା ବେଳେ କିଛି କର୍ମଚାରୀ ସିଢ଼ି ବାଟେ ତଳକୁ ଆସୁଛନ୍ତି। କିଛି ଲୋକ ବିଲଡିଂ ଉପରେ ଫସି ରହି ଉଦ୍ଧାର ପାଇଁ ଚିତ୍କାର କରୁଥିବା ମଧ୍ୟ ଦେଖାଯାଉଛି। ତେବେ ଅଗ୍ନିକାଣ୍ଡ ସମ୍ପର୍କରେ ଉଭୟ କମ୍ପାନୀ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ନାହାନ୍ତି। 

Indonesia Fire In Building
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe