Advertisment

Train Accident: ଚଳନ୍ତା ଟ୍ରେନ ଉପରେ ଖସି ପଡ଼ିଲା ବିରାଟକାୟ କ୍ରେନ, ଚାଲିଗଲା ୨୨ ଜୀବନ

ହାଇସ୍ପିଡ ରେଳ ପ୍ରକଳ୍ପରେ ନିୟୋଜିତ ଗୋଟିଏ କ୍ରେନ ହଠାତ୍‌ ଭୁଶୁଡ଼ି ପଡ଼ିବା ସହ ସିଧା ଚଳନ୍ତା ଟ୍ରେନକୁ ଧକ୍କା ଦେଇଥିଲା। କ୍ରେନ ମାଡ଼ ହେବାକୁ ଲୋକଙ୍କୁ ନେଇ ଯାଇଥିବା ଟ୍ରେନ ଲାଇନଚ୍ୟୁତ ହୋଇଥିଲା ଓ କିଛି କ୍ଷଣ ପାଇଁ ଏଥିରେ ଅଗ୍ନିକାଣ୍ଡ ଘଟିଥିଲା।

Train

ଦୁର୍ଘଟଣା ସ୍ଥଳର ଦୃଶ୍ୟ

Advertisment

ଯାତ୍ରୀଙ୍କୁ ଧରି ଟ୍ରାକରେ ଦୌଡ଼ୁଥିବା ଗୋଟିଏ ଟ୍ରେନ ଭୟଙ୍କର ଦୁର୍ଘଟଣା(Train Accident)ର ସମ୍ମୁଖୀନ ହୋଇଛି। ଟ୍ରାକରେ ଯାଉଥିବା ଟ୍ରେନ ଉପରେ ଖସି ପଡ଼ିଛି ଗୋଟିଏ ବିରାଟକାୟ କ୍ରେନ। ଏଥିଯୋଗୁ ଟ୍ରେନଟି ଲାଇନଚ୍ୟୁତ ହୋଇଛି। ଏଥିରେ ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଯାତ୍ରୀବାହୀ ଟ୍ରେନଟି ବ୍ୟାଙ୍କକରୁ ଯାଉଥିବା ବେଳେ ଥାଇଲ୍ୟାଣ୍ଡର ଉତ୍ତରପୂର୍ବ ପ୍ରଦେଶରେ ଏପରି ଦୁର୍ଘଟଣାର ସାମ୍ନା କରିଛି। 

Advertisment

ପୁଲିସ୍‌ କହିଛି ଯେ ବୁଧବାର ସକାଳେ ନାଖୋନ ରତଚାସିମା ପ୍ରଦେଶର ସିଖିଓ ଠାରେ ଗୋଟିଏ ଟ୍ରେନ ଲାଇନଚ୍ୟୁତ ହେବା ସହ ଏଥିରେ ଛୋଟ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଦୁର୍ଘଟଣାରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଥିବା ୮୦ ଜଣଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଟ୍ରେନଟି ଥାଇଲ୍ୟାଣ୍ଡର ଉବୋନ ରତଚାସିମା ଯାଉଥିଲା।

ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ହାଇସ୍ପିଡ ରେଳ ପ୍ରକଳ୍ପରେ ନିୟୋଜିତ ଗୋଟିଏ କ୍ରେନ ହଠାତ୍‌ ଭୁଶୁଡ଼ି ପଡ଼ିବା ସହ ସିଧା ଚଳନ୍ତା ଟ୍ରେନକୁ ଧକ୍କା ଦେଇଥିଲା। କ୍ରେନ ମାଡ଼ ହେବାକୁ ଲୋକଙ୍କୁ ନେଇ ଯାଇଥିବା ଟ୍ରେନ ଲାଇନଚ୍ୟୁତ ହୋଇଥିଲା ଓ କିଛି କ୍ଷଣ ପାଇଁ ଏଥିରେ ଅଗ୍ନିକାଣ୍ଡ ଘଟିଥିଲା। ତୁରନ୍ତ ଉଦ୍ଧାରକାରୀ ଟିମ ନିଆଁକୁ ଆୟତ୍ତ କରିବା ସହ ଲାଇନଚ୍ୟୁତ ହୋଇଥିବା ବଗିରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା। 

Advertisment

ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଟ୍ରେନର ଏକାଧିକ ବଗି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଦେଖାଯାଉଛି। ଉଦ୍ଧାରକାରୀ ଟିମ ବିଭିନ୍ନ ଯନ୍ତ୍ରାଂଶ ଦ୍ୱାରା ବଗିକୁ କାଟି ଯାତ୍ରୀଙ୍କୁ ବାହାର କରିଛନ୍ତି। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ, ମେଡିକାଲ ଟିମ ଓ ବିପର୍ଯ୍ୟୟ ମୁକାବିଲା ୟୁନିଟ ପ୍ରମୁଖ ଉପସ୍ଥିତ ରହିଛନ୍ତି।

ଥାଇଲ୍ୟାଣ୍ଡ ପରିବହନ ମନ୍ତ୍ର ଫିଫାଟ କହିଛନ୍ତି ଯେ ଟ୍ରେନରେ ମୋଟ ୧୯୫ ଜଣ ଯାତ୍ରୀ ରହିଥିଲେ। ଏବେ ପ୍ରଶାସନ ପକ୍ଷରୁ ମୃତାହତଙ୍କ ପରିଚୟ ଜାଣିବାକୁ ଚେଷ୍ଟା କରାଯାଉଛି। ସମସ୍ତ ଆହତଙ୍କୁ ଉପଯୁକ୍ତ ମେଡିକାଲ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। 


୫.୪ ବିଲିୟନ ଡଲାର ହାଇସ୍ପିଡ ରେଳ ପ୍ରକଳ୍ପରେ ଏହି କ୍ରେନଟି ନିୟୋଜିତ ହୋଇଥିଲା। ଚାଇନା ପକ୍ଷରୁ ଏହି ହାଇସ୍ପିଡ ରେଳ ପ୍ରକଳ୍ପ ଥାଇଲ୍ୟାଣ୍ଡରେ କରାଯାଉଛି। ୨୦୨୮ ସୁଦ୍ଧା ଏହାର କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। 

Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe