Advertisment

ସ୍କୁଲରେ ମାଡ଼ ହେଲା ଇସ୍ରାଏଲର ମିଶାଇଲ୍‌, ଚାଲିଗଲା ୨୨ ଜଣଙ୍କ ଜୀବନ

ଆକ୍ରମଣରେ ଛିନଛତ୍ର ହୋଇଥିବା ବିଲଡିଂଟି ହମାସ ଓ ଇସ୍ରାଏଲ ଯୁଦ୍ଧ ପୂର୍ବରୁ ସ୍କୁଲ ଭାବେ ବ୍ୟବହାର କରାଯାଉଥିଲା। କିନ୍ତୁ ଯୁଦ୍ଧ ପର ଠାରୁ ଏଠାରେ ପାଠପଢ଼ା ବନ୍ଦ ହୋଇଯାଇଥିଲା। ଏହି ରୁମରେ ଯୁଦ୍ଧକ୍ଷତିଗ୍ରସ୍ତ ମାନେ ଆଶ୍ରୟ ନେଉଥିଲେ।

Gaza

Gaza

Advertisment

ଗାଜା ଉପରେ ଇସ୍ରାଏଲ କରୁଥିବା ଆକ୍ରମଣ ଜାରି ରହିଛି। ଏହିକ୍ରମରେ ଆଜି ଗାଜାର ଦକ୍ଷିଣ ପ୍ରାନ୍ତରେ ଇସ୍ରାଏଲ ସେନା ମିଶାଇଲ ମାଡ଼ କରିଛି। ଇସ୍ରାଏଲର ରକେଟ ବିସ୍ଥାପିତିଙ୍କୁ ଆଶ୍ରୟ ଦେଇଥିବା ଗୋଟିଏ ସ୍କୁଲରେ ମାଡ଼ ହେବାକୁ ୨୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ଓ ମହିଳା ରହିଥିବା ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

Advertisment

ଗାଜାକୁ ପରିଚାଳନା କରୁଥିବା ବିଦ୍ରୋହୀ ସଂଗଠନ ହମାସର ଗୋଟିଏ ମିଡିଆ ଅଫିସ ପକ୍ଷରୁ କୁହାଯାଇଛି ଯେ ଇସ୍ରାଏଲର ମିଶାଇଲ ମାଡ଼ରେ ୧୩ ଜଣ ଛୋଟ ପିଲା ଓ ୬ ଜଣ ମହିଳାଙ୍କ ସମେତ ୨୨ ଜଣଙ୍କ ମୃତ୍ୟୁ ଘଟିଛି।

ସାମ୍ନାକୁ ଆସିଥିବା ଦୃଶ୍ୟରେ ଦେଖିବାକୁ ମିଳିଛି ଯେ ଗୋଟିଏ ବିରାଟ କାୟ ରୁମର କାନ୍ଥ ଭୁଶୁଡ଼ି ପଡ଼ିଛି। ଏହା ଭଗ୍ନସ୍ତୁପରେ ପରିଣତ ହୋଇଥିବା ବେଳେ ଫର୍ଣ୍ଣିଚର ଗୁଡ଼ିକ ଜଳି ଯାଇଛି। ଛାତରେ ବିରାଟ କାୟ ଗାତ ସବୁ ହୋଇଛି। ଏହି ଧ୍ୱଂସାବଶେଷ ତଳେ ରହିଥିବା ନିଜ ଜିନିଷକୁ ମଧ୍ୟ କିଛି ଲୋକ ଖୋଜୁଛନ୍ତି।

Advertisment

ଘଟଣା ବେଳେ ଉପସ୍ଥିତ ଥିବା ସୟଦ ଅଲ ମାଲାହି କହିଛନ୍ତି, “ମହିଳାମାନେ ଓ ସେମାନଙ୍କ ପିଲାମାନେ ସ୍କୁଲର ପଡ଼ିଆରେ ବସିଥିଲେ। କିଛି ପିଲା ମଧ୍ୟ ଖେଳୁଥିଲେ। ଏହି ସମୟରେ ୨ଟି ରକେଟ ସେଠାରେ ମାଡ଼ ହୋଇଥିଲା। କିଛି ମୃତଦେହକୁ ଗଧ ଗାଡ଼ିରେ କମଳ ଘୋଡ଼ାଇ ଘଟଣା ସ୍ଥଳରୁ ନିଆଯାଇଛି। କାରଣ ମୃତାହତଙ୍କୁ ନେବାକୁ ଆସିଥିବା ଆମ୍ବୁଲାନ୍ସରେ ଜାଗା ନଥିବାରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।”

ଆକ୍ରମଣରେ ଛିନଛତ୍ର ହୋଇଥିବା ବିଲଡିଂଟି ହମାସ ଓ ଇସ୍ରାଏଲ ଯୁଦ୍ଧ ପୂର୍ବରୁ ସ୍କୁଲ ଭାବେ ବ୍ୟବହାର କରାଯାଉଥିଲା। କିନ୍ତୁ ଯୁଦ୍ଧ ପର ଠାରୁ ଏଠାରେ ପାଠପଢ଼ା ବନ୍ଦ ହୋଇଯାଇଥିଲା। ଏହି ରୁମରେ ଯୁଦ୍ଧକ୍ଷତିଗ୍ରସ୍ତ ମାନେ ଆଶ୍ରୟ ନେଉଥିଲେ।

ଅନ୍ୟପକ୍ଷରେ ସ୍କୁଲରେ ଆକ୍ରମଣ ଘଟଣାକୁ ଇସ୍ରାଏଲ ଖଣ୍ଡନ କରିଛି। ଇସ୍ରାଏଲ ସେନା କହିଛି ଯେ ମିଶାଇଲ ପୂର୍ବରୁ ସ୍କୁଲ ଭାବେ ବ୍ୟବହୃତ ହେଉଥିବା ବିଲଡିଂରେ ମାଡ଼ ହୋଇଛି। ଏଠାରେ ହମାସ ତା’ର କମାଣ୍ଡ ସେଣ୍ଟର ଖୋଲିଥିଲା। ତେଣୁ ଏହାକୁ ନଷ୍ଟ କରାଯାଇଛି। ସାଧାରଣ ଲୋକଙ୍କୁ ଢାଲ କରି ହମାସ କରୁଥିବା ଷଡ଼ଯନ୍ତ୍ରକୁ ପଣ୍ଡ କରାଯାଇଥିବା ଇସ୍ରାଏଲ ସୂଚନା ଦେଇଛି।

Israel Hamas Gaza
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe