Protesters
ପୁଣି ବାଂଲାଦେଶରେ ତେଜିଛି ହିଂସା। ଶାସକ ଅୱାମି ଲିଗ୍ ସମର୍ଥକ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଙ୍ଘର୍ଷରେ ୩୨ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ସେଠାରେ ରହୁଥିବା ଭାରତୀୟଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ସେଠାରେ ଥିବା ଭାରତୀୟ ଆସିଷ୍ଟାଣ୍ଟ ହାଇ କମିଶନ ଏନେଇ ଏକ ଏକ୍ସ ପୋଷ୍ଟ ଯୋଗେ ଭାରତୀୟ ନାଗରିକ ଏବଂ ଛାତ୍ରମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ଦୂତାବାସ ସହ ଯୋଗାଯୋଗରେ ରହିବା ସହ ଜରୁରୀ ପରିସ୍ଥିତିରେ ହେଲ୍ପଲାଇନ ନଂ +୮୮-୦୧୩୧୩୦୭୬୪୦୨କୁ ଯୋଗାଯୋଗ କରିବାକୁ କୁହାଯାଇଛି।
ପ୍ରକାଶ ଥାଉକି, ସରକାରୀ ଚାକିରିରେ ସଂରକ୍ଷଣକୁ ନେଇ ବାଂଲାଦେଶରେ ବିବାଦ ଲାଗି ରହିଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବିରେ ପୁଣି ଆଜି ବିରୋଧ ପ୍ରଦର୍ଶନ କରିଛନ୍ତି ବିକ୍ଷୋଭକାରୀ। ବିଭିନ୍ନ ଛାତ୍ର ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ ଶାସକ ଦଳର ସମର୍ଥକଙ୍କ ମଧ୍ୟରେ ସଙ୍ଘର୍ଷ ହୋଇଥିଲା।
ଏଥିରେ ୩୨ ଜଣଙ୍କ ମୃତ୍ୟୁ ଘଟିଛି। ନିକଟରେ ମଧ୍ୟ ଏହାକୁ ନେଇ ବାଂଲାଦେଶରେ ହିସା ଦେଖା ଦେଇଥିଲା। ଏଥିରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। କିଛି ଦିନର ବିରତି ପରେ ପୁଣି ଆରମ୍ଭ ହୋଇଛି ବିକ୍ଷୋଭ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
